ସବୁଦିନ ପାଇଁ ସ୍ବାମୀଙ୍କ ପାଖକୁ ଯାଉଛନ୍ତି ରାକ୍ଷୀ ସାୱନ୍ତ, ଫ୍ୟାନ୍ସଙ୍କୁ କଲେ ଏହି ଅନୁରୋଧ ,ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 10, 2019 IST

ମୁମ୍ବାଇ୧୦|୯: ବଲିଉଡର ବିବାଦୀୟ କୁଇନ୍‌ ରାକ୍ଷୀ ସାୱନ୍ତ ଏବେ ସୋସିଆଲ ମିଡିଆରେ ନୂଆ ଭିଡିଓ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏମିତି ଅନେକ କମ ଦିନ ଥିବ ଯେବେ ରାକ୍ଷୀ ଚର୍ଚ୍ଚାରେ ରହିନଥିବେ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି। ଏକ ନୂଆ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ସେ ବିଭିନ୍ନ ଭାବରେ ଅନୁରୋଧ କରିଛନ୍ତି।

{"id":155785}

ଭିଡିଓରେ ରାକ୍ଷୀ ନିଜ ଗୀତ ଛପନ ଛୋରୀକୁ ହିଟ୍‌ କରିବା ପାଇଁ ଏକ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି। ଗୀତକୁ ସେୟାର କରିବା ପାଇଁ କହିଛନ୍ତି ରାକ୍ଷୀ। ରାକ୍ଷୀଙ୍କ ଗୀତ ଛପନ ଛୋରୀ ଏବେ ଟ୍ରେଣ୍ଡିଂ ଲିଷ୍ଟରେ ୬ ନମ୍ବରରେ ଅଛି। ଏକ ନମ୍ବରରେ ଟ୍ରେଣ୍ଡକୁ ଆଣିବା ପାଇଁ ସେ ନିଜ ଫ୍ୟାନ୍ସଙ୍କୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି।

{"id":155786}

ରାକ୍ଷୀଙ୍କ ଗୁପ୍ତ ବିବାହ ପରେ ତାଙ୍କ ନୂଆ ଗୀତ ଛପନ ଛୋରୀ ରିଲିଜ ହୋଇଛି। ଭିଡିଓରେ ନିଜ ପ୍ରଶଂସା କରି ସେ କହିଛନ୍ତି ଯେ, ଫ୍ୟାନ୍ସମାନଙ୍କୁ ସେ ୧୨-୧୫ ବର୍ଷ ଧରି ଏଣ୍ଟରଟେନ କରୁଛନ୍ତି ହେଲେ ସେମାନେ ତାଙ୍କ ଗୀତକୁ ୬ ରୁ ୧ ନମ୍ବରକୁ ଆଣିପାରୁନାହାନ୍ତି । ଏତେ ସୁନ୍ଦରୀ ହୋଇ ସମସ୍ତଙ୍କୁ ଏଣ୍ଟରଟେନ କଲେ। ଏତେ ନାଚିଲେ, କମେଡି କଲେ। ହେଲେ ତାଙ୍କ ଗୀତ ଟପ୍‌ ୱାନ୍‌ କୁ ଏଯାଏଁ ଆସିନି।

{"id":155787}

ନିଜ ସ୍ବାମୀଙ୍କ ପାଖକୁ ସେ ସବୁଦିନ ପାଇଁ ଯାଉଛନ୍ତି ବୋଲି ଭିଡିଓରେ କହିଛନ୍ତି। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ଯେ, ସେ ସବୁ ଚ୍ୟାନେଲରେ ନିଜ ଗୀତ ପ୍ରମୋଟ କରିବେ। ସେ ଅମ୍ବାନୀ ନୁହନ୍ତି ବୋଲି ମଧ୍ୟ କହିଛନ୍ତି। ଏଭଳି କଥା କହି ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି ରାକ୍ଷୀ। ତାଙ୍କ ଗୀତ ଶୀଘ୍ର ସେୟାର କରିବାକୁ ସେ ଫ୍ୟାନ୍ସଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି ।

{"id":155788}

ଏହି ଭିଡିଓରେ ରାକ୍ଷୀ ମଙ୍ଗଳସୂତ୍ର ପିନ୍ଧି ମଥାରେ ସିନ୍ଦୁର ଲଗାଇ ଲୋକଙ୍କୁ ଗୀତ ସେୟାର କରିବା ପାଇଁ ଅନୁରୋଧ କରିଛନ୍ତି। ହେଲେ ଏଯାଏଁ ଦର୍ଶକ ଜାଣିପାରୁନାହାନ୍ତି ଯେ, ସତରେ ତାଙ୍କ ସ୍ବାମୀ ଅଛନ୍ତି ନା ନାହାନ୍ତି। କିନ୍ତୁ ରାକ୍ଷୀଙ୍କ ଅନୁସାରେ ତାଙ୍କ ସ୍ବାମୀଙ୍କୁ ମିଡିଆ ସାମ୍ନାକୁ ଆସିବା ପସନ୍ଦ ନୁହେଁ। ସେଥିପାଇଁ ସେ ନିଜ ସ୍ବାମୀଙ୍କର କୌଣସି ଫଟୋ ସେୟାର କରିନାହାନ୍ତି।

wp:core-embed/instagram {"url":"https://www.instagram.com/p/B2L0TAfHWvt/","type":"rich","providerNameSlug":"instagram","className":""}
https://www.instagram.com/p/B2L0TAfHWvt/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.