କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ରାଖି ସାୱନ୍ତଙ୍କ ମା, ଫଟୋ ସେୟାର କରି କହିଲେ ଏମିତି
24/02/2021 at 1:14 PM

ମୁମ୍ବାଇ ୨୩ /୦୨: ରିଆଲିଟି ଶୋ ‘ବିଗ୍ ବସ୍ ୧୪’ର ପ୍ରତିଯୋଗି ରାଖି ସାୱନ୍ତ ବର୍ତ୍ତମାନ ନିଜର ପର୍ସନାଲ ଲାଇଫ୍ ରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ରାଖିଙ୍କର ମା କ୍ୟାନ୍ସର ରୋଗ ସହ ସଂଘର୍ଷ କରୁଛନ୍ତି । ଇନଷ୍ଟାଗ୍ରାମ୍ ରେ ଫଟୋ ସେୟାର କରି ରାଖି ଏହାର ସୂଚନା ଦେଇଛନ୍ତି । ଏହି ଫଟୋରେ ରାଖିଙ୍କ ମାଙ୍କ ମୁଣ୍ଡରେ କେଶ ନଥିବା ଦେଖାଯାଇଛି । ରାଖି ଫଟୋ ସେୟାର କରି ଲେଖିଛନ୍ତି, ‘ପ୍ଲିଜ୍ ମୋ ମାଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ତାଙ୍କର କ୍ୟାନ୍ସରର ଚିକିତ୍ସା ଚାଲିଛି ।‘

ରାଖିଙ୍କର ମା ଅନେକ ଦିନ ହେବ କ୍ୟାନ୍ସର ରୋଗ ସହ ଲଢେଇ କରୁଛନ୍ତି । ଏବେ ତାଙ୍କର କେମୋଥେରାପି ଚାଲିଛି । ତାଙ୍କର ଚିକିତ୍ସାରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି ।
ବିଗ୍ ବସ୍ ୧୪ ରେ ରାଖି ସାୱନ୍ତ ବେଶ ଚର୍ଚ୍ଚାରେ ରହିଥିଲେ । ଶୋ ର ଟପ୍-୫ ଫାଇନାଲିଷ୍ଟରେ ନିଜର ଜାଗା ମଧ୍ୟ ସୃଷ୍ଟି କରିପାରିଥିଲେ । କିନ୍ତୁ ଶୋ ର ଫାଇନାଲ ରେ ରାଖି ସାୱନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଫାଇନାଲ୍ ରେ ୧୪ ଲକ୍ଷ ଟଙ୍କା ନେଇ ଏହି ଶୋ ରୁ ସେ ବାହାରି ଯାଇଥିଲେ । ରାଖି ଏହି ଟଙ୍କାର ବ୍ୟବହାର ତାଙ୍କ ମାଙ୍କ ଚିକିତ୍ସାରେ କରିବେ ବୋଲି ସଲମାନ ଖାନଙ୍କୁ କହିଥିଲେ ।