Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ

16/10/2021 at 7:34 AM

କଟକ ୧୬।୧୦: କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ସନରେ କଟକ ପୋଲିସ । କଟକକୁ କ୍ରାଇମ୍‌ ଫ୍ରି ସିଟି କରିବାକୁ ଟାର୍ଗେଟ ରଖିଛି ପୋଲିସ । ଏହିପ୍ରରିପେକ୍ଷୀରେ କଟକରେ ଏନ୍‌କାଉଣ୍ଟର କରିଛି ପୋଲିସ । ଏହି ଏନ୍‌କାଉଣ୍ଟରରେ ଅପରାଧୀ ରାକା  ଓରଫ ରାକେଶ ଆହତ ହୋଇଛି । ଆହତ ଅବସ୍ଥାରେ ରାକାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରାକେଶକୁ କନ୍ଦରପୁର ଛକ ନିକଟରେ ପୋଲିସ ଘେରିଥିଲେ । ଚାରିପଟୁ ପୋଲିସ ଘେରିବା ଦେଖି ଗୁଳିଚାଳନା କରିଥିଲା ରାକେଶ । ଯାହାର ପାଲଟା ଜବାବ ଦେଇଥିଲା ପୋଲିସ । କିଛି ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଆହତ ହୋଇଛି । ରାକେଶର ଡାହାଣ ପଟ ଗୋଡରେ ଗୁଳି ବାଜିଛି । ଏହାପରେ ରାକେଶକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ରାକେଶ ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ରାକେଶ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

   Related Posts