ହନିମୁନ୍‌ରେ ଫଟୋଶୁଟ୍‌ ସମୟରେ ରାକ୍ଷୀଙ୍କ ଚଷମାରେ ନଜର ଆସିଲେ ତାଙ୍କ ସ୍ବାମୀ, ଦେଖନ୍ତୁ ଫଟୋ

Published By : Prameya-News7 Bureau | August 23, 2019 IST

ମୁମ୍ବାଇ୨୨|୮: ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ରାକ୍ଷୀଙ୍କ ବିବାହକୁ ଦର୍ଶକ ଗ୍ରହଣ କରିପାରୁନଥିଲେ। ହେଲେ ରାକ୍ଷୀଙ୍କର ଅସୀମ ପୋଷ୍ଟ ଓ ତାଙ୍କ ସୋ ଅଫ ଦେଖି ଲୋକେ ଏହା ଗ୍ରହଣ କଲେ ଯେ, ସେ ପ୍ରକୃତରେ ବାହା ହୋଇଛନ୍ତି।

{"id":147680,"width":587,"height":542}

ତାଙ୍କ ବିବାହ ବିଷୟରେ କୌଣସି ସୂଚନା ନାହିଁ କାରଣ ସେ ଗୁପ୍ତ ବିବାହ କରିଥିଲେ। ରାକ୍ଷୀ ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେବଳ ତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ। ସାଧାରଣତଃ ଚର୍ଚ୍ଚାରେ ରହୁଥିବା ଡ୍ରାମା କୁଇନ୍ ରାକ୍ଷୀ ନବ ବିବାହିତା ବୋହୂ ଭଳି ବିଭିନ୍ନ ରୂପରେ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

{"id":147681}

ଏହା ଦେଖିବା ପରେ ଦର୍ଶକ ବିଶ୍ବାସ କରିଥିଲେ ଯେ ସେ ପ୍ରକୃତରେ ବାହା ହୋଇଛନ୍ତି। ସିନ୍ଦୁର ଲଗାଇ ମଙ୍ଗଳସୂତ୍ର ପିନ୍ଧି ରାକ୍ଷୀ ବେଶ ସୋ-ଅଫ ମଧ୍ୟ କରୁଛନ୍ତି। ତାଙ୍କୁ ଲାଇମ୍‌ଲାଇଟ୍‌ରେ ରହିବା ପସନ୍ଦ କରନ୍ତି ରାକ୍ଷୀ ହେଲେ ତାଙ୍କ ସ୍ବାମୀଙ୍କୁ କ୍ୟାମେରା ଲାଇମ୍‌ଲାଇଟ୍‌ ପସନ୍ଦ ନୁହେଁ। ସେଥିପାଇଁ ବିବାହ ପରଠୁ ତାଙ୍କର କୌଣସି ଫଟୋ ଲିକ୍‌ ହୋଇନାହିଁ। ନିଜ ସ୍ବାମୀଙ୍କୁ ଲୁଚାଇବାରେ ରାକ୍ଷୀ ସଫଳ ହୋଇଛନ୍ତି ସତ କିନ୍ତୁ ଅଧିକ ସମୟ ସେ ତାଙ୍କୁ ଲୁଚାଇପାରିବେ ନାହିଁ।  

{"id":147682}

ଏବେ ରାକ୍ଷୀଙ୍କର ଅଗଣିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ନିଜେ ଅନେକ ଫୋଟ ସେୟାର କରୁଛନ୍ତି। ସେଥିମଧ୍ୟରୁ ଗୋଟେ ଫଟୋରେ ରାକ୍ଷୀ ଲାଲ ରଂଗର ଚଷମା ପିନ୍ଧିଛନ୍ତି। ଏହି ଫଟୋର ବିଶେଷତା ଏହା ଯେ, ଚସ୍‌ମା ଦ୍ବାରା ତାଙ୍କ ସ୍ବାମୀ ନଜର ଆସିଛନ୍ତି। କାରଣ ସେ ରାକ୍ଷୀଙ୍କ ଫଟୋ ଉଠାଉଥିଲେ। ରାକ୍ଷୀଙ୍କ ଚଷମା ଉପରେ ଧ୍ୟାନ ଦେଲାପରେ ଦର୍ଶକ ଅନୁମାନ କରିବା ଆରମ୍ଭ କରିଥିଲେ ଯେ ସେ ତାଙ୍କ ସ୍ବାମୀ ହୋଇଥିବେ।

{"id":147683}

ଏନେଇ ଏବେ ଜୋରସୋରରେ ଆଲୋଚନା ଚାଲିଛି। ଅବଶ୍ୟ ଏହି ବିଷୟରେ ସଠିକ୍‌ ରୂପରେ ଖୁଲାସା ହୋଇନାହିଁ। କିନ୍ତୁ ତାଙ୍କ ଚଷମା ଏହି ଝଲକ ପାଇଁ ସେ ପୁଣି ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀଙ୍କ ସ୍ବାମୀଙ୍କୁ ଦେଖିବା ପାଇଁ ଅନୋକ ଲୋକ ଅପେକ୍ଷାରେ ଅଛନ୍ତି। ତେବେ ସେ ନିଜେ ତାଙ୍କ ସ୍ବାମୀଙ୍କୁ କ୍ୟାମେରାକୁ ଆଣିବେ ନା ମିଡିଆ ତାଙ୍କ ସ୍ବାମୀଙ୍କୁ ଖୋଜି ବାହାର କରିବ ତାହା ଦେଖିବାକୁ ବାକି ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.