ସ୍ୱାମୀ ରିତେଶଙ୍କୁ ନେଇ ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍, କହିଲେ- ମୁଁ ଦ୍ୱିତୀୟ ବିବାହ କରିବି ନାହିଁ

Published By : Prameya-News7 Bureau | May 15, 2021 IST

ମୁମ୍ବାଇ ୧୫/୦୫: ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବର୍ତ୍ତମାନ ରାକ୍ଷୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ ହେଉଛି ତାଙ୍କ ବିବାହ। ରାକ୍ଷୀ ସାୱନ୍ତ ପୁଣିଥରେ ତାଙ୍କ ବିବାହ ଏବଂ ତାଙ୍କ ସ୍ୱାମୀ ରିତେଶଙ୍କ ବିଷୟରେ କହିଛନ୍ତି।

ନିକଟରେ ରାକ୍ଷୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, 'ମୁଁ ମୋ ଜୀବନରେ ଏପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ଯଦି ମୋର ବିବାହ ସଫଳ ନହୁଏ, ତେବେ ମୁଁ ଆଉ ବିବାହ କରିବି ନାହିଁ।' ଏହା ସହ ରାକ୍ଷୀ କହିଛନ୍ତି, ରିତେଶ ମୋ ମା’ ଏବଂ ମୋ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ମୋତେ ପ୍ରତିଶୃତି ଦେଇଛନ୍ତି ଯେ ସେ ମୋତେ ମୁମ୍ବାଇରେ ଏକ ଫ୍ଲାଟ ଗିପ୍ଟ କରିବେ। ରାକ୍ଷୀ ଆହୁରି କହିଛନ୍ତି, 'ମୋ ସ୍ୱାମୀ ରିତେଶ ମୋତେ କହିଛନ୍ତି ସେ ମୋ ସହିତ ରହିବାକୁ ଚାହୁଁଛନ୍ତି, କାରଣ ବର୍ତ୍ତମାନ ପରିସ୍ଥିତି ଠିକ୍ ନାହିଁ, ତେଣୁ ସେ ମୋ ପାଖକୁ ଆସି ପାରୁ ନାହାଁନ୍ତି କିନ୍ତୁ ମୁଁ ଅପେକ୍ଷା କରିବି । ମୋର ଯୀଶୁଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ମୁଁ ତାଙ୍କୁ ମିଥ୍ୟା ବିବାହ କରି ନାହିଁ | ମୁଁ ତାଙ୍କୁ ଅନ୍ୟ କୌଣସି ମହିଳାଙ୍କ ସହିତ ଅଂଶୀଦାର କରିପାରିବି ନାହିଁ । ମୁଁ ବର୍ତ୍ତମାନ ଜାଣେ ଯେ ମୋତେ ବିବାହ କରିବା ପୂର୍ବରୁ ସେ ବିବାହିତ ଏବଂ ପିଲାର ବାପା ମଧ୍ୟ, କିନ୍ତୁ ବର୍ତ୍ତମାନ ନିଷ୍ପତ୍ତି ତାଙ୍କର। '

ପୂର୍ବରୁ ରାକ୍ଷୀ ପ୍ରକାଶ କରିଥିଲେ ଯେ ରିତେଶ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି। ଏଥି ସହିତ, ବିଗ୍ ବସ୍ ୧୪ ସମୟରେ, ରାକ୍ଷୀଙ୍କ କାରଣରୁ ରିତେଶଙ୍କ ନାମ ବହୁତ ଚର୍ଚ୍ଚିତ ହୋଇଥିଲା । ସେତେବେଳେ ରାକ୍ଷୀ କହିଥିଲେ ଯେ ସେ ପ୍ରାୟ ୨ ବର୍ଷ ହେବ ରିତେଶଙ୍କୁ ଭେଟିନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.