Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗାଜିପୁରରେ ବଳପୂର୍ବକ ଚାଷୀ ଆନ୍ଦୋଳନ ହଟାଇବାକୁ ଯୋଗୀ ପ୍ରଶାସନର ଉଦ୍ୟମ, ଟିକାୟତ, କହିଲେ ‘ଏବେ ହେବ ଆରପାର ଲଢେଇ’

28/01/2021 at 10:55 PM

ଗାଜିପୁର ୨୮।୧: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ହିଂସାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଡ଼ା ନୀତି ଅବଲମ୍ବନ କରିଛନ୍ତି। ରାଜ୍ୟରେ ଚାଷୀ ଆନ୍ଦୋଳନ ସମାପ୍ତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଦିଲ୍ଲୀ ସୀମାବର୍ତ୍ତି ଗାଜିପୁର ଆନ୍ଦୋଳନ ସ୍ଥଳକୁ ରାତି ସୁଧା ଖାଲି କରିବାକୁ କୁହାଯାଇଥିବା ବେଳେ ପ୍ରଶାସନ ଚାଷୀଙ୍କୁ ଅଲ୍ଟିମେଟମ ଦେଇସାରିଛି।

ଉତ୍ତରପ୍ରଦେଶ ପ୍ରଶାସନର ଅଲ୍ଟିମେଟମ ମିଳିବା ପରେ ଭାରତୀୟ କିଷାନ ୟୁନିୟନ( ବିକେୟୁ) ମୁଖପାତ୍ର ରାକେଶ ଟିକାୟତ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେ ପୋଲିସରେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ। ହେଲେ ପ୍ରଶାସନର ଅଲ୍ଟିମେଟମ ମିଳିବା ପରେ ଏବେ ଆନ୍ଦୋଳନ ପ୍ରତ୍ୟାହାର ହେଲେ ହିଁ ଚାଷୀ ଘରକୁ ଫେରିବେ ବୋଲି ଜିଦରେ ଅଡି ଯାଇଛନ୍ତି।

ଚାଷୀଙ୍କ ଉପରେ ସରକାରଙ୍କ ଜୁଲୁମ କିଛି ନୁଆ କଥା ନୁହେଁ ବୋଲି କହିଛନ୍ତି ବିକେୟୁ ମୁଖ୍ୟ ଚୌଧୁରୀ ହରପାଲ ସିଂହ। ଏବେ ସରକାର ଯାହାବି ଦମନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବେ କରନ୍ତୁ ହେଲେ କଳାଆଇନ ପ୍ରତ୍ୟାହାର ହେଲେ ହିଁ ଚାଷୀ ଏଠାରୁ ଫେରିବେ ବୋଲି କହିଛନ୍ତି। ସେହିପରି ଅନ୍ୟତମ କୃଷକନେତା ଓମବୀର ସିଂହ କୃଷକ ଆନ୍ଦୋଳନ କରି ଅନେକବାର ପୋଲିସର ଲାଠିମାଡ଼ ଖାଇଥିବା କହିଛନ୍ତି। ଆଉଥରେ ପୋଲିସର ଲାଠି ପଡିଲେ କିଛି ଫରକ ପଡିବନି । ହଲେ ଆଇନ ପ୍ରତ୍ୟାହାର କିନ୍ତୁ ନିଶ୍ଚିତ କରିକି ହିଁ ଫେରିବୁ ବୋଲି କହିଛନ୍ତି। ଏଥିରୁ ଗାଜିପୁର ବର୍ଡରରେ ଏବେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିବା ସ୍ପଷ୍ଟ ହୋଇଯାଇଛି।

