Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ରାଜ୍ୟସଭାରେ ଖାଲି ହେବ ୫୧ ଆସନ : କମିବ ‘ହାତ’ , ବହୁମତ ଠାରୁ ଦୂରରେ ‘ପଦ୍ମ’

15/02/2020 at 2:58 PM

ନୂଆଦିଲ୍ଲୀ ୧୫।୦୨: ଚଳିତ ବର୍ଷ ଅପ୍ରେଲ ମାସରେ ରାଜ୍ୟସଭାରୁ ୫୧ ସଦସ୍ୟଙ୍କ କାର୍ଯ୍ୟକାଳ ସରିଯିବ। ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ କଂଗ୍ରେସ ଓ ବିଜେପିର ରାଜ୍ୟସଭାରେ ସଂଖ୍ୟା କମିବା ଭଳି ଅନୁମାନ କରାଯାଉଛି । ରାଷ୍ଟ୍ରୀୟ ଦଳମାନଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟସଭାରେ ଆଞ୍ଚଳିକ ଦଳମାନେ ନିଜର ଦବଦବା ଜାହିର କରିବେ । ୨୪୫ସଦସ୍ୟ ବିଶିଷ୍ଟ ଗୃହରେ ତୃଣମୁଳ କଂଗ୍ରେସ ଓ ଓ୍ବାଇଏସଆର କଂଗ୍ରେସ ପାର୍ଟି ଆଗକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଲୋକସଭାରେ ବିଜେପି ପାଖରେ ବହୁମତ ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟସଭାରେ ବହୁମତ ହାସଲ କରିପାରିନାହିଁ । ଏଥର ବିଜେପି ରାଜ୍ୟସଭାରେ ବହୁମତ ହାସଲ କରିବା ପରି ସ୍ଥିତିରେ ନାହିଁ । ରାଜ୍ୟସଭାରେ କୌଣସି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ କରିବାକୁ ହେଲେ ବିଜୁ ଜନତା ଦଳ ଓ ଓ୍ବାଇଏସଆର କଂଗ୍ରେସ ପାର୍ଟି ଭଳି ଆଞ୍ଚଳିକ ଦଳର ସମର୍ଥନର ଆବଶ୍ୟକତା ରହିଛି ।

ରାଜ୍ୟସଭାରେ ବିଜେପି ପାଖରେ ୮୨ସାଂସଦ ଅଛନ୍ତି । ତେବେ ଆଗକୁ ହେବାକୁ ଥିବା ୫୧ଟି ରାଜ୍ୟସଭା ସାଂସଦ ନିର୍ବାଚନରୁ ବିଜେପିକୁ ୧୩ଜଣ ସଦସ୍ୟ ମିଳିବାର ଆଶା କରାଯାଉଛି । ଓଡିଶାରେ ୩ଟି ସିଟ୍‌କୁ ନେଇ ନିର୍ବାଚନ ହେବାକୁ ଥିବା ବେଳେ ୨ଟି ସିଟ୍‌ ବିଜେଡିକୁ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ଗୋଟିଏ ସିଟ୍‌ ମିଳିବାର ଆଶା କରାଯାଉଛି । ଆସନ୍ତା ଅପ୍ରେଲ ମାସରେ ଆନ୍ଧ୍ର ପ୍ରଦେଶ କୋଟାରୁ ୪ଟି ସିଟ୍‌ ଖାଲି ହେବାକୁ ଯାଉଛି । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୪ଟି ସିଟ୍‌ ଓ୍ବାଇଏସ୍‌ଆର୍‌ସିପି କବ୍‌ଜା କରିନେବ । ହିମାଚଳ ପ୍ରଦେଶରେ ଓ ହରିୟାଣାରେ ମଧ୍ୟ ଗୋଟିଏ ଲେଖାଏଁ ସିଟ୍‌ ବିଜେପି ଖାତାକୁ ଆସିବ ।

ରାଜ୍ୟସଭାରେ କଂଗ୍ରେସର ବର୍ତ୍ତମାନ ୪୬ଜଣ ସଦସ୍ୟ ରହିଛନ୍ତି । ଆଗାମୀ ନିର୍ବାଚନରେ ଦଳକୁ ୧୦ସିଟ୍‌ ମିଳିବା ନେଇ ଆଶା କରାଯାଉଛି । ତେବେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଥିବା ସାଂସଦଙ୍କ ସୂଚୀ ଅନୁସାରେ ମହାରାଷ୍ଟ୍ରରେ ୭, ତାମିଲନାଡୁ ୬, ବିହାର ଓ ପଶ୍ଚିମବଙ୍ଗରେ ୫, ଆନ୍ଧ୍ର ପ୍ରଦେଶ ୨, ଓଡିଶା ୨, ଝାଡଖଣ୍ଡ ୨, ଛତିଶଗଡରେ ୨, ଆସାମ , ମଣିପରୁ, ହିମାଚଳ ପ୍ରଦେଶ, ହରିୟାଣାରେ ଗୋଟିଏ ଲେଖାଏଁ  ।

