ରାକେଶ ଟିକାୟତଙ୍କ ଉପରେ ଆକ୍ରମଣ ଘଟଣା : ଏବିଭିପି ନେତାଙ୍କ ସହ ୧୪ ଗିରଫ, ବିଜେପି ଉଠାଇଲା ପ୍ରଶ୍ନ- କ'ଣ କରୁଥିଲା ପୋଲିସ ?

Published By : Prameya-News7 Bureau | April 03, 2021 IST

ଜୟପୁର,୦୩/୦୪:    କୃଷକ ନେତା ରାକେଶ ଟିକାୟତଙ୍କ କାରକେଡ୍ ଉପରେ ଶୁକ୍ରବାର ରାଜସ୍ଥାନର ଅଲଓ୍ୱାର ଜିଲ୍ଲାର ତାତରପୁରଠାରେ ଆକ୍ରମଣ ହୋଇଥିଲା । କିଛି ଲୋକ ସ୍ୱାଗତ କରିବା ବାହାନାରେ ରାକେଶଙ୍କ ଗାଡି ଅଟକାଇ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଉପରକୁ କାଳି ମଧ୍ୟ ଫିଙ୍ଗିଥିଲେ । ଏହାସହ କାର କାଚକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣ ପରେ ରାକେଶ ଟ୍ୱିଟ୍ କରି ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ବିଜେପିର କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଥାନାରେ ରାକେଶ ଦେଇଥିବା ଅଭିଯୋଗ ଅନୁସାରେ, କାରକେଡ୍ ଉପରେ ଶୁକ୍ରବାର ସନ୍ଧ୍ୟାରେ ୩୩ ଜଣ ଆକ୍ରମଣ କରିଥିଲେ । ଏବେସୁଦ୍ଧା ୧୪ଜଣଙ୍କୁ ଗିରଫ କରାଯାଇଛି । ସ୍ୱାଗତ କରିବା ବାହାନାରେ କାର ଉପରେ ଆକ୍ରମଣ ହୋଇଥିଲା । ଏପରିକି ରାକେଶଙ୍କ ଉପରେ କାଳି ଫିଙ୍ଗା ଯାଇଥିଲା । ଏହାସହ ରାକେଶ ଓ ରାଜସ୍ଥାନ ଡିଜି  ଏମଏଲ ଠାକୁରଙ୍କ ଶ୍ୱଶୂର ରାଜାରାମ ମୀଲଙ୍କ ସୁରକ୍ଷାକର୍ମୀଙ୍କ ଅସ୍ତ୍ର ମଧ୍ୟ ଛଡାଇବା ପାଇଁ ଉଦ୍ୟମ ହୋଇଥିଲା ।

ଏହି ମାମଲାରେ ପୋଲିସ ଶୁକ୍ରବାର ରାତିରେ ଏବିଭିପି କାର୍ଯ୍ୟକର୍ତ୍ତା କୁଲଦୀପ ସିଂ ଯାଦବଙ୍କ ସହ ୧୪ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଏହି ଆକ୍ରମଣକୁ ବିରୋଧି ଦଳ ସୁଚିନ୍ତିତ କହିବା ସହ ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ବିଜେପି କହିଛି ଯେ, ଏହି ଆକ୍ରମଣ ପଛରେ ଦଳର କୌଣସି ସମ୍ପର୍କ ନାହିଁ । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲା । କାହିଁକି ପୋଲିସ କେବଳ ମୁକଦର୍ଶକ ସାଜିଥିଲା ବୋଲି ଦଳ ପ୍ରଶ୍ନ କରିଛି ।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି ବିଜେପିକୁ ଘଟଣା ପାଇଁ ଦାୟୀ କରିଛନ୍ତି । ଏହାସହ ବିଜେପି ଦ୍ୱାରା ଆକ୍ରମଣକୁ ସେ ନିନ୍ଦା କରୁଥିବା ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.