Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ରାକ୍ଷୀ ସାଓ୍ବନ୍ତଙ୍କୁ ରିଙ୍ଗ୍‌ରେ କଚାଡିଦେଲେ ମହିଳା ରେସଲର୍ ; ରାକ୍ଷୀ ହସ୍ପିଟାଲରେ ଭର୍ତ୍ତି, ଜାଣନ୍ତୁ ପୁରା ଘଟଣା

12/11/2018 at 6:16 PM

ମୁମ୍ବାଇ ୧୨|୧୧:  ରାକ୍ଷୀ ସାୱନ୍ତଙ୍କୁ ଜଣେ ମହିଳା ରେସଲରଙ୍କୁ ଚ୍ୟାଲେଞ୍ଜ କରିବା ମହଙ୍ଗା ପଡିଛି । ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ହରିୟାଣାର ପଞ୍ଚକୁଲାର ତାଉ ଦେବୀଲାଲ ଷ୍ଟାଡିୟମରେ ସିଡବ୍ଲୁଇରର ରେସଲିଙ୍ଗ ପ୍ରତିଯୋଗିତା ରଖାଯାଇଥିଲା । ଯେଉଁଥିରେ ଦ ଗ୍ରେଟ ଖଲ୍ଲି ସମେତ ବହୁ ବଡ ବଡ ରେସଲର ସାମିଲ ହୋଇଥିଲେ । ଏଥିରେ ବିଦେଶୀ ମହିଳା ରେସଲର ଦ ରୋବେଲ ରିଙ୍ଗ୍ ରେ ଥାଇ ପଞ୍ଚକୁଲା ମହିଳାମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଯେ, କେହି ଅଛି ଯିଏ ତାଙ୍କ ସହ ଲଢି ପାରିବ । ଏହାଶୁଣି ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବିଦେଶୀ ମହିଳା ରେସଲରଙ୍କୁ ଚ୍ୟାଲେଞ୍ଜ ଦେଇ ରିଙ୍ଗ୍ ନିକଟରେ ପହଞ୍ଚିଥିଲେ । ସେ ରୋବେଲଙ୍କୁ ତାଙ୍କ ସହ ଡ୍ୟାନ୍ସ କରିବାକୁ ଚ୍ୟାଲେଞ୍ଜ ଦେଲେ । ରୋବେଲ ରୀକ୍ଷୀଙ୍କ ଚ୍ୟାଲେଞ୍ଜ ସ୍ବୀକାର କରି ବିଦେଶୀ ମହିଳା ରେସଲର୍ ତାଙ୍କ ସହ ଡ୍ୟାନ୍ସ କରିଥିଲେ । ମ୍ୟୁଜିକ୍ ବନ୍ଦ ହେବାରୁ ରୋବେଲ ରାକ୍ଷୀ ସାୱନ୍ତଙ୍କୁ ରିଙ୍ଗରେ ନିଜ କାନ୍ଧରେ ଉଠାଇ ତଳେ କଚାଡିଦେଲେ । ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହାପରେ ରାକ୍ଷୀ ରିଙ୍ଗ୍ ମଧ୍ୟରେ ୧୦ମିନିଟ୍ ପର୍ଯ୍ୟନ୍ତ ପଡିରହିଲେ । ତାଙ୍କ ଅଣ୍ଟାରେ ଆଘାତ ଲାଗିଛି । ତାଙ୍କୁ ପଞ୍ଚକୁଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କୁ କିଛି ସପ୍ତାହ ବିଶ୍ରାମ ନେବା ପାଇଁ କହିଛନ୍ତି ।

   Related Posts