Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆନ୍ଦୋଳନ ଦୁର୍ବଳ ! ଧାରଣାସ୍ଥଳରେ ପ୍ରଦର୍ଶନକାରୀ ଚାଷୀଙ୍କ ସଂଖ୍ୟା କମୁଛି, ଚିନ୍ତାରେ କୃଷକ ସଂଗଠନ, ଟିକାୟତଙ୍କ ଟେନସନ୍‌

11/03/2021 at 5:21 PM

ନୂଆଦିଲ୍ଲୀ ୧୧/୦୩: ଧାରଣାସ୍ଥଳରେ କମୁଛି କୃଷକଙ୍କ ସଂଖ୍ୟା। ଆନ୍ଦୋଳନ ସ୍ଥଳରୁ କମିବାରେ ଲାଗିଛି କୃଷକଙ୍କ ସଂଖ୍ୟା। ଏବେ ଆନ୍ଦେଳନ କେମିତି ହେବ ସେନେଇ କୃଷକ ସଂଗଠନ ଚିନ୍ତାରେ ଥିବା ଜଣାପଡ଼ିଛି। ୩ ନୂଆ କୃଷି ଆଇନ୍‌ ପ୍ରତ୍ୟାହର ଦାବିରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ବର୍ଡରରେ ଡେରା ପକାଇଥିବା ଚାଷୀଙ୍କ ସଂଖ୍ୟା କମିଥିବା ଜଣାପଡ଼ିଛି। ସରକାରଙ୍କ ସହ ମାରାଥନ ଆଲୋଚନା, ଦାବିକୁ ନେଇ ହିଂସାକାଣ୍ଡ ଭଳି ଘଟଣା ଘଟିବା ପରେ ମଧ୍ୟ କୌଣସି ନିଷ୍କର୍ଶ ବାହାରିପାରିନାହିଁ।

ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଭାରତୀୟ କୃଷକ ସଂଗଠନ ପ୍ରବକ୍ତା ରାକେଶ ଟିକାୟତ ଅନେକ ଦାବି କରିଥିବା ବେଳେ ସତ ଏହା ଯେ ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବିଶେଷ କରି ଗାଜିପୁର, ଟିକରୀ ଏବଂ ସିଙ୍ଘୁ ବର୍ଡରରେ ପ୍ରଦର୍ଶନକାରୀ କୃଷକଙ୍କ ସଂଖ୍ୟା ଅଧିକ କମିଥିବା ଜଣାପଡ଼ିଛି। ୟୁପି ଗେଟ୍‌ରେ ପ୍ରଦର୍ଶନକାରୀଙ୍କ ସଂଖ୍ୟା ୨୦୦ରୁ କମ୍‌ ଥିବା ନେଇ ଖୋଦ ରାକେଶ ଟିକାୟତ ହଇରାଣରେ ପଡ଼ିଛନ୍ତି। କେବଳ ସେତିକି ନୁହେଁ ଟେଣ୍ଟ ସଂଖ୍ୟା ମଧ୍ୟ ହ୍ରାସ ପାଇଛି।

୨୮ ନଭେମ୍ବରରେ ୟୁପି ଗେଟ୍‌ ଅଞ୍ଚଳୟରେ ହଜାର ହଜାର ଯୁବ ପ୍ରଦର୍ଶନକାରୀ ଉପସ୍ଥିତ ଥିଲେ। ସେମାନେ ସମସ୍ତ ପ୍ରକାର ଆୟୋଜନର ମଙ୍ଗ ଧରିବା ସହ ମଞ୍ଚ ସମ୍ଭାଳୁଥିଲେ। ଏହା ସହ ଭାରତୀୟ କୃଷକ ସଂଗଠନର ରାଷ୍ଟ୍ରୀୟ ଯୁବ ସଭାପତି ଗୌରବ ଟିକାୟତ ସେଠାକୁ ଆସି ଯୁବକଙ୍କ ମଧ୍ୟରେ ଜୋସ୍‌ ଭରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଜାନୁଆରୀ ୨୬ ହିଂସାକାଣ୍ଡ ପରଠୁ ଯୁବ ପ୍ରଦର୍ଶନକାରୀ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରକୃତି ମଧ୍ୟ ଦାଉ ସାଧିଛି। ମଙ୍ଗଳବାର ହୋଇଥିବା ଝଡ଼ରେ ୟୁପି ଗେଟ୍‌ରେ ଅଧାରୁ ଅଧିକ ଟେଣ୍ଟ ଉପୁଡ଼ି ପଡ଼ିଛି। ବର୍ଷାରେ ପୁଣି ଏହି ସବୁ ଟେଣ୍ଟକୁ ସଜାଡ଼ିବା କଷ୍ଟସାଧ୍ୟ ହୋଇପଡ଼ିଛି।

ପ୍ରବଳ ବର୍ଷାରେ ପ୍ରଦର୍ଶନକାରୀ କୃଷକଙ୍କ କପଡ଼ା, ଆସବାବପତ୍ର ଓଦା ହେବା ସହ ନଷ୍ଟ ହୋଇଛି। ସେମାନେ ନିଜର ସମସ୍ତ ପୋଷାକ ଖରାରେ ଶୁଖାଇଥିବା ଦେଖିବାକୁ ମିଳିଥିଲା। ୩ କୃଷି ଆଇନ୍‌କୁ ହାତକଡ଼ିଠୁ କମ୍‌ ନୁହେଁ ବୋଲି କହିବା ସହ ନିଜ ନିଜ ହାତରେ ଲୁହା ଚେନ୍‌ ଗୋଡ଼ାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ। ସେହିଭଳି ସିଙ୍ଘୁ ବର୍ଡରରେ ମହିଳା ପ୍ରଦର୍ଶନକାରୀ ଦେଖିବାକୁ ମିଳୁନାହାନ୍ତି। ଗରମରୁ ମୁକ୍ତି ପାଇବାକୁ ପଙ୍ଖା ଲଗାଯିବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ସଂଖ୍ୟା ଅଧା କମିଥିବା ଜଣାପଡ଼ିଛି।

ମାର୍ଚ୍ଚ ୮ ମହିଳା ଦବସରେ ବହୁ ସଂଖ୍ୟକ ମହିଳା ପ୍ରଦର୍ଶନରେ ସାମିଲ ଥିବା ବେଳେ ଏବେ ସେମାନେ ଘରକୁ ଫେରୁଛନ୍ତି। ଧାରଣାସ୍ଥଳରେ ଲୋକଙ୍କ ସଂଖ୍ୟ ବୃଦ୍ଧି କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯାଉଛି। ଏପରିକି ମାଗଣାରେ ଆଇସ୍‌କ୍ରିମ ମଧ୍ୟ ଦିଆଯାଉଛି। ଏହା ପରେ ବି ଦିନେ ଦୁଇ ଦିନରେ ପ୍ରଦର୍ଶନକାରୀଙ୍କ ସଂଖ୍ୟା କମିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଧାରଣାସ୍ଥଳରେ କେବଳ ବୟସ୍କ ଚାଷୀ ଅଛନ୍ତି। ୨୬ ଜାନୁଆରୀ ପରେ ଏଠାକୁ ଯୁବକମାନେ ଆସିବାକୁ ନାରାଜ ହେଉଛନ୍ତି। ସେପଟେ ସୁରକ୍ଷା କର୍ମୀମାନେ ଆରାମ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଏହା ପୂର୍ବରୁ ପୋଲିସ ଉପରେ ଦୁଇ ଥର ଆକ୍ରମଣ ​​‌ହୋଇଥିଲା। ଏହା ପରେ ଏହି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି।  

   Related Posts