Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ପରେ ସ୍ବାମୀଙ୍କ ସହ ବାଥଟବ୍ରେ ମଜା ନେଉଛନ୍ତି ରାକ୍ଷୀ ସାୱନ୍ତ, ଫଟୋ ହେଲା ଭାଇରାଲ

ମୁମ୍ବାଇ୧୪|୮: ବଲିଉଡ ଇଣ୍ଡଷ୍ଟ୍ରିର ବିବାଦୀୟ କୁଇନ୍‌ ରାକ୍ଷୀ ସାୱନ୍ତ ଏବେ କିଛି ଦିନ ତଳେ ଗୁପ୍ତ ବିବାହ କରିଥିଲେ। ସାଧାରଣତଃ ରାକ୍ଷୀ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି।

ଗତ କିଛି ଦିନ ଧରି ରାକ୍ଷୀଙ୍କ ବିବାହର ଖବର ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ରାକ୍ଷୀ ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି ।

ଏଥିପାଇଁ ତରାକ୍ଷୀ ଲଗାତାର ଚର୍ଚ୍ଚାରେ ରହୁଛନ୍ତି।ବ୍ରାଇଡାଲ ଫଟୋଶୁଟ୍‌ ପରେ ଏବେ ରାକ୍ଷୀଙ୍କର ବାଥଟବ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋ ପାଇଁ ଇଣ୍ଟରନେଟ୍‌ରେ ଧମାଲ କରିଛନ୍ତି ରାକ୍ଷୀ। ସିନ୍ଦୁର ଲଗାଇ ମଙ୍ଗଳସୂତ୍ର ଓ ଚୁଡି ପିନ୍ଧି ବାଥ୍‌ଟବ୍‌ରେ ପୋଜ୍‌ ଦେଇ ନିଜର ବୋଲ୍ଡ ଫଟୋ ସେୟାର କରିଛନ୍ତି ରାକ୍ଷୀ ।

ଏହି ଫଟୋରେ ରାକ୍ଷୀ ବାଥ୍‌ଟବ୍‌ରେ ମଜା ନେବାର ନଜର ଆସୁଛନ୍ତି। ଫଟୋ ସହ ସେ କ୍ୟାପସନ ଦେଇଛନ୍ତି ଯେ, “ହେଭିଂ ଫନ୍‌ ୱିଥ୍‌ ମାଇ ଲଭ୍‌, ଗେଟିଂ କ୍ରେଜି”(Having Fun With My Love, getting Crazy)।

 ରାକ୍ଷୀଙ୍କ କ୍ୟାପସନରୁ ଜଣା ପଡୁଛି ଯେ, ସେ ନିଜ ସ୍ବାମୀଙ୍କ ସହ ବାଥଟବ୍‌ରେ ମଜା କରୁଛନ୍ତି।ହେଲେ ରାକ୍ଷୀଙ୍କର କୌଣସି ଫଟୋରେ ତାଙ୍କ ସ୍ବାମୀ ରିତେଶ ନଜର ଆସିନାହାନ୍ତି।

ରାକ୍ଷୀ ନିଜ ବିବାହ ବିଷୟରେ ସ୍ବୀକାର କରିବା ପରେ ଅଧିକାଂଶ ଫଟୋ ପୋଷ୍ଟ କରୁଛନ୍ତି।କିନ୍ତୁ ଡ୍ରାମା କୁଇନ୍‌ ଏଯାଏଁ ନିଜ ସ୍ବାମୀଙ୍କ ବିଷୟରେ ବିଷେଶ କିଛି ସୂଚନା ଦେଇନାହାନ୍ତି।

ରାକ୍ଷୀଙ୍କର ନିଜ ସ୍ବାମୀ ସହ କୌଣସି ଫଟୋ ସାମ୍ନାକୁ ଆସିନାହିଁ। ତେବେ ଏନେଇ ଯେତେବେଳେ ରାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ମିଡିଆ ପସନ୍ଦ ନୁହଁ ସେଥିପାଇଁ ସେ ଲାଇମ୍‌ଲାଇଟ୍‌ରୁ ଦୂରରେ ରୁହନ୍ତି।

ହେଲେ ଦର୍ଶକ ଉଭୟଙ୍କ ଫଟୋ ଓ ରାକ୍ଷୀଙ୍କ ସ୍ବାମୀ ରିତେଶଙ୍କୁ ଦେଖିବା ପାଇଁ ବେଶ ଉତ୍ସୁକ ଅଛନ୍ତି।ରାକ୍ଷୀ କେବେ ନିଜ ସ୍ବାମୀ ସହ ସାକ୍ଷାତକାରରେ ନଜର ଆସିବେ ସେହି ଅପେକ୍ଷାରେ ଦର୍ଶକ ଅଛନ୍ତି।   

994 Views

   ସମ୍ବନ୍ଧିତ ଖବର