ଏହି ଶିଳ୍ପପତିଙ୍କ ବିବାହରେ ଅତିଥିଙ୍କୁ ଖାଦ୍ୟ ପରଷୁଥିଲେ ରାକ୍ଷୀ ସାଓ୍ବନ୍ତ, ପରିଶ୍ରମ ବାବଦକୁ ତାଙ୍କୁ ମିଳିଥିଲା ୫୦ ଟଙ୍କା
25/11/2019 at 2:35 PM

ମୁମ୍ବାଇ୨୫/୧୧: ବଲିଉଡ୍ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ଆଜି ତାଙ୍କ ଜନ୍ମ ଦିନ ଉତ୍ସବ ପାଳନ କରିଛନ୍ତି। ରାକ୍ଷୀଙ୍କ ଜନ୍ମ ଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନରେ ଘଟି ଯାଇଥିବା କିଛି ଅଭୁଲା ସ୍ମୃତି ସଂପର୍କରେ ଜାଣିବା। ରାକ୍ଷୀଙ୍କ ଛୋଟବେଳର ଜୀବନ ଅତି କଷ୍ଟ ଦାୟକ ଥିଲା। ରାକ୍ଷୀ ତାଙ୍କ ଜୀବନରେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି। ରାକ୍ଷୀଙ୍କ ଜୀବନରେ ଏମିତି କିଛି କଥା ଅଛି ହୁଏତେ ତାଙ୍କ ପ୍ରଂଶସକ ଜାଣି ନ ଥିବେ। କିନ୍ତୁ ପ୍ରକୃତ କଥା ହେଲା ମାତ୍ର ୧୧ ବର୍ଷ ବୟସରେ ରାକ୍ଷୀ ଟଙ୍କା ରୋଜଗାର କରି ପରିବାର ଲୋକଙ୍କୁ ଦେଉଥିଲେ। ଟିନା ଆମ୍ବାନୀଙ୍କ ବିବାହରେ ଉପସ୍ଥିତି ଅତିଥିମାନଙ୍କୁ ରାକ୍ଷୀ ଖାଦ୍ୟ ପରଷି ଟଙ୍କା ରୋଜଗାର କରିଥିଲେ।

ରାକ୍ଷୀ ଛୋଟବେଳେ ଦାଣ୍ଡିଆ ନାଚିବା ଲାଗି ଜିଦ୍ କରିବାରୁ ତାଙ୍କ ମାଆ ଓ ମାମୁଁ ମିଶି ତାଙ୍କ ମୁଣ୍ଡରେ ଥିବା ଘନ ଓ ଲମ୍ବା ବାଳ କାଟି ଦେଇଥିଲେ। ରାକ୍ଷୀ ସେହି ଦିନଠୁ ପରିବାର ଲୋକଙ୍କ ବିରୋଧରେ କାମ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଏକ ସାକ୍ଷାତକାରରେ ରାକ୍ଷୀ କହିଥିଲେ ଯେ ଆଜି ବି ତାଙ୍କ ପରିବାର ଲୋକଙ୍କୁ ସେ ଭଲ ପାଆନ୍ତି। ରାକ୍ଷୀଙ୍କ ପରିବାର ଲୋକ ତାଙ୍କୁ ବହୁତ ଭଲ ପାଆନ୍ତି। ବେଳେବେଳେ ପରିବାର ଲୋକ ତାଙ୍କ ପ୍ରତି କଠୋର ହୋଇଯାଆନ୍ତି। ସେ ଆହୁରି ମଧ୍ୟ କହିଥିଲେ ଘର ଛାତ ଉପରେ ଛିଡ଼ା ହେବା ଲାଗି ତାଙ୍କ ଘର ଲୋକଙ୍କ ଅନୁମତି ଆବଶ୍ୟକ ପଡ଼ିଥାଏ। ଏହା ସତ୍ବେ ୧୧ ବର୍ଷ ବୟସରେ ରାକ୍ଷୀ ଅନୀଲ ଆମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଖାଦ୍ୟ ପରଷି ଟଙ୍କା ରୋଜଗାର କରିଥିଲେ। ରାକ୍ଷୀଙ୍କ ପରିଶ୍ରମ ବାବଦକୁ ତାଙ୍କୁ ୫୦ ଟଙ୍କା ମିଳିଥିଲା। କିନ୍ତୁ ଆଜି ରାକ୍ଷୀ ବିଳାଶମୟ ଜୀବନ ବିତାଉଛନ୍ତି।