Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଏହି ୩ଜଣ ଅଭିନେତ୍ରୀଙ୍କ ପାଇଁ କାନ୍ଦିଲେ ରାକ୍ଷୀ ସାୱନ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

1/01/2020 at 1:20 PM

ମୁମ୍ବାଇ୧|୧: ବଲିଉଡର ବିବାଦୀୟ କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ନଖରା ବିଷୟରେ ସମସ୍ତେ ଜାଣନ୍ତି। ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। କେବେ ନିଜ ସେକ୍ସି ଫଟୋ ସେୟାର କରନ୍ତି ତ କେବେ ନିଜ କାନ୍ଦିବାର ଭିଡିଓ। ଏହା ଦେଖି ଦର୍ଶକ ତାଙ୍କ ଟ୍ରୋଲ୍‌ କରିବା ସହ ନିଜ ଟାଇମ୍‌ ପାସ ମଧ୍ୟ କରନ୍ତି। ଏମିତି ଅନେକ କମ ଦିନ ଥିବ ଯେବେ ରାକ୍ଷୀ ଚର୍ଚ୍ଚାରେ ରହିନଥିବେ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି। ରାକ୍ଷୀ ଆଜିକାଲି ନିଜର ପ୍ରତ୍ୟେକ ଜିନିଷ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ନିକଟରେ ରାକ୍ଷୀ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ଏଥର ରାକ୍ଷୀ ନିଜ ସ୍ବାମୀ ପାଇଁ ନୁହେଁ ବରଂ ୩ଜଣ ଅଭିନେତ୍ରୀଙ୍କ ସପକ୍ଷରେ ନିଜ ମନ୍ତବ୍ୟ ଦେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡ଼ିଆନ୍ ତଥା ହାସ୍ୟ କଳାକାର ଭାରତୀ ସିଂହଙ୍କ ବିରୋଧରେ ପଞ୍ଜାବର ଅମୃତସର ଥାନାରେ ମାମଲା ରୁଜୁ କରାଯାଇଥିଲା। ଏମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆହତ କରିବାର ଅଭିଯୋଗ ହୋଇଥିଲା।  

ତେବେ ଏହି ଘଟଣା ନେଇ ରାକ୍ଷୀ ସେମାନଙ୍କ ସପକ୍ଷରେ ଏକ ଭିଡିଓ ସେୟାର କରିଛନ୍ତି। ସବୁଥର ଭଳି ଏହି ଭିଡିଓରେ ମଧ୍ୟ ରାକ୍ଷୀ ଡ୍ରାମା କରି କାନ୍ଦିବା ପରେ ନିଜ ମନ୍ତବ୍ୟ ରଖିଥିଲେ। ରାକ୍ଷୀଙ୍କ ପୂରା ତଥ୍ୟ ଜାଣିବା ପାଇଁ ଭିଡିଓ ଦେଖନ୍ତୁ।

View this post on Instagram

Swarg me aapka swagat Hai dosto

A post shared by Rakhi Sawant (@rakhisawant2511) on

   Related Posts