ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ ବିଜେପିକୁ ୨-୧ରେ ମାତ୍‌ ଦେଲା କଂଗ୍ରେସ

Published By : Prameya-News7 Bureau | June 19, 2020 IST

ଜୟପୁର ୧୯।୦୬: ରାଜସ୍ଥାନରୁ ରାଜ୍ୟସଭାର ୩ଟି ସିଟ୍‌ ପାଇଁ ଶୁକ୍ରବାର ମତଦାନ ପରେ କଂଗ୍ରେସ ପ୍ରାର୍ଥୀ ବେଣୁଗୋପାଳ ଓ ନିରଜ ଡାଙ୍ଗିଙ୍କ ସହିତ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଗେହଲଟ୍‌ଙ୍କୁ ବିଜୟୀ ଘୋଷିତ କରାଯାଇଛି। ଏହା ପୂର୍ବରୁ ରାଜ୍ୟ ବିଧାନସଭାରେ ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୪ଟାରେ ସଂପନ୍ନ ହୋଇଥିଲା। ମୋଟ୍ ୨୦୦ ବିଧାୟକଙ୍କ ମଧ୍ୟରୁ ୧୯୮ ଜଣ ଭୋଟ୍ ଦେଇଥିଲେ। ସ୍ଵାସ୍ଥ୍ୟବସ୍ଥା କାରଣରୁ ସାମାଜିକ ନ୍ୟାୟ ମନ୍ତ୍ରୀ ମାଷ୍ଟର ଭଅଁରଲାଲ ମେଘଓ୍ଵାଲ ଓ ଡୁଙ୍ଗରଗଢରୁ ସିପିଏମ ବିଧାୟକ ଗିରଧାରୀ ଲାଲ ମତଦାନ ଦେଇ ପାରିନଥିଲେ।

ରାଜ୍ୟସଭା ନିର୍ବାଚନ ପାଇଁ ୩ଟି ଆସନ ନିମନ୍ତେ ରାଜସ୍ଥାନରେ ୪ ପ୍ରାର୍ଥୀ ମଇଦାନରେ ଥିଲେ। ଏହି ହିସାବରେ ବିଜୟ ଲାଗି ଗୋଟିଏ ସିଟ୍‌ ପାଇଁ ୫୧ ଭୋଟ୍ ମିଳିବା ଜରୁରୀ ଥିଲା। ଏମିତିରେ କଂଗ୍ରେସକୁ ୨ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ ୧୦୨ ଭୋଟ୍‌ର ଆବଶ୍ୟକତା ଥିଲା ଏବଂ ଦଳ ପାଖରେ ୧୦୭ ବିଧାୟକ ରହିଥିଲେ। ଫଳରେ କଂଗ୍ରେସର ଦୁଇଟି ଆସନରେ ବିଜୟ ସୁନିଶ୍ଚିତ ଥିଲା। ଅନ୍ୟପଟେ ବିଜେପି ପାଖରେ ମୋଟ୍ ୭୫ ସିଟ୍‌ ଥିଲା ଏବଂ ତାର ପ୍ରଥମ ପ୍ରାର୍ଥୀ ୫୧ ସିଟ୍‌ ସହିତ ବିଜୟ ସୁନିଶ୍ଚିତ ଥିଲା। ଏହି ହିସାବରେ କଂଗ୍ରେସର ଦୁଇ ପ୍ରାର୍ଥୀ ବେଣୁଗୋପାଳ ଓ ନିରଜ ଡାଙ୍ଗି ବିଜୟୀ ଘୋଷିତ ହୋଇଛନ୍ତି। ବିଜେପିର ରାଜେନ୍ଦ୍ର ଗେହଲଟ୍‌ ବିଜୟୀ ଘୋଷିତ  ହୋଇଛନ୍ତି।

ଆଜି କ୍ଷମତାଧାରୀ କଂଗ୍ରେସ ଓ ବିରୋଧୀ ବିଜେପି ନିଜ ନିଜର ପାର୍ଟିକୁ ସମର୍ଥନ ଦେଉଥିବା ବିଧାୟକଙ୍କୁ ଅଲଗା ଅଲଗା ହୋଟେଲ୍‌ରୁ ଧରି ସିଧାସଳଖ ବିଧାନସଭା ପହଞ୍ଚିଥିଲେ। ଏହି ସବୁ ବିଧାୟକ ଅଲଗା ଅଲଗା ବିସରେ ବିଧାନସଭା ପହଞ୍ଚିଥିଲେ। କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ବିଧାୟକ ସତର୍କତାମୂଳକ ସ୍ଵୂରୂପ ସୁରକ୍ଷା କିଟ୍ ସହିତ ପ୍ରବେଶ କରିଥିଲେ। ମତଦାନ ସମୟରେ ସାନିଟାଇଜେସନ, ସାମାଜିଦ ଦୂରତା ସହିତ ଅନ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.