Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚାଷୀଙ୍କୁ ବିଜେପି କର୍ମୀଙ୍କ ମାରପିଟ ନେଇ ରାକେଶ ଟିକାୟତଙ୍କ ତୀବ୍ର ପ୍ରତିକ୍ରିୟା, କହିଲେ ଜବରଦଖଲ ଉଦ୍ୟମ କଲେ ଚମଡ଼ା ଉତାରି ଦେବୁ

30/06/2021 at 5:19 PM

ଗାଜିପୁରବର୍ଡର ୩୦।୬:  କୃଷି ଆଇନ ବିରୋଧରେ ଚାଷୀଙ୍କ ଦୀର୍ଘ ଆନ୍ଦୋଳନରେ ବୁଧବାର ନୂଆମୋଡ଼ ଆସିଛି। ଆନ୍ଦୋଳନରତ ଚାଷୀଙ୍କ ସହ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ମାରପିଟ କରିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଆନ୍ଦୋଳନସ୍ଥଳକୁ ପହଞ୍ଚିଥିବା ବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କହିଛନ୍ତି ଯେ ଯଦି ଚାଷୀଙ୍କ ମଞ୍ଚପ୍ରତି ଏତେ ଆଗ୍ରହ ଦଳ ଛାଡି ଆନ୍ଦୋଳନକୁ ଆସ, ଏମିତି ଜବରଦଖଲ ଉଦ୍ୟମ କଲେ ଚମଡ଼ା ଉତାରିଦେବୁ ବୋଲି ଚେତାବନୀ ଦେଇଛନ୍ତି।

ଚାଷୀ ଓ ବିଜେପି କର୍ମୀ କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷକୁ ଟିକାୟତ ଗୁରୁତର ସହ ଗ୍ରହଣ କରିଛନ୍ତି। ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଚାଷୀଙ୍କ ଆନ୍ଦୋଳନ ମଞ୍ଚରେ ତାଙ୍କର କୌଣସି ନେତାଙ୍କୁ ସ୍ୱାଗତ କରିବାକୁ ଚାହୁଁଥିଲେ। ହେଲେ ଆନ୍ଦୋଳନରତ ଚାଷୀମାନେ ସେମାନଙ୍କୁ ଏହା କରାଇ ଦେଇ ନାହାନ୍ତି। ତେବେ ଏହା କିପରି ସମ୍ଭବ ବୋଲି ଟିକାୟତ ପ୍ରଶ୍ନ କରିଛନ୍ତି। ଏହି ମଞ୍ଚ ଚାଷୀଙ୍କର, ଯଦି କେହି ଆନ୍ଦୋଳନରେ ସାମିଲ ହେବାକୁ ଚାହୁଁଛି ଦଳ ଭୁଲି ମଞ୍ଚକୁ ଆସୁ ବୋଲି ଟିକାୟତ ଆହ୍ୱାନ ଦେଇଛନ୍ତି।

ସେହିପରି ବିଜେପି କାର୍ଯ୍ୟକର୍ତ୍ତା ଚାଷୀଙ୍କ ଆନ୍ଦୋଳନ ମଞ୍ଚରେ ଲଗାଇଥିବା  ଦଳୀୟ ପତାକା ନେଇ ମଧ୍ୟ ଟିକାୟତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଠାରେ ଏପରି କରି ସେମାନେ ଚାଷୀଙ୍କ ଗାଜିପୁର ମଞ୍ଚରେ ଆମେ ବିଜେପି ପତାକା ଉଡାଇ ଦେଇଛୁ ବୋଲି ଦେଖାଇବାକୁ ଉଦ୍ୟମ କରିଥିବା ଟିକାୟତ କହିଛନ୍ତି। ପତାକା ଉଡାଇ ଦେଲେ କିଛି ହୋଇ ଯାଏନି, ନାଁ ନେବାର ଅଛି ତ ଦଳରେ କୃଷି ଆଇନ ପ୍ରତ୍ୟାହାର ଲାଗି ଚାପ ସୃଷ୍ଟି କର ବୋଲି ଟିକାୟତ ବିଜେପି ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

   Related Posts