Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଥାରେ ସିନ୍ଦୁର ଲଗାଇ ସଜବାଜ ହୋଇ କୁମ୍ଭମେଳାରେ ପହଁଚିଲେ ରାକ୍ଷୀ : କହିଲେ “ପାପ ଧୋଇବା ପାଇଁ ଆସିଛି “

ପ୍ରୟାଗରାଜ ୬/୨ : ଡ୍ରାମା କ୍ୱିନ ରାକ୍ଷୀ ସାୱନ୍ତ ପ୍ରୟାଗରାଜ କୁମ୍ଭମେଳାରେ ସ୍ନାନ କରିବା ପାଇଁ ଯାଇଥିଲେ | ତାଙ୍କ ସହିତ ଅଭିନେତା ସୁଦେଶ ବେରି ମଧ୍ୟ ଯାଇଥିଲେ | କୁମ୍ଭମେଳା ରେ ରାକ୍ଷୀ ସାୱନ୍ତ ୧୬ ଶୃଙ୍ଗାର କରି ସଜେଇ ହୋଇଥିଲେ | ଏପରିକି ସେ ନିଜ ମଥାରେ ସିନ୍ଦୁର ମଧ୍ୟ ଲଗାଇଥିଲେ | ମଥାରେ ସିନ୍ଦୁର ଲଗାଇଥିବା ଦେଖି ତାଙ୍କୁ ପଚାର ଯାଇଥିଲା, ସେ ଵିଵାହ କରି ସାରିଛନ୍ତି କି ? ଜବାବସେ ସେ କହିଥିଲେ ଯେ, ସେ ଅବିବାହିତା ଅଛନ୍ତି ଏବଂ ନିଜ ପାପ ଧୋଇବା ପାଇଁ କୁମ୍ଭମେଳାକୁ ଆସିଛନ୍ତି |


ରାକ୍ଷୀ ପ୍ରୟାଗରାଜ ସିଭିଲ ଲାଇନ ସ୍ଥିତ ଏକ ହୋଟେଲରେ ରହିଛନ୍ତି | ସେ କହିଛନ୍ତି ପ୍ରୟାଗରାଜ ଏକ ପବିତ୍ର ସ୍ଥାନ ସେଥିପାଇଁ ସେ ପାରମ୍ପରିକ ବେଶଭୁଷା ସହିତ ମଥାରେ ସିନ୍ଦୁର ଲଗେଇ ଆସିଛନ୍ତି | ସେ କହିଥିଲେ ଯେ, ସେ ବହୁତ ଶୀଘ୍ର ରାଗି ଯାଇଥାନ୍ତି | ସେଥିପାଇଁ ସେ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବାକୁ ଆସିଛନ୍ତି ଯେମିତି ତାଙ୍କୁ ଶୀଘ୍ର ରାଗ ନ ଲାଗୁ |


ରଖି କହିଛନ୍ତି ଯେ, ସେ କୁମ୍ଭମେଳା ବିଷୟରେ ବହୁତ କଥା ଶୁଣିଥାନ୍ତି | କିନ୍ତୁ ଭିଡ ପାଇଁ କେବେ କୁମ୍ଭମେଳାକୁ ଆସିବା ପାଇଁ ସାହସ କରିନଥିଲେ | ରାକ୍ଷୀ କହିଥିଲେ ଯେ, ପାଇଲଟ ବାବା ତାଙ୍କୁ କୁମ୍ଭମେଳାକୁ ଆସିବା ପାଇଁ ନିମନ୍ତ୍ରଣ ପଠାଇଥିଲେ | ସେଥିପାଇଁ ସେ କୁମ୍ଭମେଳାକୁ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ |


ସେ କହିଛନ୍ତି କୁମ୍ଭମେଳାକୁ ଆସି ତାଙ୍କୁ ବହୁତ ଭଲ ଲାଗିଛି | ସେ ସେଠାରେ ସନ୍ୟାସଙ୍କ ଅନେକଗୁଡିଏ ରୂପ ଦେଖିବାକୁ ପାଇଛନ୍ତି | ରାକ୍ଷୀ ନିଜ ଇନ୍ସଟାଗ୍ରାମ ପେଜରେ କୁମ୍ଭମେଳାର ଅନେକଗୁଡିଏ ଫଟୋ ଓ ଭିଡିଓ ସେୟାର କରିଛନ୍ତି |


ସୁଦେଶ ବେରି କହିଛନ୍ତି ଯେ, କୁମ୍ଭ ସବୁ ଜାତିର ଉର୍ଦ୍ଧ୍ବରେ | ଏଠାରେ କୌଣସି ଜାତିଗତ ମତଭେଦ ନାହିଁ | କୁମ୍ଭମେଳା ସହିତ ଆସ୍ଥା ତାଙ୍କୁ ଏଠାକୁ ଟାଣି ଆଣିଛି ବୋଲି କହିଥିଲେ ବେରି | ସେ ଏଠାକୁ ଆସି ଏକ ଅଜବ ଅନୁଭୂତି ସାଉଣ୍ଟିଛନ୍ତି ବୋଲି କହିଛନ୍ତି |


କୁମ୍ଭମେଳା ଚଳିତ ବର୍ଷ ହୋଇଥିବା ପ୍ରସ୍ତୁତିକୁ ନେଇ ରାକ୍ଷୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବହୁତ ପ୍ରଶଂସା କରିଛନ୍ତି | ସେ କହିଠିଛନ୍ତି ଯେ, ଦେଶର ସଂସ୍କୃତି ପ୍ରତି ସେ ଗର୍ବ ଅନୁଭବ କରନ୍ତି | ରାକ୍ଷୀଙ୍କ ସହ ସେଲଫି ନେବା ପାଇଁ ଲୋକେ ଭିଡ ଜମେଇଥିଲେ |

179 Views

   ସମ୍ବନ୍ଧିତ ଖବର