ରାକ୍ଷୀ ସାୱନ୍ତ ସେୟାର କଲେ ନିଜ ସ୍ବାମୀଙ୍କ ଇଂଲଣ୍ଡ ଘରର ଫଟୋ, ଟଙ୍କା ଓ ବନ୍ଧୁକରେ ଭର୍ତ୍ତି ରୁମ୍ର ଫଟୋ ଭାଇରାଲ
27/09/2019 at 5:38 PM

ମୁମ୍ବାଇ୨୭|୯: ବଲିଉଡ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ଏବେ କିଛି ଦିନ ହେବ ପୁଣି ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାକ୍ଷୀଙ୍କର ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାକ୍ଷୀ ନିଜର ଘର ଦେଖାଇଛନ୍ତି। ରାକ୍ଷୀ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି।

ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଛାଇ ଯାଇଛି। ତାଙ୍କର ଏହି ଘର ୟୁକେର ବୋଲି ସେ କହିଛନ୍ତି। ଭିଡିଓ ସହ ଫଟୋ ମଧ୍ୟ ରାକ୍ଷୀ ଅପଲୋଡ କରିଛନ୍ତି। ଭିଡିଓରେ ସେ ନିଜ ସ୍ବାମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାକ୍ଷୀଙ୍କ ଅନୁସାରେ ସ୍ବାମୀ ରୀତେଶ ତାଙ୍କୁ ଏହି ଘର ଉପହାର ଭାବେ ଦେଇଛନ୍ତି। ରାକ୍ଷୀ ସେୟାର କରିଥିବା ଫଟୋ ମଧ୍ୟରୁ ଗୋଟେ ଫଟୋରେ ଏକ ରୁମ ଦେଖାଇଛନ୍ତି। ରୁମ ଟଙ୍କାରେ ଭରପୁର ହେବା ସହ ଏକ ବନ୍ଧୁକ ରହିଛି।

ଫଟୋ ଦେଖିଲେ ଲାଗୁଛି ଯେମିତି ଏହା ତାଙ୍କ ଘର ନୁହେଁ ବରଂ ଚୋରି କରିଥିବା ଫଟୋ। ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ସେ ଅନେକ ଟ୍ରୋଲ ହୋଇଛନ୍ତି। ରାକ୍ଷୀ ସାୱନ୍ତ କଶ୍ମୀରି ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ ଆର୍ଟିକିଲ ୩୭୦ରେ ନଜର ଆସିବେ। ଏହି ଫିଲ୍ମରେ ରାକ୍ଷୀ ଜଣେ ପାକିସ୍ତାନୀ ଯୁବତୀର ଭୂମିକାରେ ଅଭିନୟ କରିବେ ।