ଦିଲ୍ଲୀ ବାହାରକୁ ଯିବ ଚାଷୀଙ୍କ ଆନ୍ଦୋଳନ! ଟିକାୟତଙ୍କ ଘୋଷଣା-ଆଗାମୀ ଦିନରେ ୫ଟି ରାଜ୍ୟରେ କରିବେ କୃଷକ ସମାବେଶ

Published By : Prameya-News7 Bureau | February 28, 2021 IST

ଗାଜିପୁର ୨୮।୨: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ୩ମାସ ପୂରଣ ହୋଇଛି। ତେବେ କେନ୍ଦ୍ର ସରକାର ଏହା କିଛି ରାଜ୍ୟର ଚାଷୀଙ୍କ ଅସନ୍ତୋଷ ବୋଲି କହୁଛନ୍ତି। ସେପଟେ ଆନ୍ଦୋଳନକୁ ଏବେ ଜାତୀୟ ସ୍ତରକୁ ନେଇଯିବାକୁ ଭାରତୀୟ କିଷାନ ୟୁନିୟନ( ବିକେୟୁ) ଅଣ୍ଟା ଭିଡିଥିବା ଜଣାପଡିଛି।

ଆଗାମୀ ଦିନରେ ବିକେୟୁ ନେତା ରାକେଶ ଟିକାୟତ ୫ଟି ରାଜ୍ୟରେ କୃଷକ ସମାବେଶ କରିବେ ବୋଲି ମିଡିଆ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ ରବିବାର ଘୋଷଣା କରିଛନ୍ତି। ବିକେୟୁ ମାର୍ଚ୍ଚ ୧ ତାରିଖରୁ ଏହି ଅଭିଯାନ ହାତକୁ ନେଉଥିବା ବେଳେ ଟିକାୟତ ଆଗାମୀ ଦିନରେ ଉତ୍ତରାଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟରେ ବିଶାଳ କୃଷକ ସମାବେଶ କରିବ ବୋଲି ମଲ୍ଲିକ ଘୋଷଣା କରିଛନ୍ତି।

ଏବେ ଦେଶର କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ସେ ସବୁ ରାଜ୍ୟରେ ସମାବେଶ ଲାଗି ଅନୁମତି ମିଳୁ ନାହିଁ। ତେବେ ପରବର୍ତ୍ତି ସମୟରେ ସେହି ସବୁ ରାଜ୍ୟରେ ମଧ୍ୟ କୃଷକ ସମାବେଶ ହେବ ବୋଲି ମଲ୍ଲିକ କହିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ କୃଷକ ଆନ୍ଦୋଳନକୁ ମଜଭୁତ କରିବା ଲାଗି ରାକେସ ଟିକାୟତ ସାରା ଦେଶ ଗସ୍ତ କରିବେ ବୋଲି ଘୋଷଣା କରିଥିଲେ। ଏହି କ୍ରମରେ ସେ ଆଗମୀ ଦିନରେ କର୍ଣ୍ଣାଟକ ଯାଉଥିବା ବେଳେ ତେଲେଙ୍ଗାନା ଗସ୍ତ ମଧ୍ୟ କରିବେ ବୋଲି କାର୍ଯ୍ୟସୂଚୀରୁ ସ୍ପଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.