ମହାରାଷ୍ଟ୍ରରୁ ଦୁଇ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟ ରଖିଛି ବିଜେପି। ଶିବସେନା ୨, କଂଗ୍ରେସ-ଏନ୍‌ସିପି ଗୋଟିଏ ଲେଖାଏଁ ଆସନ ଜିତି ରାଜ୍ୟସଭାକୁ ଯିବା ପାଇଁ ନଜର ରଖଛନ୍ତି । ସେହିପରି ବିଜେପି ସହିତ ମେଣ୍ଟ କରିଥିବା ରିପବ୍ଲିକନ ପାର୍ଟି ଅଫ୍ ଇଣ୍ଡିଆ ଗୋଟିଏ ସିଟ୍‌ରେ ବିଜୟୀ ହେବାକୁ ଆଶା ରଖିଛି ।  

ପଶ୍ଚମିବଙ୍ଗରେ ହେବାକୁ ଥିବା ୫ଟି ଆସନ ମଧ୍ୟରୁ ୪ଟି ଆସନ ଦଖଲ କରିବାକୁ ତୃଣମୁଳ କଂଗ୍ରେସ ନିଜର ଯୋଜନା ପ୍ରସ୍ତୁତ କରୁଛି । କିନ୍ତୁ ସେପଟେ ଯଦି ଭାରତୀୟ କମ୍ୟୁନିଷ୍ଠ ପାର୍ଟି (ମାର୍କସବାଦୀ) ସୀତାରାମ ୟେଚୁରୀଙ୍କୁ ପ୍ରାର୍ଥୀ କରିବ, ତେବେ କଂଗ୍ରେସ ସମର୍ଥନ ଦେବ ବୋଲି ସଙ୍କେତ ଦେଇସାରିଛି ।

ବିହାରରେ ଜନତା ଦଳ (ୟୁନାଇଟେଡ୍‌)-ବିଜେପି ମେଣ୍ଟକୁ ତିନୋଟି ଆସନ ଓ ରାଷ୍ଟ୍ରୀୟ ଜନତା ଦଳକୁ ୨ଟି ଆସନ ମିଳିପାର ବୋଲି ଆଶା କରାଯାଉଛି । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ପତ୍ନୀ ରାବଡୀ ଦେବୀଙ୍କୁ ଦଳ (ରାଷ୍ଟ୍ରୀୟ ଜନତା ଦଳ) ପ୍ରାର୍ଥୀ କରିବା ବୋଲି ଅନୁମାନ କରାଯାଉଛି ।

ତାମିଲନାଡୁରେ ୬ଟି ଆସନ ପାଇଁ ନିର୍ବାଚନ ହେବ । ଏଥିମଧ୍ୟରୁ AIADMK ଓ DMK ୩-୩ ସିଟ ଜିତିବେ ବୋଲି ଆଶା କରାଯାଉଛି । ରାଜ୍ୟସଭାରେ ବର୍ତ୍ତମାନ AIADMKର ୧୧ଜଣ ସଦସ୍ୟ ରହିଛନ୍ତି ।

ମଧ୍ୟପ୍ରଦେଶରେ ୨୦୧୮ରେ ବିଜେପି ନେତୃତୀଧୀନ ସରକାରଙ୍କୁ ସାଧାରଣ ଜନତା ପ୍ରତ୍ୟାଖାନ କରିଥିଲେ ।ତେବେ ମଧ୍ୟପ୍ରଦେଶରେ ଖାଲି ହେବାକୁ ଥିବା ୩ଟି ଆସନ ମଧ୍ୟରୁ ବିଜେପିକୁ ଗୋଟିଏ ସିଟ୍‌ ମିଳିବା ନେଇ ଅନୁମାନ କରାଯାଉଛି ।  

ଏବର୍ଷ ରାଜ୍ୟସଭାରୁ ଅନେକ କାର୍ଯ୍ୟକାଳ ସମାପ୍ତ ହେଉଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ,ରାମଦାସ ଆଠବଲେ,ଦିଲ୍ଲୀ ବିଜେପି ନେତା ବିଜୟ ଗୋୟଲ ସାମିଲ ଅଛନ୍ତି। କଂଗ୍ରେସର ଦିଗବିଜୟ ସିଂହ ଏବଂ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ମଧ୍ୟ ଏବର୍ଷ ସରିଯିବ।

   Related Posts