ରାକ୍ଷୀ ଖୋଲିଲେ ଗୁମର: କହିଲେ ଏଥର ହୋଇଛି ସତ ସତିକା ବାହାଘର, ମା ହେବା ପାଇଁ ବହୁତ ବ୍ୟଗ୍ର

Published By : Prameya-News7 Bureau | August 05, 2019 IST

ମୁମ୍ବାଇ୫|୮:  ଫେମସ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କିଛି ଦିନ ହେଲା ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି।ସାଧାରଣତଃ ରାକ୍ଷୀ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଗତ କିଛି ଦିନ ଧରି ରାକ୍ଷୀଙ୍କ ବିବାହର ଖବର ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ସୂଚନାଯୋଗ୍ୟ ଯେ,  ରାକ୍ଷୀ ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି ।

{"id":141052}

ତେବେ ଏହି କଥା ପ୍ରମାଣ କରିବା ପାଇଁ ସେ ନିଜର ନୂଆ ନୂଆ ଫଟୋ ସେୟାର ମଧ୍ୟ କରୁଛନ୍ତି। ନବ ବିବାହିତା ବୋହୂ ଭଳି ବିଭିନ୍ନ ରୂପରେ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସିନ୍ଦୁର ଲଗାଇ ମଙ୍ଗଳସୂତ୍ର ପିନ୍ଧି ବସିଥିବାର ପୋଜରେ ଫଟୋ ଦେଇଛନ୍ତି ରାକ୍ଷୀ। ଏହା ସହ ତାଙ୍କର ମେହେନ୍ଦୀ, ଚୁଡି ଏବଂ ସିନ୍ଦୁରକୁ ସୋ-ଅଫ ମଧ୍ୟ କରିଥିଲେ।

{"id":141055}

 ନିକଟରେ ଏକ ସାକ୍ଷାତକାରରେ ରାକ୍ଷୀ ମାନିଛନ୍ତି ଯେ, ସେ ବିବାହ କରିବା କଥା ସତ। ପ୍ରଥମେ ଭାଇରାଲ ହୋଇଥିବା ରାକ୍ଷୀଙ୍କ ବିବାହ ଫଟୋକୁ ଏକ ଫଟୋ ଶୁଟ୍ କହି ସମସ୍ତଙ୍କୁ ମିଛ କୁହାଯାଇଥିଲା।  ହେଲେ ଏବେ ରାକ୍ଷୀ ନିଜର ଲଭ୍ ଷ୍ଟୋରୀର ଖୁଲାସା କରିଛନ୍ତି ।

{"id":141056}

ସୋସିଆଲ ମିଡିଆରେ ରାକ୍ଷୀଙ୍କ ଫଟୋ ଦେଖି ଜଣାପଡୁଛି ଯେ, ସେ ପ୍ରକୃତରେ ହନିମୁନରେ ଯାଇଛନ୍ତି।  ଏହି ଫଟୋକୁ ନେଇ ରାକ୍ଷୀଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା। ଏନେଇ ସେ କହିଥିଲେ  ଯେ, ତାଙ୍କ ବିବାହ ହୋଇସାରିଛି। ସେ ଆଗରୁ ବାହା ହୋଇନି ବୋଲି ମିଛ କହିଥିବା ପଛର କାରଣ ମଧ୍ୟ କହିଛନ୍ତି  । ସେ ଏଥି ପାଇଁ ମିଛ କହିଥିଲେ କାରଣ ସେ ବହୁତ ଡରି ଯାଇଥିଲେ ।

{"id":141057}

ସାକ୍ଷାତକାରରେ ରାକ୍ଷୀ ନିଜର ଏନଆରଆଇ ସ୍ବାମୀଙ୍କ ନା ରିତେଶ ବୋଲି କହିଛନ୍ତି। ସେ ୟୁକେର ବାସିନ୍ଦା ବୋଲି ମଧ୍ୟ ସୂଚନା ଦେଇଛନ୍ତି ରାକ୍ଷୀ। ବିବାହ ପରେ ରିତେଶ ୟୁକେ ଫେରି ଯାଇଛନ୍ତି । ଭିସା ପ୍ରକ୍ରିୟା ଚାଲିଥିବାରୁ ସେ କିଛି ଦିନ ପରେ ୟୁକେ ଯିବେ।

{"id":141058}

ଏହା ସହ ସେ କହିଛନ୍ତି ଯେ, ରିତେଶ ତାଙ୍କର ବହୁତ ବଡ ଫ୍ୟାନ୍‌ ଥିଲେ। ହ୍ବାଟ୍‌ସଆପରେ ଅନେକ ଦିନ ଧରି ଉଭୟ କଥାବାର୍ତ୍ତା କରୁଥିଲେ। କିଛି ଦିନ ପରେ ଦୁହେଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା ।

{"id":141059}

 ପାଖାପାଖି ୧ ବର୍ଷ ପରସ୍ପରଙ୍କୁ ଡେଟ କରିବା ପରେ ରିତେଶ ବିବାହ ପ୍ରସ୍ତାବ ଦେଇଥିଲେ । ପ୍ରଥମେ ରାକ୍ଷୀ ବିବାହ ପାଇଁ ମନା କରିଥିଲେ ହେଲେ ପରେ ସେ ରାଜି ହୋଇଥିଲେ। ଏବେ ବିବାହ ବନ୍ଧନରେ ବାନ୍ଧିହେବା ପରେ ସେ ମା ହେବା କଥା ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.