କ୍ୟାଲେଣ୍ଡରର କିଛି ତାରିଖ ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ହୋଇଯାଏ। ୨ ଏପ୍ରିଲ ୧୯୮୪ ଏହିପରି ଏକ ତାରିଖ ଯେଉଁଦିନ ଜଣେ ଭାରତୀୟ ମହାକାଶକୁ ପହଞ୍ଚିବାରେ ସଫଳ ହୋଇଥିଲେ। ଭାରତ ଓ ଭାରତୀୟଙ୍କ ନିମନ୍ତେ ଏହି ଅନୁପମ ଉପଲବ୍ଧି ହାସଲ କରିବାର ଶ୍ରେୟ କେବଳ ଜଣେ ବ୍ୟକ୍ତିଙ୍କୁ ଦିଆଯାଇପାରେ ସେ ଆଉ କେହି ନୁହନ୍ତି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ରାକେଶ ଶର୍ମା। ସୋଭିଏତ ସଂଘ ସହ ମିସି ଭାରତ ଯୋଜନା କରିଥିବା ପ୍ରଥମ ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ରାକେଶ ଶର୍ମା ହିଁ ସଫଳ କରିଥିଲେ।
{"id":432761,"width":838,"height":1188,"sizeSlug":"large","linkDestination":"none"}୧୯୮୦ ଦଶକରେ ଭାରତ ଓ ଋଷିଆ ମିସି ଯେଉଁ ଅନ୍ତରୀକ୍ଷ ଅଭିଯାନର ପରିକଳ୍ପନା କରିଥିଲେ ସେଥିରେ ଜଣେ ଭାରତୀୟଙ୍କୁ ଅଭିଯାନରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ଏକ ଦୀର୍ଘ, ଜଟିଳ ଓ ଗହନ ପ୍ରକ୍ରିୟାରେ ୨ ଜଣ ଭାରତୀୟଙ୍କୁ ଏଥିଲାଗି ମନୋନୀତ କରାଯାଇଥିଲା। ଏଥିରେ ପ୍ରଥମେ ରାକେଶ ଶର୍ମା ଓ ଦ୍ୱିତୀୟ ଜଣକ ରବିଶ ମଲହୋତ୍ରା ଥିଲେ। ସେତେବେଳେ ୨ ଜଣଙ୍କ ମଧ୍ୟରୁ କିଏ ପ୍ରଥମେ ମହାକାଶକୁ ଯିବେ ସେ ନେଇ ଭାରତୀୟଙ୍କ ମଧ୍ୟରେ ଅବଗଣନା ଚାଲିଥିବା ବେଳେ ରବିଶଙ୍କୁ ପଛରେ ପକାଇ ରାକେଶ ଶର୍ମା ଆଗକୁ ଚାଲିଯାଇଥିଲେ।
{"id":432762,"width":836,"height":836,"sizeSlug":"large","linkDestination":"none"}୨୦ ସେପ୍ଟେମ୍ବର ୧୯୮୨ରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ମାଧ୍ୟମରେ ଇନସରକସ୍ମସ୍ ରାକେଶ ଶର୍ମାଙ୍କ ନାମରେ ଚୂଡାନ୍ତ ମୋହର ଲଗାଇଥିଲେ। ତେବେ କୌଣସି ବିପରୀତ ପରିସ୍ଥିତିରେ ରାକେଶ ଶର୍ମାଙ୍କ ସ୍ଥାନ ନେବା ଲାଗି ରବିଶ ଶର୍ମାଙ୍କୁ ପ୍ରସ୍ତୁତ କରାଯାଉଥିଲା। ହେଲେ ମିଶନ ଶେଷ ହେବା ପର୍ଯ୍ୟନ୍ତ ରବିଶଙ୍କର ଆବଶ୍ୟକତା ପଡି ନଥିଲା। ତେବେ ରାକେଶ ଶର୍ମା ଏତେ ସହଜରେ ମିଶନ ନେତୃତ୍ୱ ତୁଲାଇ ନଥିଲେ। ଏଥିଲାଗି ତାଙ୍କୁ କଠୋର ପରିଶ୍ରମ ଓ ବଳିଦାନ ମଧ୍ୟ ଦେବାକୁ ପଡିଛି।
{"id":432763,"sizeSlug":"large","linkDestination":"none"}ମହକାଶ ପ୍ରୟୋଗ ଲାଗି ତାଙ୍କୁ ପ୍ରସ୍ତୁତ କରିବାକୁ ଗୋଟିଏ ନିଭୃତ କକ୍ଷରେ ୭୨ ଘଣ୍ଟା ଏକକୀ ବିତାଇବାକୁ ପଡିଥିଲା। କେବଳ ଏତିକି ନୁହେଁ ସେ ଋଷିଆ ୟୁରିଗାଗାରିନ୍ ମହାକାଶ କେନ୍ଦ୍ରରେ ଗହନ ଅଭ୍ୟାସ ଚଳାଇଥିବା ବେଳେ ଭାରତରେ ଗୁରୁତର ଅସୁସ୍ଥ ତାଙ୍କ ୬ ବର୍ଷର ଝିଅ ଅଖି ମୁଦିଥିଲା। ହେଲେ ତାଙ୍କ ପ୍ରତି ଦେଶବାସୀଙ୍କର ଥିବା ଭରସା ସେ ଭାଙ୍ଗି ନଥିଲେ।
