Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ପାଳିତ, ବାସୁଙ୍ଗା ପାଟରେ ନିର୍ମିତ ରାକ୍ଷୀ ପିନ୍ଧିଲେ ମହାପ୍ରଭୁ

3/08/2020 at 6:17 PM

ପୁରୀ ୩।୮: ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମୋତ୍ସବ। ପାଟରା ସେବାୟତଙ୍କ ଦ୍ବାରା ବାସୁଙ୍ଗା ପାଟରେ ନିର୍ମିତ ହୋଇଥିବା ରାକ୍ଷୀକୁ ଲାଗି କରାଯାଇଛି ପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କୁ । ଆଜି ମଧ୍ୟ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଥିବାରୁ ମଧ୍ୟାହ୍ନ ଧୂପ ପରେ ମାର୍କଣ୍ଡ ପୁଷ୍କରିଣୀକୁ ଚକ୍ରରାଜ ସୁଦର୍ଶନ ବିଜେ କରି ଏହି ଜନ୍ମନୀତି କରାଯାଇଛି ।

ଆଜି ଭାଇ ଭଉଣୀଙ୍କ ପବିତ୍ର ସଂପର୍କର ଉତ୍ସବ ରକ୍ଷାବନ୍ଧନ। ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ରକ୍ଷାବନ୍ଧନ ଉତ୍ସବ। ଭଉଣୀ ସୁଭଦ୍ରା ବାସୁଙ୍ଗା ପାଟରେ ନିର୍ମିତ ୪ଟି ରାକ୍ଷୀ ବାନ୍ଧିଛନ୍ତି ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ । ପାଟରା ସେବାୟତ ମାନେ ଦୀର୍ଘ ଏକ ମାସ ନିଷ୍ଠାରେ ରହି ତିଆରି କରିଥିବା ବାସୁଙ୍ଗା ପାଟର ରାକ୍ଷୀକୁ ଶ୍ରୀମନ୍ଦିରକୁ ନେଇଥିଲେ । ସେଠାରେ ସେମାନେ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ଅର୍ପଣ କରିବା ପରେ ମେକାପ ସେବାୟତମାନେ ଏହାକୁ ସିଂହାରୀ ସେବାୟତଙ୍କ ହାତରେ ଦେଇଥିଲେ । ଏହାପରେ ଶ୍ରୀଜିଉଙ୍କ ହାତରେ ବନ୍ଧା ଯାଇଥିଲା ଏହି ରାକ୍ଷୀ ।

ରକ୍ଷାବନ୍ଧନ ସହ ଆଜି ମଧ୍ୟ ଅନୁଷ୍ଠିତ ହେଉଛି ବଳଭଦ୍ରଙ୍କ ଜନ୍ମୋତ୍ସବ । କରୋନା କଟକଣା ଯୋଗୁଁ ସୀମିତ ସେବାୟତଙ୍କ ଗହଣରେ ଏହି ଜନ୍ମୋତ୍ସବ ତୀର୍ଥ ପୁଷ୍କରିଣୀ ମାର୍କଣ୍ଡରେ ଅନୁଷ୍ଠିତ ହେବ ସନ୍ଧ୍ୟା ସମୟରେ । ମଧ୍ୟାହ୍ନ ଧୂପ ପରେ ପ୍ରଭୁ ସୁଦର୍ଶନଙ୍କୁ ବିମାନରେ ନିଆଯିବ ମାର୍କଣ୍ଡ ପୁଷ୍କରିଣୀ ନିକଟକୁ । ସେଠାରେ ପାଳିଆ ସେବାୟତମାନେ ମାଟି ପିତୁଳାରେ ବଳଭଦ୍ରଙ୍କ ଜନ୍ମନୀତି ସଂପୂର୍ଣ୍ଣ କରିବେ ।

କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମନୀତି ବିନା ଭକ୍ତରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି । ତେବେ ଭକ୍ତଗଣ ଶ୍ରୀଜିଉଙ୍କ ଦର୍ଶନ କରିବାର ସୁଯୋଗ ନପାଇଲେ ମଧ୍ୟ ଘରେ ରହି ମହାପ୍ରଭୁଙ୍କୁ ସ୍ମରଣ ତଥା ପ୍ରାର୍ଥନା କଲେ ଅନନ୍ତ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

   Related Posts