Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରାକ୍ଷୀ ସାୱନ୍ତ କଲେ ଭବିଶ୍ୟତ ବାଣୀ: କହିଲେ କିଏ ଜିତିବ ‘ଖତ୍ରୋଁ କେ ଖିଲାଡି ୧୧’

8/05/2021 at 9:42 AM

ମୁମ୍ବାଇ ୦୮/୦୫: ଛୋଟ ପରଦାରେ ପ୍ରଦର୍ଶିତ ହୋଇଥିବା ‘ଫିଅର ଫ୍ୟାକ୍ଟର୍ – ଖତ୍ରୋଁ କେ ଖିଲାଡି ସିଜନ୍ ୧୧’ ଖୁବ୍ ଶୀଘ୍ର ଟିଭିରେ ଟକ୍କର ଦେବାକୁ ଯାଉଛି। ଆଜିକାଲି ଏହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି  ଏବଂ ଏଥିପାଇଁ ସୋ’ର ପ୍ରତିଯୋଗୀମାନେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍ ସହରକୁ ଯାଇଛନ୍ତି । କିନ୍ତୁ ସୋ ଡେବ୍ୟୁ ପୂର୍ବରୁ ରାକ୍ଷୀ  ସାୱନ୍ତ ସୋ’ର ବିଜେତାଙ୍କ ଭବିଶ୍ୟତବାଣୀ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଖତ୍ରୋଁ କେ ଖିଲାଡି ସିଜନ୍ ୧୧ ର ପ୍ରତିଯୋଗୀଙ୍କ ସମ୍ପୁର୍ଣ୍ଣ ଲିଷ୍ଟ ଅଫିସିଆଲି ପ୍ରକାଶ କରାଯାଇ ନାହିଁ, କିନ୍ତୁ କିଛି ଷ୍ଟାରମାନଙ୍କ ନାମ ପ୍ରକାଶ ପାଇଛି । ଏହି ସେଲିବ୍ରେଟମାନଙ୍କ ମଧ୍ୟରେ ଅଭିନଭ ଶୁକ୍ଲା, ରାହୁଲ ବୈଦ୍ୟ, ନିକ୍କି ତାମ୍ବୋଲି, ବରୁଣ ସୁଦ, ଶ୍ୱେତା ତିୱାରୀ ଏବଂ ଅର୍ଜୁନ ବିଜଲାନିଙ୍କ ନାମ ସାମିଲ ଅଛି ।

ବାସ୍ତବରେ ସୋ’ ଆରମ୍ଭ ପୂର୍ବରୁ  ରାକ୍ଷୀ ସାୱନ୍ତ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ନିକଟରେ ରାକ୍ଷୀଙ୍କୁ ସ୍ପଟ୍ କରାଯାଇଥିଲା ଏହି ସମୟରେ ଯେତେବେଳେ ରାକ୍ଷୀଙ୍କୁ ଖତ୍ରୋଁ କେ ଖିଲାଡି ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଅଭିନଭ ଶୁକ୍ଲା ଏହି ସୋରେ ଜିତିବେ । ରାକ୍ଷୀଙ୍କ କହିବା କଥା ଅଭିନଭ ବହୁତ ଶକ୍ତିଶାଳୀ ଏବଂ ସେ ହିଁ ଜିତିବେ ।

ରାହୁଲ ବୈଦ୍ୟଙ୍କ ବିଷୟରେ ରାକ୍ଷୀ କହିଛନ୍ତି, ‘ରାହୁଲ ବୈଦ୍ୟ କାହିଁକି ଯାଇଛନ୍ତି ମୋତେ ଜଣା ନାହିଁ, ତାଙ୍କର ଅନେକ ବ୍ୟାକ୍ ସମସ୍ୟା ରହିଛି । କିନ୍ତୁ ମୁଁ ରାହୁଲଙ୍କ ପାଇଁ ପ୍ରାର୍ଥନା କରୁଛି କି ସେ ନିରାପଦରେ ଫେରିଆସନ୍ତୁ ।’ ତାଙ୍କ ନିଜର ପ୍ରଶଂସା କରି ରାକ୍ଷୀ କହିଛନ୍ତି, ‘ମୁଁ କାହାକୁ ଭୟ କରେ ନାହିଁ । ମୁଁ ଏହି ସିଂହ , ସାପ ଏମାନଙ୍କୁ ତ ସବୁ ମୁଁ ଗିଳି ଦେଉଛି  । ଏହି ମୂଷା ବିଛା କ’ଣ? ‘ ଏହା ପରେ ରାକ୍ଷୀ କୁହିଛନ୍ତି ଯେ ମୁଁ ମୋଗଲିଙ୍କ ପରିବାରର ଅଟେ ।

   Related Posts