Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଚାଷୀ ଆନ୍ଦୋଳନକୁ ବର୍ଷେ, ଟିକାୟତଙ୍କ ଘୋଷଣା ପୋଲିସ୍‌ର ଟେନ୍‌ସନ୍‌, ସଂସଦ ଭବନ ପର୍ଯ୍ୟନ୍ତ ପୁଣି ହେବ ଟ୍ରାକ୍ଟର ରାଲି

13/11/2021 at 9:32 AM

ନୂଆଦିଲ୍ଲୀ, ୧୩/୧୧: ଭାରତୀୟ କିଶାନ ୟୁନିୟନ୍‌ ତଥା କୃଷକ ନେତା ରାକେଶ ଟିକାୟତ ୨୬ ନଭେମ୍ୱରରେ ଶକ୍ତି ପ୍ରଦର୍ଶନ ଏବଂ ୨୯ ତାରିଖରେ ସଂସଦ ଭବନ ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବା ନେଇ ପ୍ରସ୍ତୁତ ରହିବାକୁ ଦଳର ନେତାକୁ ଆହ୍ୱାନ ଦେଇଛନ୍ତି । ଶୁକ୍ରବାର ୟୁପି ଗେଟ୍‌ ଠାରେ ସମୀକ୍ଷା ବୈଠକ ପରେ ଦଳ ଏକ ମାର୍ଚ୍ଚ କରିଥିଲେ । ଦିଲ୍ଲୀ ଚାଲ ନାରାବାଜି ସହିତ ଏକ୍ସପ୍ରେସ୍‌-ୱେ ପାଖରେ ଲାଗିଥିବା ବ୍ୟାରିକେଡ୍‌ ପର୍ଯ୍ୟନ୍ତ ରିହରସଲ୍‌ କରିଥିଲେ । ଟ୍ରାକ୍ଟର ରାଲିର ଘୋଷଣା ପରେ ପୋଲିସ୍‌ର ଚିନ୍ତା ବଢ଼ିଯାଇଛି ।

କୃଷକଙ୍କ ଆନ୍ଦୋଳନ  ୨୬ ନଭେମ୍ୱରକୁ ଗୋଟିଏ ବର୍ଷ ପୂରଣ ହେବ । ସଂଯୁକ୍ତ ମୋର୍ଚ୍ଚାର ଆହ୍ୱାନରେ ୨୬ରେ ଶକ୍ତି ପ୍ରଦର୍ଶନ ଏବଂ ୨୯ରେ ଟ୍ରାକ୍ଟର ରାଲି ହେବା ନେଇ ପ୍ରସ୍ତାବିତ ଯୋଜନା ରହିଛି । ଗତକାଲି ପଶ୍ଚିମ ୟୁପିର ମଣ୍ଡଳ ୱ ଜିଲ୍ଲା ପଦାଧିକାରୀଙ୍କ ସମୀକ୍ଷା ବୈଠକ ହୋଇଥିଲା ।

ଟିକାୟତ ଏନେଇ କହିଛନ୍ତି ଯେ, ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ସରକାର କୃଷକଙ୍କ କଥା ଶୁଣିବାକୁ ନାରାଜ । ଦାବି ପୂରଣ ନହେବା ପର୍ଯ୍ୟନ୍ତ କୃଷକ ସୀମା ଛାଡ଼ିବେନାହିଁ । କାର୍ଯ୍ୟକର୍ତ୍ତା ଏକ ବଡ଼ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରୁହନ୍ତୁ । ଖାଦ୍ୟ-ପାନୀୟ ସହିତ ଶୀତ ପାଇଁ ବସ୍ତ୍ର ଏବଂ ଅତ୍ୟାବଶ୍ୟକୀୟ ଜିନିଷ ଧରି ସଂଗ ସୀମାରେ ପହଞ୍ଚିବାକୁ ଟିକାୟତ ଆହ୍ୱାନ ଦେଇଛନ୍ତି । ସରକାର କୃଷକଙ୍କୁ ଥକାଇବାକୁ ଚାହୁଁଛନ୍ତି । ହେଲେ କୃଷକ ଥକିବେ ନାହିଁ ବୋଲି ଟିକାୟତ କହିଛନ୍ତି ।

   Related Posts