ବାହାଘର ଫଟୋ ସେୟାର କଲେ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ : ସୋସିଆଲ ମିଡିଆରେ ତାଙ୍କ ସ୍ବାମୀଙ୍କ ପରିଚୟକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | April 18, 2020 IST

ମୁମ୍ବାଇ ୧୮/୪: ବଲିଉଡର ଆଇଟମ୍ ଗାର୍ଲ ରାକ୍ଷୀ ସାଓ୍ବନ୍ତ ଏବେ କରୋନା ସମ୍ବନ୍ଧିତ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ନିଜ ବିବାହର କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାକ୍ଷୀ ସାଓ୍ବନ୍ତ ନିଜ କୋର୍ଟ ମ୍ୟାରେଜ,ହିନ୍ଦୁ ବିବାହ ଏବଂ ଖ୍ରୀଷ୍ଟିୟାନ୍ ବିବାହ କରିବାର ଦାବି କରିଛନ୍ତି। ଫଟୋ ସେୟାର କରି ରାକ୍ଷୀ ଲେଖିଛନ୍ତି ସେ ବିବାହ କରିସାରିଛନ୍ତି। ଏବେ ତ ସମସ୍ତେ ଖୁସି ହୁଅନ୍ତୁ। ରାକ୍ଷୀ କିଛି ଦିନ ହେବ ବିବାହିତ ଥିବା କହି ଆସୁଛନ୍ତି। ଗତ ବର୍ଷ ସେ ତାଙ୍କର କେତେକ ହନିମୁନ୍ ଫଟୋ ସେୟାର କରିଥିଲେ। ଏବେ ସେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି। ଫ୍ୟାନ୍ସମାନେ ତାଙ୍କୁ ଶୁଭକାମନା ନ ଜଣାଇ ଖରାପ କମେଣ୍ଟ ଦେଉଛନ୍ତି।

{"id":256338,"sizeSlug":"large"}

ରାକ୍ଷୀ ତାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ବାମୀଙ୍କୁ କେହି ଦେଖି ନାହାନ୍ତି। ଏହି ଫଟୋରେ କେହି ଜଣେ ବ୍ୟକ୍ତି ତାଙ୍କ ହାତ ଧରିଥିବା ନଜର ଆସୁଛି।

{"id":256340,"sizeSlug":"large"}

ରାକ୍ଷୀଙ୍କ ଏହି ଫଟୋ ଦେଖି ଲୋକେ ଭିଣୋଇଙ୍କୁ ଦେଖିବାକୁ ଡିମାଣ୍ଡ କରୁଛନ୍ତି।

{"id":256342,"sizeSlug":"large"}

ରାକ୍ଷୀ ଏହି ଫଟୋରେ ତାଙ୍କ କୋର୍ଟ ମ୍ୟାରେଜ ହୋଇଥିବା ଦର୍ଶାଉଛନ୍ତି। ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ତାଙ୍କୁ ଟ୍ରୋଲ୍ସ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି,‘ ଆପଣଙ୍କ ବିବାହ ଭାଇଙ୍କ ଦୁର୍ଭାଗ୍ୟ’।

{"id":256346,"sizeSlug":"large"}

ଖ୍ରୀ​ଷ୍ଟିୟାନ୍ ବିବାହ ଫଟୋ ଦେଖି ଲୋକେ ବହୁତ ଖରାପ କମେଣ୍ଟ ଦେଉଛନ୍ତି। କେତେକ ଲୋକ କହୁଛନ୍ତି ଯେ ​‌ବୋଧହୁଏ ରାକ୍ଷୀଙ୍କୁ କେହି ନ ମିଳିବାରୁ ସେ ଏକା ଏକା ବାହା ହୋଇଗଲେ।

{"id":256347,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.