Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #support_rakesh_tikait_challenge, ନେତାଙ୍କ ପାଇଁ ଗାଜିପୁର ପାଲଟିଛି ତୀର୍ଥକ୍ଷେତ୍ର

30/01/2021 at 4:56 PM

ଗାଜିପୁର ୩୦।୧: ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଏବେ ଦେଶର ଚାଷୀଙ୍କ ଲାଗି ହିରୋ ପାଲଟିଯାଇଛନ୍ତି। ଦିଲ୍ଲୀ ସୀମାରେ ଲିଭିଯାଉଥିବା ଆନ୍ଦୋଳନର ଶିଖାକୁ ପୁଣି ଲେଲିହାନ କରିଛନ୍ତି ଟିକାୟତ। ୩ କଳା କୃଷି ଆଇନ ବିରୋଧରେ ଟିକାୟତଙ୍କ ଆନ୍ଦୋଳନ ଆହ୍ୱାନକୁ ସମାଜର ସବୁ ସ୍ତରରୁ ସମର୍ଥମ ମିଳିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆରେ ‘ ଆଇ ସପୋର୍ଟ ରାକେଶ ଟିକାୟ ଚାଲେଞ୍ଜ’ ଏବେ ଟ୍ରେଣ୍ଡ କରୁଛି।

୨୬ଜାନୁୟାରୀ ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା ଘଟଣାରେ ବିକେୟୁ ମୁଖପାତ୍ର ରାକେଶ ଟିକାୟତ ଭାଙ୍ଗି ପଡିଥିଲେ। ଏଣୁ ପୋଲିସରେ ଆତ୍ମସମର୍ପଣ କରିବା ଲାଗି ପ୍ରସ୍ତୁତି କରିନେଇଥିବା ବେଳେ ୟୁପି ଯୋଗୀ ସରକାରଙ୍କ ସାମାନ୍ୟ ଭୁଲ ଟିକାୟତଙ୍କୁ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥିଲା।

ଆନ୍ଦୋଳନସ୍ଥଳ ଖାଲି କରିବା ଲାଗି ଯୋଗୀ ସରକାରଙ୍କ ଅଲ୍ଟିମେଟମର ଜବାବରେ ଟିକାୟତ ନିଜେ ଆତ୍ମହତ୍ୟା କରିଦେବେ ପଛେ ଚାଷୀଙ୍କ ଆନ୍ଦୋଳନ ବିଫଳ ହେବାକୁ ଦବେନି ବୋଲି ଭାବୁକ ଘୋଷଣା କରିବା ସାରା ଦେଶରେ ଚାଷୀଙ୍କୁ ଏକଜୁଟ୍ କରିଛି। ରାତାରାତ  ପଶ୍ଚିମ ଉତ୍ତର  ପ୍ରଦେଶରୁ ଶହଶହ ଚାଷୀ ରାକେଶ ଟିକାୟତଙ୍କ ଆନ୍ଦୋଳନସ୍ଥଳ ଗାଜିପୁର ପହଞ୍ଚିଥିବା ବେଳେ ସୋସିଆଲ ମିଡିଆରେ ରାକଶ ଟିକାୟତ ଚାଲେଞ୍ଜ ଟ୍ରେଣ୍ଡ କରିବାକୁ ଲାଗିଥିଲା। ଶୁକ୍ରବାର ପ୍ରତ୍ୟୁଷରେ ଦିଲ୍ଲୀ କେଜରୀୱାଲ ସରକାରଙ୍କ ମନ୍ତ୍ରୀ ପ୍ରଥମେ ପହଞ୍ଚି ରାକେଶ ଟିକାୟତଙ୍କ ସାହାସ ବାନ୍ଧିଥିଲେ। ଆନ୍ଦୋଳନ ପାଇଁ ଯାହା ଦରକାର ଦିଲ୍ଲୀ ସରକାର ଯୋଗାଇ ଦେବେ ବୋଲି କହିଥିଲେ।

ଚାଷୀ ଆନ୍ଦୋଳନପ୍ରତି ବଢୁଥିବା ଜନସମର୍ଥନକୁ ଦେଖି ହରିୟାଣାରେ ଖଟ୍ଟର ସରକାରଙ୍କ ସହଯୋଗୀ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦିଗବିଜୟ ସିଂ ଚୌଟାଲା ରାକେଶ ଟିକାୟତଙ୍କୁ ଖୋଲା ସମର୍ଥନ କରିବା ସହ ମହାନ କୃଷକନେତା ମହେନ୍ଦ୍ର ସିଂ ଟିକାୟତଙ୍କ ପୁତ୍ରଙ୍କୁ ଦେଶ ଦ୍ରୋହୀ କୁହାଯାଇପାରିବନି ବୋଲି କହିଥିଲେ।

#i_support_rakesh_tikait_challenge

#i_support_rakesh_tikait_challenge308K people have joined.
Try it

ଚୌଟାଲାଙ୍କ ଘୋଷଣା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ନାତି ଜୟନ୍ତ ଚୌଧୁରୀ ଶନିବାର ପ୍ରଥମେ  ଗାଜିପୁର ପହଞ୍ଚି ରାକେଶ ଟିକାୟତ ଓ ସାଥୀ ଚାଷୀଙ୍କ ସାହାସ ବୃଦ୍ଧି କରିଛନ୍ତି। ଜୟନ୍ତ ଚୌଧୁରୀଙ୍କ ପରେ ପରେ ୟୁପି ପ୍ରଦେସ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ, ଦିଲ୍ଲୀ କଂଗ୍ରେସ ନେତ୍ରୀ ଅଲକା ଲାମ୍ବା, ହରିୟାଣା କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି। ଏବେ ଗାଜିପୁର ବିକ୍ଷୋଭ ସ୍ଥଳ ଦେଶର କୃଷକ ଆନ୍ଦୋଳନର ତୀର୍ଥ ସ୍ଥଳରେ ପରିଣତ ହୋଇଛି। ଦିଲ୍ଲୀ ସୀମା ମାନଙ୍କରେ ଜାରି କୃଷକ ଆନ୍ଦୋଳନ ଶନିବାର ମଧ୍ୟ ଜାରି ରହିଛି।

ସେପଟେ ମୁଜଫରନଗରରେ ଅନୁଷ୍ଠିତ ମହାପଞ୍ଚାୟତରେ ରାକେଶ ଟିକାୟତଙ୍କ ସମର୍ଥନ ଲାଗି ବହୁ ସଂଖ୍ୟାରେ ଚାଷୀ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ସେଠାରୁ ଚାଷୀମାନେ ସିଧା ଗାଜିପୁର ଓ ଅନ୍ୟ ସୀମା ମାନଙ୍କରେ ଚାଲିଥିବା  ଆନ୍ଦୋଳନ ସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି।   

   Related Posts