ରାକ୍ଷୀ ସାୱନ୍ତଙ୍କୁ ଧରିଛି ଭୁତ ! ଦେଖି ଡରିଗଲେ ଆର୍ଶୀ ଓ ଜସ୍ମିନ
24/12/2020 at 3:42 PM

ମୁମ୍ବାଇ ୨୪/୧୨ : ବିଗ୍ ବସର ଚଳିତ ସିଜନରେ ପ୍ରତିଦିନ କିଛି ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି। କିଛି ସିନିୟରଙ୍କୁ ନେଇ ଶୋ’ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଶୋ’ରେ କିଛି ନୂଆ ଚ୍ୟାଲେଞ୍ଜର୍ସ ଏଣ୍ଟ୍ରି କରିଛନ୍ତି। କାଶ୍ମୀରା ଶାହ ଶୋ’ରୁ ବାହାରି ଯାଇଥିବାବେଳେ ରାକ୍ଷୀ ସାୱନ୍ତ, ବିକାଶ ଗୁପ୍ତା, ଆର୍ଶୀ ଖାନ ଓ ମନୁ ପଞ୍ଜାବୀ ଚ୍ୟାଲେଞ୍ଜର୍ସ ଭାବେ ଏବେ ମଧ୍ୟ ଶୋ’ରେ ଅଛନ୍ତି। ରାକ୍ଷୀ ସାୱନ୍ତ ଏଣ୍ଟ୍ରି କରିବା ପରଠାରୁ ଶୋ’ ଆହୁରି ରୋମାଞ୍ଚକ ହୋଇଯାଇଛି। ନିଜର ଅଜବ ଅଜବ ବ୍ୟବହାର ଯୋଗୁଁ ରାକ୍ଷୀ ସାୱନ୍ତ ସମସ୍ତଙ୍କର ମନୋରଞ୍ଜନ କରୁଛନ୍ତି।

ରାକ୍ଷୀ କେବଳ ଦର୍ଶକଙ୍କ ନୁହେଁ ବରଂ ବିଗ୍ ବସ୍ ପ୍ରତିଯୋଗୀଙ୍କର ମଧ୍ୟ ମନୋରଞ୍ଜନ କରୁଛନ୍ତି। ବିଗ୍ ବସ୍ ଘରେ ଏମିତି କିଛି ଘଟିଛି ଯାହାକୁ ଦେଖି ପ୍ରତିଯୋଗୀ ଡରି ଯାଇଛନ୍ତି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାକ୍ଷୀ ସାୱନ୍ତ ଅଜବ ଅଜବ କାମ କରୁଥିବା ନଜର ଆସିଛନ୍ତି। ରାକ୍ଷୀଙ୍କ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓ ଦେଖି ରାକ୍ଷୀଙ୍କୁ ଭୁତ ଧରିଥିବା କୁହାଯାଉଛି।

ଚାନେଲ ଏକ ଭିଡିଓ ସେୟାର କରିଛି। ଭିଡିଓରେ ରାକ୍ଷୀ କହୁଚନ୍ତୁ, ‘ମୁଁ ୨୦୦ ବର୍ଷ ହେଲା ଖୁସି ନାହିଁ ଆଉ ଏଇଟା ମୋର ଜାଗା। ଅଚାନକ ରାକ୍ଷୀଙ୍କ ଆଖିରୁ ଲୁହ ଗାଡ଼ିଥାଏ। ଏହା ଦେଖି ପ୍ରତିଯୋଗୀଙ୍କ ହୋସ ଉଡିଯାଇଥିଲା।
ରାକ୍ଷୀ କେତେବେଳେ ଦର୍ପଣ ଆଗରେ କଥା ହେଉଥିବା ନଜର ଆସିଛନ୍ତି ତ ପୁଣି କେତେବେଳେ ଘରଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ରାକ୍ଷୀ ଅଜବ ଅଜବ କାମ କରୁଥିବା ନଜର ଆସିଛନ୍ତି। ରାକ୍ଷୀଙ୍କୁ ଦେଖି ଆର୍ଶୀ ଖାନ ଓ ଜସ୍ମିନ ଭାସିନ ଡରିଯାଇଛନ୍ତି।