ବୁଢ଼ି’ ରାକ୍ଷୀ ସାଓ୍ୱନ୍ତଙ୍କୁ ଦେଖି ଚକିତ ହୋଇଗଲେ ଫ୍ୟାନ୍ସ, ଲୋକେ କହିଲେ-ଏହା କ'ଣ ହୋଇଗଲା

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦: ବଲିଉଡର ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ବେଶ ସକ୍ରିୟ। ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାରେ ରହିବାକୁ ସେ ପ୍ରତିଦିନ ଆକର୍ଷଣୀୟ ପୋଷ୍ଟ ସେୟାର କରୁଥିବା ଦେଖାଯାଏ। ନିକଟରେ ରାକ୍ଷୀ ଏହିପରି ଏକ ପୋଷ୍ଟ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ରାକ୍ଷୀ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ 'ବୁଢୀ' ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋ ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ରାକ୍ଷୀଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି।

wp:html
/wp:html

ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି। ଫଟୋରେ ରାକ୍ଷୀଙ୍କ ମୁହଁରେ କୁଞ୍ଚନ ଦେଖାଯାଉଛି, ସେ ଏକ ବଡ କଳା ଚଷମା ପିନ୍ଧିଛନ୍ତି ଏବଂ ତାଙ୍କ କେଶ ମଧ୍ୟ ଧଳା ଦେଖାଯାଉଛି। ଏହା ବ୍ୟତୀତ ସେ ବେକରେ ବ୍ୟାଣ୍ଡେଜ୍ ପିନ୍ଧିଛନ୍ତି। ଏହି ଅବତାରରେ ସେ ସେଲଫି ନେଉଥିବାର ନଜର ଆସିଛନ୍ତି। ସେ ଧଳା ଏବଂ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଛନ୍ତି। ରାକ୍ଷୀଙ୍କ ଏହି ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଫଟୋ ସେୟାର କରି ରାକ୍ଷୀ କ୍ୟାପସନରେ ଲେଖିଛନ୍ତି- 'ଇଏ କିଏ?'... କିନ୍ତୁ ପ୍ରଶଂସକ ଜାଣିପାରିଛନ୍ତି ଯେ ଇଏ ରାକ୍ଷୀ, ଯିଏକି ମେକଅପ୍ କରି ବୁଢୀ ଦେଖାଯାଉଛନ୍ତି। ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି - '୮୦ ବର୍ଷ ପୁରୁଣା ରାକ୍ଷୀ ସାୱନ୍ତ '। ସେହି ପରି, ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି - 'ଏହା କ’ଣ ହୋଇଗଲା' ... ଅନ୍ୟ ଜଣେ ରାକ୍ଷୀଙ୍କୁ ପଚାରିଛନ୍ତି ଯେ ଏହା ତାଙ୍କର ଆଗାମୀ ପ୍ରକଳ୍ପର ଲୁକ୍ କି? ... ତଥାପି ରାକ୍ଷୀ ଏହା ଉପରେ କୌଣସି ସୂଚନା ଦେଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.