Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହାକୁ ନଜଣାଇ ହୋଟେଲରେ କାହିଁକି ବିବାହ କଲେ ରାଖୀ ସାଓ୍ବନ୍ତ, ଜାଣନ୍ତୁ

29/07/2019 at 7:10 PM

ମୁମ୍ବାଇ୨୯|୭: ଗ୍ଲାମର ଇଣ୍ତଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ ରାଖୀ ସାଓ୍ବନ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ହୋଟେଲ ସ୍ପଟ୍ ବୟଙ୍କ କହିବାନୁଯାୟୀ, ରାଖୀ ଜୁଲାଇ ୨୮ ତାରିଖରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି।

ଏହି ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜେଡବ୍ଲ୍ୟୁ ମ୍ୟାରିଓଟ ହୋଟେଲରେ ରାଖୀ ଏନଆରଆଇଙ୍କୁ ବିବାହ କରିଥିଲେ। ରାଖୀ ବିବାହରେ ତାଙ୍କ ପରିବାର ସମେତ ୪/୫ ଜଣବନ୍ଧୁ  ମଧ୍ୟ ଉପସ୍ଥିତ ଥିଲେ।

ବିବାହ କଥାକୁ ରାଖୀ ଏକ ଗଣାମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ହୋଟେଲରେ ତାଙ୍କର ବିବାହ ହୋଇନଥିଲା ବରଂ ବ୍ରାଇଡଲ ଫଟୋ ସୁଟିଂ ଚାଲିଥିଲା।

କେହି ଜଣେ ଭୁଲରେ ଏହିଭଳି ଗୁଜବ ପ୍ରଚାର କରିଛନ୍ତି ବୋଲି ରାଖୀ କହିଛନ୍ତି।

ଏବେ ରାଖୀ କାହା ସହ ରିଲେସନରେ ନାହାଁନ୍ତି ବୋଲି ମଧ୍ୟ ସେ କହିଥିଲେ। ବ୍ରାଇଡଲ ସମୟରେ ସୁଟ୍ ହୋଇଥିବା ଫଟୋ ମଧ୍ୟ ସେୟାର କରିଥିଲେ।

ଏହି ଫଟୋରେ ରାଖୀ,ଧଳା ରଙ୍ଗର ବ୍ରାଇଡଲ ଗାଉନ, କ୍ରାଉନ, ଲାଲ ରଙ୍ଗର ଜୁଡୁଦାର ପିନ୍ଧିଥିଲେ।

   Related Posts