Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବିଜେପି ଉପରେ ବର୍ଷିଲେ ଚାଷୀ ନେତା ରାକେଶ ଟିକାୟତ : କହିଲେ, ‘ଏ ଲଢେଇ ଲମ୍ବା ସମୟ ଧରି ଚାଲିବ’

31/10/2021 at 4:56 PM

ନୂଆଦିଲ୍ଲୀ ୩୧/୧୦ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ପୁଣି ବର୍ଷିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲା ଜୋଇ ମୈଦାନରେ ଅନୁଷ୍ଠିତ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ କିଷାନ ୟୁନିଅନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ ।

ଟିକାୟତ କହିଛନ୍ତି, ‘ଏଥର ଦୀପାବଳି ଚାଷୀମାନେ ଦିଲ୍ଲୀ ସୀମାରେ ପାଳନ କରିବେ । ଦେଶକୁ ସ୍ବାଧୀନ କରିବା ପାଇଁ ୯୦ ବର୍ଷ ଧରି ଲଢେଇ ଚାଲିଥିଲା, କୃଷକମାନଙ୍କ ଲଢେଇ ବି ଲମ୍ବା​‌ ସମୟ ଧରି ଚାଲିବ । ପଶ୍ଚିମବଙ୍ଗରେ ବିରୋଧ କରି ଚାଷୀଙ୍କ ପାଇଁ ମଣ୍ଡି ଖୋଲିଥିଲୁ । ସେହିଭଳି ମୋଦି ସରକାରଙ୍କୁ ମଧ୍ୟ ବିରୋଧ କରାଯିବ । ଚାଷୀଙ୍କ ସ୍ବାର୍ଥ ପାଇଁ ପ୍ରତି ଜିଲ୍ଲାର ଥାନା ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଶସ୍ୟ ବୁଣାଯିବ । ସେହି ସ୍ଥାନ ହିଁ ସବୁଠାରୁ ସୁରକ୍ଷିତ ସ୍ଥାନ ।’

କୃଷକ ମହାପଞ୍ଚାୟତ ସମାବେଶକୁ ସମ୍ବୋଧିତ କରି ଆମେରିକାର କୃଷକମାନଙ୍କ ବିଷୟରେ ଚାଷୀଙ୍କୁ କହିଥିଲେ ରାକେଶ ଟିକାୟତ । ଏହା ସହିତ ଚାଷୀଙ୍କୁ ଟିକାୟତ କହିଛନ୍ତି, କାହା କଥାରେ ନପଡି ଚାଷୀମାନେ ଦିଲ୍ଲୀ ଆସନ୍ତୁ । କାରଣ ଏହି ଲଢେଇ ଲମ୍ବା ସମୟ ଧରି ଜାରି ରହିବ । ସେ କହିଛନ୍ତି ଯେ ସରକାରଙ୍କ ନିକଟରେ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସମୟ ଅଛି। ଯଦି ଏହି ସମୟ ଭିତରେ କେନ୍ଦ୍ର ସରକାର ଚାଷୀଙ୍କ କଥା ନଶୁଣନ୍ତି ତେବେ ଏବେ ଦିଲ୍ଲୀ ସୀମାରେ ଯେଉଁ ଟେଣ୍ଟ କରାଯାଇଛି ତାହାକୁ ବଦଳାଇ ପକ୍କା ଘର କରାଯିବ ଏବଂ ସେଠାରେ ଚାଷୀମାନେ ରହିବେ ଏବଂ ଆଗକୁ ପ୍ରତିବାଦ ଜାରି ରଖିବେ ।

ଟିକାୟତ କହିଛନ୍ତି, ୟୁପି ଏବଂ ଦେଶର ଅନ୍ୟ ପ୍ରାନ୍ତର ଚାଷୀମାନେ ଏବେ ମୈଦାନ ପ୍ରସ୍ତୁତ କରିସାରିଛନ୍ତି । ଦେଶର ଜନସାଧାରଣ ସରକାରଙ୍କ ବିପକ୍ଷରେ ରହିଛନ୍ତି । ରାକେଶ ଟିକାୟତ କହିଛନ୍ତି, ବିଜେପି ବାଲା ଆମକୁ ମଧ୍ୟ ହିନ୍ଦୁ ଭାବନ୍ତି ନାହିଁ । ଯେଉଁମାନେ ନାଗପୁରରୁ ସାର୍ଟିଫିକେଟ ଆଣିଛନ୍ତି ଏବଂ ଆର୍‌ଏସ୍‌ଏସ୍ର ଟ୍ରେନିଂ ନେଇଛନ୍ତି ସେମାନେ ହିଁ କେବଳ ହିନ୍ଦୁ ବୋଲି ମୋଦି ସରକାର ଭାବୁଛନ୍ତି ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

   Related Posts