Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

BB13ରେ ରାକ୍ଷୀ ସାୱନ୍ତଙ୍କ ଏଣ୍ଟ୍ରି, କହିଲେ ବିଗ୍‌ବସ୍‌ ତାଙ୍କର ପ୍ରଥମ ସ୍ବାମୀ, ଉଭୟଙ୍କର ହୋଇଥିଲା ବିବାହ

11/11/2019 at 1:04 PM

ମୁମ୍ବାଇ୧୧|୧୧: ବହୁ ପ୍ରତିକ୍ଷିତ ଶୋ ବିଗ୍‌ବସ୍‌ ସିଜିନ୍‌ ୧୩ରେ ମଧ୍ୟ ପ୍ରତ୍ୟେକ ଥର ଭଳି ଅନେକ ଝଗଡା ଦେଖିବାକୁ ମିଳିଛି। ବିଗବସ୍‌ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେଉଥାଏ। ତେବେ ଚଳିତ ସପ୍ତାହ ଶୋରେ ବିଶାଲ ଆଦିତ୍ୟ ସିଂହଙ୍କର ଏଣ୍ଟ୍ରି ହୋଇଛି। ନଚ ବଲିଏ ୯ରେ ବିବାଦର ଶିକାର ହେବା ପରେ ଏବେ ବିଶାଲ ବିଗବସ୍‌ ଘରେ ପାଦ ଦେଇଛନ୍ତି। ହେଲେ ଏବେ ଶୋ ସହ ରାକ୍ଷୀଙ୍କ ନାଁ ମଧ୍ୟ ଯୋଡା ଯାଉଛି।

ଗତ ସପ୍ତାହ ବିଗ୍‌ବସ୍‌ ୧୩ର ଟାସ୍କ ସମୟରେ ସେଫାଲି ଜରିୱାଲା ଘରର ଏଣ୍ଟରଟେନର କୁହାଯାଉଥିବା ଶେହନାଜ ଗିଲଙ୍କୁ ପଞ୍ଜାବର ରାକ୍ଷୀ ସାୱନ୍ତ କହିଥିଲେ। ଏହି ଆକ୍ଷେପ ନେଇ ରାକ୍ଷୀ ପୋଲିସରେ ଅଭିଯୋଗ କରିବେ ବୋଲି କହିଥିଲେ। କେବଳ ସେତିକି ନୁହେଁ ରାକ୍ଷୀ ସାୱନ୍ତ ଶୋର ହୋଷ୍ଟ ସଲମାନ ଖାନଙ୍କୁ ନ୍ୟାୟ ମାଗିଥିଲେ। ହେଲେ ଏବେ ନିକଟରେ ରାକ୍ଷୀଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।

ରାକ୍ଷୀ ନିଜେ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହା ଏବେ ବେଶ ଚର୍ଚ୍ଚାରେ ଅଛି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଯେ, ସେ ବିଗ୍‌ବିସ୍‌ରେ ଯିବାକୁ ଉତ୍ସୁକ ଅଛନ୍ତି। ଏହା ସହ ରାକ୍ଷୀ କହିଛନ୍ତି ଯେ, ବିଗ୍‌ବସ୍‌ ତାଙ୍କର ପ୍ରଥମ ସ୍ବାମୀ ଓ ବିଗ୍‌ବସ୍‌ ତାଙ୍କୁ ବହୁତ ପସନ୍ଦ କରନ୍ତି। ବିଗ୍‌ବସ୍‌ ସିଜିନ ୧ରେ ଉଭୟଙ୍କ ବିବାହ ହୋଇଥିଲା।

 ଚଳିତ ସିଜିନ୍‌ରେ ଘରେ ବିଗ୍‌ବସ୍‌ଙ୍କ ସ୍ତ୍ରୀର ଅପମାନ ହେଉଛି ବୋଲି ସେ ଭିଡିଓରେ କହିଛନ୍ତି। ରାକ୍ଷୀ ବିଗ୍‌ବସ୍‌ଙ୍କ ସହ କଥା ହେବାକୁ ଚାହାନ୍ତି ବୋଲି କହିଛନ୍ତି। ବିଗ୍‌ବସ୍‌ ୧୩ରେ ସିଜିନ୍‌ ୧ର ପ୍ରତିଯୋଗୀତା ରାକ୍ଷୀ ସାୱନ୍ତଙ୍କ ଅପମାନ କରିବାର ଅଧିକାର କାହାକୁ ନାହିଁ। ସେଫାଲି ଜରିୱାଲା ଓ ଶେହନାଜଙ୍କ ସାହାସ କିଛି କମ ନୁହେଁ। ବିଗ୍‌ବସ୍‌ରେ ରାକ୍ଷୀଙ୍କ ନାଁ ଖରାପ କରୁଛନ୍ତି ସିଜିନ୧୩ର ପ୍ରତିଯୋଗୀ।

ଏଭଳି କହିବା ପରେ  ରାକ୍ଷୀ ସଲମାନଙ୍କୁ ନ୍ୟାୟ ମାଗିଛନ୍ତି। ପଞ୍ଜାବ କି ରାକ୍ଷୀ ସାୱନ୍ତ କହିବାର ଅର୍ଥ କଣ ବୋଲି ସେ ଭିଡିଓରେ କହିଛନ୍ତି। କାରଣ ରାକ୍ଷୀ ଚାରିଆଡେ ଚର୍ଚ୍ଚିତ। ଚୀନ୍‌, ଭୂଟାନରେ ମଧ୍ୟ ରାକ୍ଷୀଙ୍କୁ ସମସ୍ତେ ଜାଣିଛନ୍ତି ବୋଲି ରାକ୍ଷୀ ଏହି ଭିଡିଓରେ କହିଛନ୍ତି।

View this post on Instagram

#bigboss13

A post shared by Rakhi Sawant (@rakhisawant2511) on

   Related Posts