ବିଗ୍‌ବସ୍‌ ହାଉସ୍‌ରେ ଗରିଲା ଲୁକ୍‌ରେ ହଙ୍ଗାମା କରିବେ ଡ୍ରାମା କ୍ବିନ୍ ରାକ୍ଷୀ ସାଓ୍ବନ୍ତ : ଭାଇରାଲ ହେଉଛି ଭିଡିଓ..

Published By : Prameya-News7 Bureau | October 09, 2021 IST

ମୁମ୍ବାଇ ୦୯/୧୦ : ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ଡ୍ରାମା କ୍ବିନ୍ ତଥା କଣ୍ଟ୍ରୋଭର୍ସି କ୍ବିନ୍‌ ରାଖୀ ସାୱନ୍ତ ସବୁବେଳେ କିଛି ନା କିଛି ଡ୍ରାମା କରୁଥାନ୍ତି । ଯେଉଁଥିରେ ମିଡିଆ ତାଉ ଉପରେ ସବୁ ବେଳେ ନଜର ରଖି ଥାନ୍ତି। କିନ୍ତୁ ଏହି ସମୟରେ ଅଭିନେତ୍ରୀ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଗରିଲା ଭାବରେ ଦେଖିବାକୁ ମିଳିଛି । ସଲମାନ ଖାନଙ୍କୁ ଭେଟିବା ପାଇଁ ବିଗ୍ ବସ୍ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ହେଲେ ଭିଡିଓରେ ସେ କହୁଛନ୍ତି - ବିଗ୍ ବସ୍ ମୁଁ ଆସୁଛି।

ତେବେ ଇନଷ୍ଟାଗ୍ରାମରେ ଏହି ମଜାଳିଆ ଭିଡିଓ ସେୟାର କରି ରାଖୀ ସାୱନ୍ତ ଲେଖିଛନ୍ତି - କେଲା ଅଟକ୍‌ ଗୟାରେ ଆସନ୍ତାକାଲି ମୁଁ ବିଗ୍ ବସ୍ କୁ ଆସୁଛି । ଭିଡିଓରେ ରାଖୀ ଗରିଲା ପୋଷାକ ପିନ୍ଧିଥିବାର ବେଳେବ ମୁଣ୍ଡରେ ହଳଦିଆ ରଙ୍ଗର ଓଢଣୀ ପକାଇବାର ନଜର ଆସିଛନ୍ତି। ଏହା ସହ ସେ ନାଚୁଥିବାର ମଧ୍ୟ ନଜର ଆସିଛନ୍ତି । ଏହା ପରେ ସେ କୁହନ୍ତି - ସଲମାନ ଜୀ, ମୁଁ ବିଗ୍‌ବସ୍‌କୁ ଆସୁଛି ।

wp:html
/wp:html

ରାଖୀଙ୍କ ଏହି ମଜାକୁ କେହି ପସନ୍ଦ କଲେ, କେହି କେହି ତାଙ୍କୁ ପାଗଳ ବୋଲି କହିଛନ୍ତି । ଅନେକ ଲୋକ ରାଖୀଙ୍କର ଏହି ମଜାଦାର ଭିଡିଓ ତାଙ୍କ ମନୋରଞ୍ଜନ କରିଛି ତ ଆଉ କେତେ ଜଣ ଲୋକ ମଧ୍ୟ ରାଖୀଙ୍କୁ ଟ୍ରୋଲ କରିଛନ୍ତି | କିନ୍ତୁ ରାଖୀଙ୍କୁ ଗତ ବର୍ଷ 'ବିଗ୍ ବସ୍ ୧୪' ରେ ଦେଖିବାକୁ ମିଳିଥିଲା ​​। ଏହି ସୋ ସହିତ ଅଭିନେତ୍ରୀ ହୃଦୟରେ ନିଜ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭଲପାଇବା ଜିତିଥିଲେ। ଏହି ସମୟରେ, ରାଖୀ ପୁଣି ଥରେ 'ବିଗ୍ ବସ୍ ୧୫' ହାଉସକୁ ଆସୁଛନ୍ତି । ଏବେ ଏହା ଦେଖିବାକୁ ପଡ଼ିବ ସେ ବିଗ୍‌ ବସ୍‌ ହାଉସରେ କରିବେ କଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.