Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଫିଲ୍ମ ନିର୍ଦେଶକ ତଥା ହ୍ରିତିକଙ୍କ ପିତା ରାକେଶ ରୋଶନଙ୍କୁ ମୁଖ ଗହ୍ୱର କ୍ୟାନସର: ଆଜି ଅଛି ପ୍ରଥମ ଅପରେସନ

8/01/2019 at 2:38 PM

ମୁମ୍ବାଇ ୮/୧ : ବଲିଉଡ ଷ୍ଟାର ରୀତିକ ରୋଶନଙ୍କ ବାପା ରାକେଶ ରୋଶନ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଅଛନ୍ତି | ଏନେଇ ହ୍ରିତିକ ରୋଶନ ଆଜିନ ଇନ୍ସଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି | ସେ କହିଛନ୍ତି ରାକେଶ ରୋଶନଙ୍କ ରୋଗ ସମ୍ପର୍କରେ କିଛି ଦିନ ପୂର୍ବରୁ ହିଁ ଜଣାପଡିଥିଲା | ଆଜି ତାଙ୍କର ଅପରେସନ ଅଛି |

ଇନ୍ସଟା ପୋଷ୍ଟରେ ହ୍ରିତିକ ଲେଖିଛନ୍ତି ଯେ, ” ଆଜି ସକାଳେ ମୁଁ ବାପାଙ୍କ ସହ ଫଟୋ ଉଠାଇବା ପାଇଁ କହିଥିଲି, ଆଜି ତାଙ୍କର ଅପରେସନ ଅଛି, ମୁଁ ଜାଣିଥିଲି ଆଜି ବି ସେ ଜିମ ଯିବା ଛାଡ଼ିବେନାହିଁ | ମୋ ଜୀବନର ସବୁଠାରୁ ସାହସୀ ଲୋକଙ୍କ ମଧ୍ୟରୁ ବାପା ଜଣେ | ତାଙ୍କୁ ମୁଖ ଗହ୍ୱର କ୍ୟାନସର ହୋଇଛି | ସେ ପୁରା ଯୋଶରେ ଅଛନ୍ତି ଏବଂ ଆଜି ସେ ନିଜ ରୋଗ ସହ ଯୁଦ୍ଧ କରିବାକୁ ଯାଉଛନ୍ତି | ଆମକୁ ତାଙ୍କ ଭଳି ବାପା ମିଳିଥିବାରୁ ଆମେ ବହୁତ ଭାଗ୍ୟଶାଳୀ”

ରାକେଶ ରୋଶନଙ୍କୁ ଯେଇଁ କ୍ୟାନସର ହୋଇଛି ତାହା ଏକ ସାଧାରଣ ମୁଖ ଗହ୍ୱର କ୍ୟାନସର | ସାଧାରଣ କୋଷଗୁଡିକ ଅସାମାନ୍ୟ ଭାବେ ବଢିବା ଯୋଗୁଁ ଏଭଳି କ୍ୟାନସର ହୋଇଥାଏ | ସାଧାରଣତଃ ୬୫ ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ଏହି କ୍ୟାନସର ଦେଖାଦେଇଥାଏ | ଧୂମପାନ, ମଦ୍ୟପାନ ଏବଂ ହ୍ୟୁମାନ ପେପିଲୋମା ଭାଇରସ ଯୋଗୁଁ ମୁଖ ଗହ୍ୱର କ୍ୟାନସର ହୋଇଥାଏ | ଏହି ରୋଗୀଙ୍କୁ ପ୍ରଥମେ ଗଳାରେ କଷ୍ଟ ହୋଇଥାଏ ଏବଂ ଗଣ୍ଠି ପଡିବ ଭଳି ଅନୁଭୂତ ହୋଇଥାଏ |

ଗତବର୍ଷ ମାର୍ଚ୍ଚ ମାସରେ ଇରଫାନ ଖାନ କହିଥିଲେ ଯେ, ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ କ୍ୟାନସର ହୋଇଛି | ଗତବର୍ଷ ଠାରୁ ଇରଫାନ ଲଣ୍ଡନରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି | ଏହାପରେ ଜୁନ ୪ ତାରିଖରେ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା | ସୋନାଲି ନ୍ୟୁୟର୍କରେ ନିଜର ଚିକିତ୍ସା କରାଇ ଡିସେମ୍ବର ମାସରେ ମୁମ୍ବାଇ ଫେରିଛନ୍ତି | ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରାଙ୍କୁ ମଧ୍ୟ ସ୍ତନ କର୍କଟ ହୋଇଥିବା ଜଣାପଡିଛି |

   Related Posts