Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ରାକ୍ଷୀ ସାୱନ୍ତ ସେୟାର କଲେ କାନ୍ଦିବା ଝିଅର ଫଟୋ, ଦର୍ଶକ କହିଲେ- ବୋଧ ହୁଏ ବିବାହ ବିଚ୍ଛେଦ ହୋଇଗଲା…

23/08/2019 at 5:06 PM

ମୁମ୍ବାଇ ୨୩|୮: ଅଧିକାଂଶ ସମୟରେ ବିବାଦରେ ରହୁଥିବା ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଆଜିକାଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ଆକ୍ଟିଭ ରହୁଛନ୍ତି। ବ୍ରାଇଡାଲ ଫଟୋଶୁଟଠୁ ଆରମ୍ଭ କରି ହନିମୁନ୍‌ ଫଟୋ ଯାଏଁ ସବୁକିଛି ସେୟାର କରିଛନ୍ତି ରାକ୍ଷୀ।

 ବିବାହ ପରେ ରାକ୍ଷୀଙ୍କର ସବୁ ଫଟୋ ବେଶ ଚର୍ଚ୍ଚାରେ ରହିଛି। କିନ୍ତୁ ଏବେ କିଛି ଦିନ ହେବ ରାକ୍ଷୀ ଜଣେ କାନ୍ଦିବା ଝିଅଙ୍କ ଫଟୋ ନିଜ ଟାଇମଲାଇନରେ ସେୟାର କରିଛନ୍ତି। ନବବିବାହିତା ରାକ୍ଷୀଙ୍କ ଇନ୍‌ଷ୍ଟା ଆକାଉଣ୍ଟର ଫଟୋ ଦେଖି ଦର୍ଶକ ଅନେକ କମେଣ୍ଟ କରୁଛନ୍ତି।

 ତାଙ୍କ ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ, ତାଙ୍କ ବିବାହରେ କିଛି ଅସୁବିଧା ଥିବ,  ଯାହା ଫଳରେ ସେ ଏମିତି ଫଟୋ ସେୟାର କରୁଛନ୍ତି। ହେଲେ ରାକ୍ଷୀ ତାଙ୍କ ଫଟୋ ସେୟାର କରିବାର କାରଣ କହିଛନ୍ତି। ରାକ୍ଷୀ ଫଟୋ ସେୟାର କରି ଲେଖିଛନ୍ତି ଯେ, ଲଣ୍ଡନ ଟିକେଟ୍‌ର ଦାମ ଅଧିକ ହୋଇଥିବାରୁ ସେ ଦୁଃଖିତ।

ରାକ୍ଷୀଙ୍କର ଏହି ପୋଷ୍ଟରେ ଦର୍ଶକଙ୍କର ମଜେଦାର କମେଣ୍ଟ ଆସୁଛି। ଜଣେ ୟୁଜର ଲେଖିଛନ୍ତି ଯେ, ବୋଧ ହୁଏ ଛାଡପତ୍ର ଦେଲେ ରାକ୍ଷୀ। କିଏ ତାଙ୍କ ପୋଷ୍ଟର ମଜା ଉଡାଇଛନ୍ତି ତ କିଏ ରାକ୍ଷୀଙ୍କ ନୂଆ ଡ୍ରାମା ବୋଲି କମେଣ୍ଟ କରିଛନ୍ତି।

କିଛି ଜଣ ତ ଏମିତି ଲେଖିଛନ୍ତି ଯେ, ଏବେ ରାକ୍ଷୀ କହିବେ ବିବାହ ଭାଙ୍ଗିଗଲା। ରାକ୍ଷୀ ନିଜେ ଏକ ଭିଡିଓରେ କହିଛନ୍ତି ଯେ, ସେ ଏକା ହନିମୁନରେ ଲଣ୍ଡନ ଯାଉଛନ୍ତି। କିନ୍ତୁ ଏବେ ଟିକେଟ୍‌ର ଦାମ ଅଧିକା ବୋଲି କହୁଛନ୍ତି।

ତେବେ ଏହାକୁ କିଛି ଦର୍ଶକ ନାଟକ ବୋଲି କହିଛନ୍ତି। ରାକ୍ଷୀଙ୍କ ବିବାହକୁ କିଛି ଜଣ ଏବେ ମଧ୍ୟ ଡ୍ରାମା ଭାବନ୍ତି। କାରଣ ତାଙ୍କ ସ୍ବାମୀଙ୍କ ଫଟୋ ଏଯାଏଁ ଦେଖିବାକୁ ମିଳିନାହିଁ। ଏଥିସହ ରାକ୍ଷୀଙ୍କ ପାଇଁ ମିଛ କହିବା କୌଣସି ବଡ କଥା ନୁହେଁ। ସାକ୍ଷାତକାରରେ ରାକ୍ଷୀ ନିଜ ସ୍ବାମୀଙ୍କ ନାଁ ରିତେଶ ବୋଲି କହିଛନ୍ତି।

   Related Posts