Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସଲମାନଙ୍କୁ ଧନ୍ୟବାଦ ଦେଲେ ରାକ୍ଷୀ, ମା’ଙ୍କ ଅପରେସନ୍ ପୂର୍ବରୁ ଇମୋସନାଲ୍ ହେଲେ ଡ୍ରାମା କ୍ୱିନ୍

19/04/2021 at 12:02 PM

ନୂଆଦିଲ୍ଲୀ ୧୯/୦୪: ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଆଜିକାଲି ତାଙ୍କ ମା’ର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି । ରାକ୍ଷୀଙ୍କ ମା କ୍ୟାନ୍ସର ରୋଗ ସହ ଲଢୁଛନ୍ତି ଏବଂ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ରିଆଲିଟି ସୋ ବିଗ୍ ବସ୍ ୧୪ ରେ ରାକ୍ଷୀ କେବଳ ତାଙ୍କ ମା’ଙ୍କ ପାଇଁ ଯାଇଥିଲେ । ସେଠାରେ ମିଳିଥିବା ରାଶି ସେ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ବିନିଯୋଗ କରିଛନ୍ତି । ଆଜି ରାକ୍ଷୀ ତାଙ୍କ ମାଙ୍କ ଅପରେସନ କରିବାକୁ ଯାଉଛନ୍ତି । ଏହି ସମୟରେ ରାକ୍ଷୀ ଡାକ୍ତରଖାନାର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରାକ୍ଷୀ ଏବଂ ତାଙ୍କ ମା ସଲମାନଙ୍କୁ ଆଶୀର୍ବାଦ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ରାକ୍ଷୀ ସୁହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ରାକ୍ଷୀ ସାୱନ୍ତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ମା ଡାକ୍ତରଖାନା ବେଡ ଉପରେ ପଡ଼ିଥିବାର ଏବଂ ରାକ୍ଷୀ ମାସ୍କ ପିନ୍ଧି କିଛି ଦୂରରେ ଠିଆ ହୋଇଥିବା ନଜର ଆସିଛନ୍ତି । ରାକ୍ଷୀ ଏହି ଭିଡିଓରେ କହିଛନ୍ତି – ଆଜି ହେଉଛି ମା’ଙ୍କ ଅପରେସନ୍, ଶେଷରେ ଡାକ୍ତର ସଞ୍ଜୟ ଶର୍ମା ତାଙ୍କ କ୍ୟାନ୍ସର ରୋଗକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବେ । ମା ତୁମର କ୍ୟାନ୍ସର ସବୁଦିନ ପାଇଁ ଦୂର ହୋଇଯିବ ‘। ଏହା ପରେ ରାକ୍ଷୀ ତାଙ୍କ ମାଙ୍କୁ ପଚାରିଛନ୍ତି ଆପଣ ସଲମାନ ଜୀଙ୍କୁ କ’ଣ କହିବାକୁ ଚାହୁଁଛନ୍ତି?

ଏହି ଭିଡିଓରେ ରାକ୍ଷୀଙ୍କ ମା କହିଛନ୍ତି ଯେ ତାଙ୍କର ବିପଦ ସମୟରେ ସଲମାନ ତାଙ୍କୁ ସାହାଯ୍ୟ କରିଛନ୍ତି । ଏହି ଭିଡିଓରେ ରାକ୍ଷୀଙ୍କ ମା ସଲମାନ ଖାନଙ୍କୁ ଆଶୀର୍ବାଦ କରୁଥିବା ନଜର ଆସିଛନ୍ତି । ଏଥି ସହିତ, ଏହି ଭିଡିଓରେ ସଲମାନ ଖାନଙ୍କ ପୁରା ପରିବାର ଏବଂ ସୁହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଭିଡିଓ ସେୟାର କରି ରାକ୍ଷୀ ଲେଖିଛନ୍ତି – ‘ଭଗବାନ ଏବଂ ସଲମାନ ଖାନ ଭାଇଙ୍କୁ ଧନ୍ୟବାଦ!’

   Related Posts