Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କୃଷକ ଆନ୍ଦୋଳନ: ଟ୍ରାକ୍ଟରରେ ସାନିଟାଇଜେସନ ମେସିନ ଚଳାଇ ବିକ୍ଷୋଭସ୍ଥଳକୁ ସାନିଟାଇଜ କଲେ ରାକେଶ ଟିକାୟତ

25/04/2021 at 9:34 PM

ଗାଜିପୁର ବର୍ଡର ୨୫।୪: କରୋନାରୁ ନିଜକୁ ସୁରକ୍ଷିତ ରଖି ଚାଷୀ ଦିଲ୍ଲୀ ବର୍ଡରରେ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିବେ। ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ ରବିବାର ଏହା ସ୍ପଷ୍ଟ କରିଦେଇଛନ୍ତି। ଏଥିଲାଗି ସେ ଆନ୍ଦୋଳନ ଚଳାଇଥିବା ଦିଲ୍ଲୀର ଗାଜିପୁର ବର୍ଡରକୁ ଟ୍ରାକ୍ଟରରେ ସାନିଟାଇଜେସନ ମେସିନ ଲଗାଇ ସାନିଟାଇଜ ମଧ୍ୟ କରିଛନ୍ତି। ଆନ୍ଦୋଳନ ସ୍ଥଳରେ ଚାଷୀଙ୍କୁ ସଂକ୍ରମଣ ମୁକ୍ତ ରଖିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ଆନ୍ଦୋଳନ ସ୍ଥଳରେ ଏବେ ବିକ୍ଷୋଭକାରୀ ଚାଷୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିବ ବୋଲି ଟିକାୟତ କହିଛନ୍ତି। ଏଠାରେ ଚାଷୀଙ୍କ କରୋନା ଟିକାକରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯିବ। ଏହା ସତ୍ତ୍ୱେ ଆନ୍ଦୋଳନ ସ୍ଥଳରେ କୌଣସି ଚାଷୀ ଯଦି ଅସୁସ୍ଥ ହୁଏ ତେବେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆମ୍ବୁଲାନ୍ସରେ ନିଆଯିବା ସହ ସେଠାରେ ତାଙ୍କର ଚିକିତ୍ସା କରାଯିବ ବୋଲି ଟିକାୟତ କହିଛନ୍ତି। ଏହା ବାଦେ ଧାରଣାସ୍ଥଳରେ ମଧ୍ୟ ଡାକ୍ତର ରହିବେ ଯିଏ ଚାଷୀଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ଧ୍ୟାନ ରଖିବେ।

ଏବେ ଆନ୍ଦୋଳନ ସ୍ଥଳକୁ ଆସୁଥିବା ଲୋକ ଯେପରି ବିନା ସାନିଟାଇଜରେ ଆନ୍ଦୋଳନ ସ୍ଥଳକୁ ନ ଆସେ ସେଥିପ୍ରତି ଅନ୍ୟ ଆନ୍ଦୋଳନକାରୀ ଧ୍ୟାନ ରଖିବେ। ଏଥିଲାଗି ଚାଷୀଙ୍କ ସ୍ୱେଚ୍ଛାସେବୀ ପ୍ରତି ଗେଟ୍‌ରେ ସତର୍କ ରହିବେ ଓ ପ୍ରତ୍ୟେକ ଆଗନ୍ତୁକଙ୍କୁ ସାନିଟାଇଜ କରିବେ। ଏହା ଛଡା ଆନ୍ଦୋଳନକୁ ଆସୁଥିବା ଓ ଫେରୁଥିବା ଲୋକଙ୍କ ଶରୀରର ଉତ୍ତାପ ମଧ୍ୟ ମାପ କରାଯିବ।

ରାଜଧାନୀ ଦିଲ୍ଲୀରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ନେଇ ରବିବାର ଗାଜିପୁର ବର୍ଡରରେ ମିଳିତ କିଷାନ ମୋର୍ଚ୍ଚାର ବୈଠକ ହୋଇଥିଲା। ଏଥିରେ ଆନ୍ଦୋଳନ ସ୍ଥଳର ସମସ୍ତ ତମ୍ବୁକୁ ୱାଟରପ୍ରୁଫ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଝଡତୋଫାନରୁ ତମ୍ବୁକୁ ରକ୍ଷା କରିବା ଲାଗି ବାଉଁଶ ଓ ରଶିରେ ତମ୍ବୁକୁ ମଜଭୁତ କରିବାକୁ ମଧ୍ୟ ଆଲୋଚନା ହୋଇଛି।

   Related Posts