ସିବିଆଇ ବନାମ ସିବିଆଇ ମାମଲାରେ ଚର୍ଚ୍ଚାକୁ ଆସିଥିବା ଆଇପିଏସ ରାକେଶ ଆସ୍ଥାନା ହେଲେ ବିଏସଏଫ ମହା ନିର୍ଦ୍ଦେଶକ

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୦୮: ସିବିଆଇର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ମହାନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ଵ ସହିତ ସୀମା ସୁରକ୍ଷା ବଳ(ବିଏସଏଫ)ର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ନାଗରିକ ବେସାମରିକ ଚଳାଚଳ ସୁରକ୍ଷା ବ୍ୟୁରୋର ମହା ନିର୍ଦ୍ଦେଶକ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ଦାୟିତ୍ଵ ସମ୍ଭାଳୁଥିଲେ। ଉଲ୍ଲେଖନୀୟ ଆସ୍ଥାନାଙ୍କ ନାମ ସିବିଆଇ ବନାମ ସିବିଆଇ ମାମଲାରେ ଚର୍ଚ୍ଚାକୁ ଆସିଥିଲା।

ଚଳିତ ବର୍ଷ ମାର୍ଚ୍ଚରେ କୋର୍ଟ ଯାଞ୍ଚ ଏଜେନ୍ସିର ସେହି ରିପୋର୍ଟକୁ ସ୍ଵୀକାର କରିଥିଲେ ଯେଉଁଥିରେ ସିବିଆଇର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ଡେପୁଟୀ ପୋଲିସ ସୁପରଟେଣ୍ଡେଣ୍ଟ ଦେବେନ୍ଦ୍ର କୁମାରଙ୍କୁ କ୍ଲିନ ଚିଟ୍ ଦେଇଥିଲା। ଯାଞ୍ଚ ଏଜେନ୍ସି ସିବିଆଇ ନିଜର ରିପୋର୍ଟରେ କହିଥିଲା ଆସ୍ଥାନା ଓ ଦେବେନ୍ଦ୍ର କୁମାରଙ୍କ ବିରୋଧରେ ତାଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। କୋର୍ଟର ଏହି ଆଦେଶ ସହିତ ରାକେଶଙ୍କୁ ବଡ ଆଶ୍ଵସ୍ତି ମିଳିଥିଲା।

wp:html /wp:html

କିଏ ଏହି ରାକେଶ ଆସ୍ଥାନା

ସିବିଆଇ ବନାମ ସିବିଆଇର ବିବାଦ ଘେରକୁ ଆସିଥିବା ଆଇପିଏସ ଅଧିକାରୀ ରାକେଶ ଆସ୍ଥାନା ଝାଡଖଣ୍ଡର ରାଜଧାନୀ ରାଞ୍ଚିର ନିବାସୀ। ଗୁଜରାଟ କ୍ୟାଡରର ଆଇପିଏସ ଅଧିକାରୀ ହେବା ପରେ ବି ବିହାର-ଝାଡଖଣ୍ଡ ସହିତ ତାଙ୍କର ଖାସ୍‌ ସଂପର୍କ ରହିଛି। ଏହି କାରଣରୁ ସୁଯୋଗ ମିଳିବା ମାତ୍ରେ ସିବିଆଇ ଏସପି ଭାବେ ସେ ସମୟର ଅବିଭାଜିତ ବିହାରର ଧନବାଦର ପୋଷ୍ଟିଂକୁ ସେ ସ୍ଵୀକାର କରି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.