Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଜମି ବଦଳରେ ଋଣ ବାଣ୍ଟୁଛନ୍ତି ସରକାର, ଏହା କୃଷକଙ୍କ ବଜେଟ୍‌ ନୁହେଁ- ରାକେଶ ଟିକାୟତ

1/02/2021 at 9:08 PM

ନୂଆଦିଲ୍ଲୀ ୦୧/୦୨: ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିସାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ବିରୋଧୀ ଏହାକୁ ସମାଲୋଚନା କରୁଥିବା ବେଳେ କୃଷକ ମଧ୍ୟ ନାପସନ୍ଦ କରୁଛନ୍ତି। ଭାରତୀୟ କିଷାନ ସଂଗଠନ (ବିକେୟୁ) ନେତା ରାକେଶ ଟିକାୟତ ଏହା ଚାଷୀଙ୍କ ବଜେଟ୍‌ ନୁହେଁ ବୋଲି କହିଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଟିକାୟତ କହିଛନ୍ତି, ସରକାର ଜମି ବଦଳରେ ଋଣ ଦେଉଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ‘ସରକାର କହୁଛନ୍ତି ଫସଲର ଦାମ ମାଗନି। କୃଷକଙ୍କ ପାଇଁ ସମ୍ମାନ ନିଧି ରାଶି ବୃଦ୍ଧି କରିବା ଆବଶ୍ୟକ।’

ରାକେଶ ଟିକାୟତ କହିଛନ୍ତି, ଛୋଟ ଚାଷୀର ପରିବାର ବଡ଼ । ଛୋଟ ଚାଷୀକୁ ପ୍ରଥମେ ଆଗକୁ ବଢ଼ାଇବା ଜରୁରୀ। ଏକରକୁ ୧୪ ହଜାର ଟଙ୍କା ମିଳିବା ଦରକାର। ସରକାର ଯେତେବେଳେ ଡାକିବେ ଆଲୋଚନା କରିବୁ। ସରକାର ବର୍ଡରରେ କଣ୍ଟାଯୁକ୍ତ ତାର ଲଗାଇଛନ୍ତି। ତେବେ ରାକେଶ ଟିକାୟତ ଗାଜିପୁର ବର୍ଡରରେ କୃଷି ଆଇନ ବିରୋଧରେ କୃଷି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି।

ପୁଣି ଥରେ ସେ କହିଛନ୍ତି ଆଲୋଚନା ମାଧ୍ୟମରେ ସମାଧାନ ଏବଂ ସମ୍ମାନ ରହିବ। କୃଷକଙ୍କ କମିଟି ଧାର୍ଯ୍ୟ କରିବ, ସରକାର ଯେବେ ଡାକିବେ ଆଲୋଚନା କରିବୁ। ସେ କହିଛନ୍ତି, ‘ଦେଶରେ କୃଷକ ଯାତ୍ରା ଚାଲୁ ରହିବ। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଚତୁର୍ଦିଗରେ ଯାତ୍ରା କରିବୁ। ନାଗପୁର ଜିରୋ ମାଇଲ ଷ୍ଟୋନ୍‌ରୁ ଆରମ୍ଭ କରିବୁ, ୪୦ ଲକ୍ଷ ଟ୍ରାକ୍ଟର ସାମିଲ ହେବ।’

ସୋମବାର ଟିକାୟତ ଆହୁରି କହିଛନ୍ତି ଯେ, ‘କୃଷକଙ୍କ ପାଇଁ ସରକାର ପୃଥକ ବଜେଟ୍‌ ଆଣିବା ଦରକାର। କାରଣ କୃଷକଙ୍କ ଅଲଗା ଅଲଗା ସମସ୍ୟା ସମାଧାନ ହୋଇପାରିବ। ଋଣ ମାଫ ପାଇଁ ବି କୃଷକ ଦାବି କରିଥିଲେ। ଏହା ବ୍ୟତୀତ କୃଷକଙ୍କୁ ମାଗଣା ବିଜୁଳୀ ଦେବାକୁ ସରକାର ଏକ ଯୋଜନା ଆଣିବା ଦରକାର। ମନରେଗା ଅଧିନରେ କୃଷି କାର୍ଯ୍ୟ ପାଇଁ ଅଲଗା ଫଣ୍ଡ ଘୋଷଣା କରାଯାଉ। ଫସଲର ଦାମ ବଢ଼ିଲେ କୃ​‌ଷି କ୍ଷେତ୍ର ଏବଂ କୃଷକର ଉନ୍ନତ୍ତି ହୋଇପାରିବ ନାହିଁ।କୃଷି କ୍ଷେତ୍ରରେ ସରକାର ଅଧିକରୁ ଅଧିକ ସହାୟତା କରିବା ଜରରୀ ।’

ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ବିହାର କୃଷକ ପାଣି ଏବଂ ବିଜୁଳୀ ପାଇଁ ଅଲଗା ବିଲ୍‌ ଦେଉଥିବା ବେଳେ ଫସଲ ପାଇଁ ଗୋଟିଏ ଦାମ ମିଳୁଛି। ଏହି ଅସମାନତାକୁ ଦୂର କରିବା ଆବଶ୍ୟକ। ଏହା ସହ କୃଷି ଉପକରଣ ପାଇଁ ଲାଗୁଥିବା ଟ୍ୟାକ୍ସ ସମାପ୍ତ କରିବାକୁ ମଧ୍ୟ ରାକେଶ ଟିକାୟତ ଦାବି କରିଛନ୍ତି।  

   Related Posts