Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଜେପିକୁ ଟାର୍ଗେଟ୍‌ କଲେ ଚାଷୀ ନେତା ରାକେଶ ଟିକାୟତ : କହିଲେ, ‘ତାଙ୍କ ପାଖରେ ଟ୍ବିଟର୍‌ ତ ଆମ ପାଖରେ ଟ୍ରାକ୍ଟର-ଟ୍ରେକର୍‌’

12/09/2021 at 1:14 PM

ଲକ୍ଷ୍ନୌ ୧୨/୦୯ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । କୃଷକ ନେତା ରାକେଶ ଟିକାୟତଙ୍କ ନେତୃତ୍ବ​‌ରେ ହଜାର ହଜାର ସଂଖ୍ୟାରେ ଚାଷୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ବୟାନ ଜାରିକରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ସେ କହିଛନ୍ତି,‘ସୋସିଆଲ ମିଡିଆରେ ସରକାରଙ୍କ ଠାରୁ ହାରିଯାଉଛନ୍ତି ଚାଷୀ । ସରକାରଙ୍କ ପାଖରେ ଟ୍ବିଟର୍‌ ଅଛି କିନ୍ତୁ ଚାଷୀଙ୍କ ପାଖରେ ଜବାବ ଦେବାକୁ ହତିଆର ହେଉଛି ଟ୍ରାକ୍ଟର ଏବଂ ଟ୍ରେକର୍‌ ।’ ଏହା ସହିତ ସୋସିଆଲ ମିଡିଆରେ ସକ୍ରିୟତା ବୃଦ୍ଧି କରିବାକୁ ଚାଷୀଙ୍କୁ କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ହମୀରପୁରର ମୌଦାହାରେ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରିବାକୁ ବାନ୍ଦାରେ ପହଞ୍ଚିଥିବା ରାକେଶ ଟିକାୟତ କହିଛନ୍ତି, ‘ମୁଁ ନିର୍ବାଚନ ଲଢିବି କି ନାହିଁ ତାହା ଏବେ ସ୍ପଷ୍ଟ ହୋଇନି । ବର୍ତ୍ତମାନ ନିର୍ବାଚନ ଲଢିବା ନେଇ ସେଭଳି କୌଣସି ନିଷ୍ପତ୍ତି ହୋଇନାହିଁ’ । ରାଜନୀତିକୁ ନେଇ ଗଣମାଧ୍ୟମ ପ୍ରଶ୍ନରେ ରାକେଶ ଟିକାୟତ କହିଛନ୍ତି, ଯିଏ ଯେଉଁ ରଙ୍ଗର ଚଷମା ପିନ୍ଧିବେ ତାଙ୍କୁ ସେହି ଦେଖାଯିବ । ବିଜେପିର ଉଦ୍ଦେଶ୍ୟ ନିର୍ବାଚନ ଜିତିବା କିନ୍ତୁ ଆମର ଲକ୍ଷ୍ୟ ଦେଶ ବଞ୍ଚାଇବା ସେଥିପାଇଁ କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ସାରା ଦେଶରେ ବୁଲୁଛୁ ।

ରାକେଶ ଟିକାୟତ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ୩ କୃଷି ଆଇନ ତିଆରି କରି ଚାଷୀଙ୍କ ପେଟକୁ ଲାତ ମାରିବାକୁ ଚେଷ୍ଟା କରୁଛନ୍ତି । ସରକାର କେବଳ ବଡ ବଡ କମ୍ପାନୀ ଚଳାଉଛନ୍ତି । ସାଗ ମାଛ ଦରରେ ସେମାନଙ୍କୁ ସରକାରୀ ଧନ ବିକ୍ରି କରିବାରେ ଲାଗିଛନ୍ତି । ରେଲଓ୍ବେ, ଏୟାରପୋର୍ଟ, ଏଲ୍‌ଆଇସି, ଭାରତ ପେଟ୍ରୋଲିୟମ ସବୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ମୋଦି ସରକାର । ତେଣୁ ଦେଶର ଯୁବକମାନଙ୍କୁ ଚାଷୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଲଢେଇରେ ସାମିଲ ହୋବକୁ ପଡିବ । ​‌

   Related Posts