ଓୱେସୀଙ୍କୁ ଟିକାୟତଙ୍କ ଟାର୍ଗେଟ୍: ସେ ବିଜେପିର 'ଚାଚାଜାନ', ସରକାରୀ ଅତିଥି, ତାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯ : ଉତ୍ତର ପ୍ରଦେଶରେ AIMIM ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଗସ୍ତକୁ ନେଇ କୃଷକ ନେତା ରାକେଶ ଟିକାୟତ ଟାର୍ଗେଟ କରିଛନ୍ତି। ଟିକାୟତ ଅସଦୁଦ୍ଦିନ ଓୱେସୀଙ୍କୁ ବିଜେପିର ଚାଚାଜାନ ବୋଲି କହିଛନ୍ତି। ବାଗପତରେ କୃଷକଙ୍କ ରାଲି ସମୟରେ ଟିକାୟତ କହିଛନ୍ତି ଯେ ବିଜେପି ଓୱେସୀଙ୍କ ସାହାରା ନବ। ଓୱେସୀ ଗାଳି କରିବେ କିନ୍ତୁ ୟୁପି ସରକାର ମାମଲା ରୁଜ୍ଜୁ କରିବନି। ଟିକାୟତଙ୍କ ଅନୁଯାୟୀ, ଓୱେସୀ ଏଠାରେ କୃଷକଙ୍କୁ ବରବାଦ କରିବେ, ବିଜେପି ଓ ଓୱେସୀ ଏ ଓ ବି ଟିମ। କୃଷକମାନେ ଏମାନଙ୍କ ଚାଲ ବୁଝିବା ଦରକାର।

ସେପଟେ ବିଜେପି ରାକେଶ ଟିକାୟତଙ୍କୁ ଟାର୍ଗେଟ କରି କହିଛି ସେ କୃଷକ ଆନ୍ଦୋଳନ ଆଳରେ ରାଜନୀତି କରୁଛନ୍ତି। ଏପଟେ ଟିକାୟତଙ୍କ ବୟାନକୁ ନେଇ AIMIM ବି ରାଗିଯାଇଛି। ଦଳ ଆରୋପ ଲାଗିଛି ଯେ ଟିକାୟତ ବିଜେପିକୁ ଜିତାଇବାକୁ କାମ କରିଛି। ମାମଲାରେ ଟିକାୟତ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ କୌଣସି ଅତିଥି ଯଦି ବାହାରୁ ଆସେ ତାକୁ କିଛି ନା କିଛି ନାଁ ଦେବାକୁ ପଡିବ। ସେଥିପାଇଁ ଚାଚାଜାନ ଠିକ। ଗ୍ରାମବାସୀ ହିଁ ଏହି ନାଁ ଦେଇଛନ୍ତି। ଏଥିରେ କାହାର କଣ ଅସୁବିଧା ହେଉଛି।

ରାକେଶ ଟିକାୟତ ଓୱେସୀଙ୍କୁ ବିଜେପିର ବି ଟିମ ବୋଲି କହିଛନ୍ତି ଓ ସେ ବିଜେପିକୁ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗାଁ ଲୋକେ କହୁଛନ୍ତି ଯେ ଓୱେସୀ ବିଜେପିକୁ ସାହାଯ୍ୟ କରୁଛନ୍ତି। ଯଦି କିଏ ଚାହୁଁଛି ଏନେଇ ସର୍ଭେ କରିପାରନ୍ତି। ବିଜେପିର ଆରୋପକୁ ନେଇ ଟିକାୟତ କହିଛନ୍ତି, 'ଏଇଠି ତ ସମସ୍ତେ ରାଜନୀତି କରୁଛନ୍ତି। କିଏ ଅଛି ଯିଏ ରାଜନୀତି କରୁନି। ଯିଏ ବି ଭୋଟ ଦିଏ ସେ ରାଜନୀତି କରେ। ସେଥିପାଇଁ ଦେଶରେ ପ୍ରତ୍ୟେକ ଜନତା ରାଜନୀତି କରେ।

ଟିକାୟତ କହିଛନ୍ତି, ଆମେ ନିର୍ବାଚନ ଲଢୁନୁ, ନିର୍ବାଚନ ଏମାନେ ଦୁଇଜଣ ପରସ୍ପର ବିରୋଧରେ ଲଢ଼ୁଛନ୍ତି ଓ ପରସ୍ପରକୁ ଫାଇଦା ପହଞ୍ଚାଉଛନ୍ତି। ଓୱେସୀ ହାଇଦ୍ରାବାଦରୁ ଆସିଥିବା ସରକାରୀ ଅତିଥି ଓ ସରକାରୀ ଚାଚାଜାନ। ସେ ବିଜେପିର ଫାଇଦା ପାଇଁ ହିଁ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.