Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନ ପତାକା ସହ ନିଜ ଫଟୋ ସେୟାର କଲେ ରାକ୍ଷୀ ସାଓ୍ବନ୍ତ : କହିଲେ ସବୁ ପାକିସ୍ତାନ ଖରାପ ନୁହେଁ

ମୁମ୍ବାଇ ୧୧/୫: ରାକ୍ଷୀ ସାଓ୍ବନ୍ତ ଏବେ କୁଲ୍ଲୁ ମନାଲିରେ ଫିଲ୍ମ ‘ଧାରା ୩୭୦’ର ସୁଟିଂ କରୁଛନ୍ତି। ସେ ଜଣେ ପାକିସ୍ତାନୀ ଡ୍ୟାନସର ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ପାକିସ୍ତାନୀ ପଣ୍ଡିତ ଏବଂ ଜିହାଦୀଙ୍କ ଉପରେ ଆଧାରିତ। ଏହି ଫିଲ୍ମର ସେଟରୁ ରାକ୍ଷୀ କେତେକ ଭିଡିଓ ଏବଂ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ସେ ପାକିସ୍ତାନୀ ପତାକା ସହ ନଜର ଆସୁଛନ୍ତି। ଏହି ଫଟୋରେ ଟ୍ରୋଲ୍ ହେବା ପରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି,ଯେଉଁଥିରେ ସେ ଫିଲ୍ମ ଏବଂ ନିଜ ଭୂମିକା ବିଷୟରେ କହିଛନ୍ତି।

ମନାଲି ଆଖପାଖରେ ଏହି ସିନର ସୁଟିଂ କରାଯାଉଛି। ଏଥିପାଇଁ ମନାଲିର ୧୫ମାଇଲ୍ ସ୍ଥାନକୁ ପିଓକେ କରାଯାଇଛି। ଏଥିରେ ଗୋଟିଏ ପାର୍ଶ୍ବରେ ପାକିସ୍ତାନ ଏବଂ ଅନ୍ୟ ପାର୍ଶ୍ବରେ ଭାରତ ଦେଖାଯାଇଛି। ଫିଲ୍ମର ସୁଟିଂ ପାଇଁ ଏଠାରେ ପାକିସ୍ତାନୀ ପତାକା ମଧ୍ୟ ରଖାଯାଇଛି। ସୁଟିଂ ପରେ ରାକ୍ଷୀ ଏହି ପାକିସ୍ତାନୀ ପତାକା ସହ ଫଟୋ ସେୟାର କରିଥିବାରୁ ତାଙ୍କୁ  ସୋଶିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା। ଏହାପରେ ସେ ଆଉ ଏକ ଭିଡିଓ କରିଥିଲେ।

ଫିଲ୍ମ ‘ଧାରା ୩୭୦’ରେ କାଶ୍ମୀରର ସମସ୍ୟା ବିଷୟରେ ଦେଖାଯାଇଛି। ଏହି ଫିଲ୍ମରେ କାଶ୍ମୀରର ଯୁବକ ଏବଂ ଛୋଟ ଛୋଟ ପିଲାଙ୍କୁ କିପରି ଆତଙ୍କବାଦୀ କରାଯାଉଛି ଏହା ଦେଖାଯିବ। ଏହି ଫିଲ୍ମରେ ହିନ୍ଦୁ ଯୁବକ ଏବଂ ମୁସଲିମ ଯୁବତୀଙ୍କ ପ୍ରେମ କାହାଣୀକୁ ମଧ୍ୟ ଦେଖାଯାଇଛି। ଏଥିରେ ହିତେନ ତେଜଓ୍ବାନୀ ଏବଂ ଅଞ୍ଜି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ପୂର୍ବରୁ ଉତ୍ତର କାଶୀରେ ମଧ୍ୟ କେତେକ ସିନ୍ ସୁଟିଂ କରାଯାଇଛି।

215 Views

   ସମ୍ବନ୍ଧିତ ଖବର