ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ପୋଲିସରେ ଆତ୍ମସମର୍ପଣ କରିପାରନ୍ତି ରାକେଶ ଟିକାୟତ

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୧: ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କୁ ଦିଲ୍ଲୀରେ ଟ୍ରାକ୍ଟର ପରେଡ ଜିଦ୍‌ ଏବେ ମହଙ୍ଗା ପଡୁଛି।  କୃଷକନେତାଙ୍କ ଗିରଫ ଲାଗି ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିବା ବେଳେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକାୟତ ଗୁରୁବାର ପୋଲିସରେ ଆତ୍ମସମର୍ପଣ କରିପାରନ୍ତି ବୋଲି ସୂଚନା ଆସୁଛି।

{"id":400129,"width":577,"height":365,"sizeSlug":"large","linkDestination":"none"}

ତେବେ ଟିକାୟତ ଲାଲକିଲ୍ଲାରେ ଜାନୁୟାରୀ ୨୬ ଦିନ ଯାହା କିଛି ହେଲା ତାହା ରାଜଧାନୀରେ କୃଷକ ଆନ୍ଦୋଳନ ଭାଙ୍ଗିବା ଲାଗି ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି। କୃଷକ ସଙ୍ଗଠନଙ୍କ ଆହ୍ୱାନରେ ଦିଲ୍ଲୀକୁ ଟ୍ରାକ୍ଟର ପରେଡ ଲାଗି ଆସିଥିବା ପ୍ରତ୍ୟେକ ଚାଷୀଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ହେଲେ ପରେଡ ଲାଗି କୃଷକଙ୍କୁ ଦିଲ୍ଲୀ ପୋଲିସ ଯେଉଁ ରୁଟ ପ୍ଲାନ ଦେଇଥିଲା ସେଥିରେ ଚକ୍ରବ୍ୟୁହ ରଚିଥିବାର ଏବେ ଜଣାପଡୁଛି ବୋଲି ଟିକାୟତ କହିଛନ୍ତି।

{"id":400130,"sizeSlug":"large","linkDestination":"none"}

ଦିଲ୍ଲୀ ପୋଲିସ ଗୁରୁବାର କୃଷକନେତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍‌ ଜାରି କରିଛି। ଏଥିରେ ଏହି ନେତାମାନଙ୍କର ପାସପୋର୍ଟ ଜବତ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।  ଦିଲ୍ଲୀ ହିଂସା ଓ ଲାଲକିଲ୍ଲା କାଣ୍ଡ ଲାଗି ପୋଲିସ ୩୭ ଜଣ କୃଷକନେତାଙ୍କ ବିରୋଧରେ ଏତଲା ରୁଜୁ କରିଛି।

{"id":400131,"width":576,"height":381,"sizeSlug":"large","linkDestination":"none"}

ପୋଲିସ ରୁଜୁ କରିଥିବା ଏତଲାରେ ମେଧା ପାଟେକର, ବୁଟା ସିଂହ, ଦର୍ଶନ ପାଲ, ରାକେଶ ଟିକାୟତ, ରାଜିନ୍ଦର ସିଂହ, ବଲବୀର ସିଂହ ରାଜେୱାଲ, ଯୋଗେନ୍ଦ୍ର ଯୋଦବ, ଯୋଗେନ୍ଦ୍ର ସିଂ ଉଗ୍ରାହା ଓ ଅବିକ ସିଂହ ଆଦିଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ରାକେଶ ଟିକାୟତ ପୋଲିସରେ ଆତ୍ମସମର୍ପଣ କରିବାକୁ ଯାଉଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.