{"id":432764,"width":838,"height":559,"sizeSlug":"large","linkDestination":"none"}ଶେଷରେ ୨ ଏପ୍ରିଲ ୧୯୮୪ର ସେହି ସମୟ ଆସିଥିଲା ଯେତେବେଳେ ବୈକାନୁର ଅନ୍ତରୀକ୍ଷ କେନ୍ଦ୍ରରୁ ସୋୟୁଜ ଟି-୧୧ ମହକାଶ ଯାନରେ ରାକେଶ ଶର୍ମା ଦୁଇ ଋଷୀୟ ମହାକାଶଚାରୀଙ୍କ ସହ ପ୍ରବେଶ କରିଥିଲେ। ମହାକାଶ ଯାନ ସଫଳତାର ସହ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ ରାକେଶ ଶର୍ମା ମୋଟ ୭ ଦିନ ୨୧ ଘଣ୍ଟା ଓ ୪୦ ମିନିଟ୍ ସମୟ ବିତାଇ ପୁଣି ଭୂ-ପୃଷ୍ଠକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ସେ ଭାରତ ପକ୍ଷରୁ ମହାକାଶକୁ ବୁଲି ଯାଇ ନଥିଲେ। ସେଠାରେ ସେ ୩୩ଟି ପରୀକ୍ଷା ମଧ୍ୟ କରିଥିଲେ। ଯେଉଁଥିରେ ମହାକର୍ଷଣ ପ୍ରଭାବରେ ଗୁରୁତ୍ୱାକର୍ଷଣର ହ୍ରାସ ଓ ତତ୍ ଜନିତ ପ୍ରଭାବର ମୁକାବିଲା ଲାଗି ପରୀକ୍ଷା ନିରୀକ୍ଷା ମଧ୍ୟ ସାମିଲ ଥିଲା।
{"id":432765,"width":837,"height":504,"sizeSlug":"large","linkDestination":"none"}ରାକେଶ ଶର୍ମା ଭାରତର ପ୍ରଥମ ଓ ବିଶ୍ୱର ୧୩୮ତମ ମହାକାଶ ଯାତ୍ରୀ ଥିଲେ। ତାଙ୍କର ଏହି ଉପଲବ୍ଧି ଯୋଗୁ ସେ ତତ୍କାଳୀନ ଭାରତୀୟ ଯୁବ ପିଢୀଙ୍କ ଆଦର୍ଶ ପାଲଟିଯାଇଥିଲେ। ଭାରତ ସରକାର ତାଙ୍କୁ ଅଶୋକ ଚକ୍ରରେ ସମ୍ବର୍ଦ୍ଧିତ କରିଥିଲେ। ସୋଭିୟତ ସରକାର ମଧ୍ୟ ତାଙ୍କୁ ହିରୋ ଅଫ ସୋଭିୟେତ ୟୁନିୟନ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ବାୟୁସେନାରୁ ଅବସର ନେବା ପରେ ସେ କିଛି କାଳ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡରେ ପରୀକ୍ଷଣ ବିମାନ ଚାଳକ ଭାବେ କାର୍ଯ୍ୟ କରିଥିଲେ।
{"id":432766,"sizeSlug":"large","linkDestination":"none"}ପଞ୍ଜାବର ପଟିଆଲା ସହରରେ ୧୩ ଜାନୁୟାରୀ ୧୯୪୯ରେ ଜନ୍ମିତ ରାକେଶ ଶର୍ମା ୧୯୬୬ମସିହାରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ରେ ଯୋଗ ଦେଇଥିଲେ । ୧୯୭୦ ମସିହାରେ ସେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ବେଳେ ୧୯୭୧ ଭାରତ-ପାକ ଯୁଦ୍ଧରେ ତାଙ୍କର ପରାକାଷ୍ଠାର ପ୍ରଦର୍ଶନ କରିଥିଲେ। ତେବେ ତାଙ୍କର ମହାକାଶ ଯାତ୍ରା ଉପଲବ୍ଧି ଆଜିବି ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ମହାକାଶ ଲାଗି ପ୍ରେରଣାର ଉତ୍ସ ହୋଇ ରହିଛି।
{"id":432767,"width":838,"height":627,"sizeSlug":"large","linkDestination":"none"}ସମୟକ୍ରମେ କଳ୍ପନା ଚାୱଲା, ସୁନୀତା ୱିଲିୟମ୍ସଙ୍କ ଭଳି ପ୍ରବାସୀ ଭାରତୀୟଙ୍କ ନାମ ମହାକାଶ ଯାତ୍ରୀ ଭାବେ ସାମ୍ନାକୁ ଆସିଛି । ଯେଉଁମାନେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ମାଧ୍ୟମରେ ମହାକାଶ ଯାତ୍ରା କରିଛନ୍ତି । ଆଗକୁ ମଧ୍ୟ ଆହୁରି ଅନେକ ଭାରତୀୟ ମହାକାଶକୁ ଯିବେ ହେଲେ ମହାକାଶ ଯାତ୍ରୀ ଭାବେ ଭାରତୀୟ ଯାହାଙ୍କୁ ପ୍ରଥମେ ସ୍ମରଣ କରିବେ ସେ ନିଶ୍ଚିତ ରୂପେ ରାକେଶ ଶର୍ମା ହିଁ ହେବେ।