ମୋର୍ଚ୍ଚା ସମ୍ଭାଳିଲେ ସୁରକ୍ଷା ବଳ
୨୬ ଜାନୁୟରୀ ଘଟଣା ପରେ ଅନେକ ଚାଷୂ ଗାଜିପୂର ବର୍ଡରରୁ ପଳାଇଛନ୍ତି। ଏବେ ଏଠାରେ ଚାଷୀଙ୍କ ସଂଖ୍ୟା ହ୍ରାସ ହୋଇଛି। ତଥାପି ଆନ୍ଦୋଳନକୁ ବିନା କୌଣସି ଫଳାଫଳରେ ସମାପ୍ତ କରିବାକୁ କୃଷକ ସଙ୍ଗଠନ ଚାହୁଁ ନାହାନ୍ତି। ଏଥିରେ ଦିଲ୍ଲୀ ପୋଲିସ ଗାଜିପୁର ସୀମାରେ କିଲ୍ଲା ବନ୍ଦୀ କରିବା ଭୟାନକ ପରିସ୍ଥିତି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେପଟେ ୟୁପି ପୋଲିସ ଏଠାରେ ଚାଷୀଙ୍କ ଉପରେ ଲଗାତାର ଚାପ ବଢାଇବାରେ ଲାଗିଛି। ଏଥିରୁ ଚାଷୀ ଧାରଣାସ୍ଥଳ ଖାଲି ନକଲେ ପୋଲିସ ରାତି ଅନ୍ଧାରରେ ବଳପ୍ରୟୋଗ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଟିକାୟତ କହିଲେ ହଟିବେ ନାହିଁ, ଗୁଳିଖାଇବାକୁ ପ୍ରସ୍ତୁତ
ଅପରାହ୍ଣରେ ପୋଲିସ ଅଧିକାରୀ ରାକେଶ ଟିକାୟତଙ୍କ ସହ ଆଲୋଚନା କରିଥିଲେ। ପରେ ଟିକାୟତ ଗଣମାଧ୍ୟମକୁ ଭେଟି ଯାହାବି ହେଉ ଆନ୍ଦୋଳନ ହଟିବାର ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ସେ ଗୁଳି ଓ ଲାଠି ମାଡ ଖାଇବାକୁ ବି ପ୍ରସ୍ତୁତ ହେଲେ ଆନ୍ଦୋଳନ ସମାପ୍ତ ହେବାକୁ ଦେବେନି ବୋଲି କହିଛନ୍ତି। ନିରିହ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅନ୍ୟାୟ ସେ ବରଦାସ୍ତ କରିପାରିବେନି, ଆବଶ୍ୟକ ହେଲେ ଆତ୍ମହତ୍ୟା କରିବାକୁ ବି ସେ ପ୍ରସ୍ତୁତ ବୋଲି କହିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି।

ପୋଲିସ ମୁତୟନକୁ ଆମେ ଡରିନୁ
ସେପଟେ ବିକେୟୁ ମୁଖିଆ ଚୌଧୁରି ହରପାଲ ସିଂହ ଆମେ ସରକାରଙ୍କ ଜବାନ ଓ ପୋଲିସଙ୍କୁ ଡରୁନା ବୋଲି କହିଛନ୍ତି। ଜବାନଙ୍କ ସହ ଆମର କୌଣସି ବିବାଦ ନାହିଁ। ଜୟଜବାନ ଓ ଜୟ କିଷାନର ଦେଶ ଭାରତ । ଜବାନ ଆମ ଚାଷୀଙ୍କ ପୁଅ। ଆମର ଲଢେଇ ସରକାରଙ୍କ କୃଷି ଆଇନ ବିରୋଧରେ। ସବୁ ସରକାର ଏପରି ହିଁ କରନ୍ତି। ସବୁ ବେଳେ ଆମ ଉପରେ ଜୁଲୁମ କରିବାକୁ ପୋଲିସରେ ନିଯୁକ୍ତ ଆମ ପିଲାମାନଙ୍କୁ ହିଁ ଆମ ଆଗକୁ ଠେଲିଦିଅନ୍ତି। ଏଥର ମଧ୍ୟ ସେଇଆ ହେବାକୁ ଯାଉଛି। ସରକାରଙ୍କୁ ଏହାର ପରିଣାମ ନିଶ୍ଚିତ ଭୋଗିବାକୁ ପଡିବ ବୋଲି ଚୌଧୁରୀ କହିଛନ୍ତି।   

   Related Posts