ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାକେଶ ଟିକାୟତ, ମମତା କହିଲେ- ୩ କୃଷି ଆଇନ୍‌ ପ୍ରତ୍ୟାହାର କରୁ କେନ୍ଦ୍ର

Published By : Prameya-News7 Bureau | June 09, 2021 IST

କୋଲକାତା ୯/୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ। କୃଷକ ଆନ୍ଦୋଳନକୁ ନେଇ ଟିକାୟତ ମମତାଙ୍କୁ ଭେଟିଥିବା ଜଣାପଡ଼ିଛି। ଆଲୋଚନା ପରେ ନୂଆ କୃଷି ଆଇନ୍‌ ବିରୋଧରେ କୃଷକଙ୍କ ବିରୋଧକୁ ସମର୍ଥନ କରିବାକୁ ନେଇ ଆଶ୍ବସନା ଦେଇଛନ୍ତି ମମତା । ଏହା ସହ ସେ କହିଛନ୍ତି, ରାଜ୍ୟକୁ ଟାର୍ଗେଟ କରିବା ସଙ୍ଘୀୟ ଢ଼ାଞ୍ଚା ପାଇଁ ଭଲ ନୁହେଁ।

ଏହା ସହ ସେ ଆହୁରି କହିଛନ୍ତି, ‘ଉଦ୍ୟୋଗର କ୍ଷତି ହୋଇଛି ଚାପରେ ପଡ଼ି ଜିଏସଟି ବଢ଼ାଯାଉଛି। ଗତ ୭ ମାସରେ କୃଷକଙ୍କ ସହ ସେମାନେ ( କେନ୍ଦ୍ର ସରକାର) ଆଲୋଚନା କରିବାକୁ ଉଚିତ ମଣିଲେ ନାହିଁ। ମୁଁ ଦାବି କରୁଛି  ୩ କୃଷି ଆଇନ୍‌ ପ୍ରତ୍ୟାହାର କରାଯାଉ।’ 

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଭାରତୀୟ କୃଷକ ସଙ୍ଘ ନେତା ରାକେଶ ଟିକାୟତ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ମୋତେ ଆଶ୍ବସନା ଦେଇ କହିଛନ୍ତି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ଜାରି ରଖିବେ । ଏହି ଆଶ୍ବସନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ବେଙ୍ଗଲ ଆଦର୍ଶ ରାଜ୍ୟ ଭାବେ କାର୍ଯ୍ୟ କରିବା ଦରକାର ଏବଂ କୃଷକମାନଙ୍କୁ ଅଧିକ ଲାଭ ମିଳିବା ଜରୁରୀ।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.