ଜାରି ହେଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି: ୧୭ରାଜ୍ୟର ୫୫ଆସନ-ଓଡ଼ିଶାରେ ୪, ୧୩ରେ ନାମାଙ୍କନ ଶେଷ, ୨୬ରେ ଭୋଟ୍

Published By : Prameya-News7 Bureau | March 06, 2020 IST

ଭୁବନେଶ୍ବର ୦୬।୦୩: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ସମେତ ୧୭ ରାଜ୍ୟର ୫୫ ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ। ଆସନ୍ତା ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଏଥର ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ୩ଜଣ ପ୍ରାର୍ଥୀ ନିର୍ବାଚିତ ହେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଆରଜଣକ କିଏ ରାଜ୍ୟସଭାକୁ ଯିବେ ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସେପଟେ ବିଜେପି କହିଛି ଆମର ସଂଖ୍ୟା ନଥିଲେ ବି ଦଳ ପ୍ରାର୍ଥୀ ଦେବ ।

{"id":234007,"sizeSlug":"large"}

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି। ଚତୁର୍ଥ ସିଟ କିଏ ଅକ୍ତିଆର କରିବତାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। କଂଗ୍ରେସର ୯ ବିଧାୟକଙ୍କ ଉପରେ ବିଜେଡି ଓ ବିଜେପିର ନଜର। ଏପଟେ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ବିକ୍ରି ଆରମ୍ଭ ହୋଇଛି। ୧୩ ତାରିଖ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ।୧୬ ତାରିଖରେ ଯାଞ୍ଚ ହେବ। ୧୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହର ହେବ। ୪ରୁ ଅଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ୨୬ ତାରିଖରେ ନିର୍ବାଚନ ହେବ। ଜଣେ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ସର୍ବନିମ୍ନ ୧୦ ବିଧାୟକଙ୍କର ସମର୍ଥନ ଆବଶ୍ୟକ ରହିଛି।

୪ଟି ସିଟରୁ ଚତୁର୍ଥ ସିଟକୁ କିଏ ହାତେଇବ ​‌ସେଇଠି ଅଟକିଛି ଅଙ୍କ। ସଂଖ୍ୟା ଦୃଷ୍ଟିରୁ ତିନୋଟି ସିଟ୍ ବି​‌ଜେଡି ଜିତିବା ନିଶ୍ଚିତ । ବାକି ଚତୁର୍ଥ ସିଟ ସଂଖ୍ୟା ଦୃଷ୍ଟିରୁ ବି​‌ଜେଡି ଜିତିବ ନା ବଜେପି ନା କଂଗ୍ରେସ କାହା ସହ ମିଶିବ ତାଙ୍କୁ ନେଇ ଚାଲିଛି ଅଙ୍କକଷା। ରାଜ୍ୟସଭାରେ ଜିତିବା ପାଇଁ ଯେଉଁ ଫର୍ମୁଲା ରହିଛି।  ସେହି ଫର୍ମୁଲା ଅନୁସାରେ ଓଡିଶାର ଖାଲିପଡିଥିବା ସିଟରୁ ପ୍ରତିସିଟହାତେଇବାକୁ ଦରକାର ୩୦ ବିଧାୟକଙ୍କ ଭୋଟ୍‌ ।

{"id":234008,"sizeSlug":"large"}

ଯେହେତୁ ବିଜେଡି ପାଖରେ ୧୧୩ବିଧାୟକ ଅଛନ୍ତି ୯୦ ବିଧାୟକ ସାହାଯ୍ୟରେ ୩ଟି ସିଟ ହାତେଇନେବ ଦଳ ଚତୁର୍ଥ ସିଟ ପାଇଁ ଦରକାର ଆଉ ଜଣ ବିଧାୟକଙ୍କ ଭୋଟ୍ । ସେପଟେ ସେହି ଚତୁର୍ଥ ସିଟ ହାତେଇବାପାଇଁ ବିଜେପିକୁ ବି ଦରକାର ବିଧାୟକଙ୍କ ସମର୍ଥନ

{"id":234009,"sizeSlug":"large"}

ଏଭଳି ସ୍ଥିତିରେ ଯଦି ନିର୍ବାଚନ ହୁଏ କିଏ କାହା ସହ ବୁଝାମଣା ନକରନ୍ତି ତେବେ ଚତୁର୍ଥ ସିଟରେ ମଧ୍ୟ ବିଜେଡି ବାଜିମାତ କରିବ। କାରଣ ସେକେଣ୍ଡ ପ୍ରିଫରେନ୍ସ ଭୋଟରେ ବିଜେଡିକୁ ସବୁଠାରୁ ଅଧିକ ଭୋଟ ମିଳିବ। ଯଦି କଂଗ୍ରେସ ରାଜ୍ୟସଭା ରେସରୁ ଦୁରେଇ ଯାଏ ତାହେଲେ ବିଜେଡିକୁ ସ୍ଥିତି ସୁହାଇବ। ବିନା ସେକେଣ୍ଡ ପ୍ରିଫରେନସ ଭୋଟରେ ହାତେଇ ନେବ ୪ରୁ ସିଟ୍‌

{"id":234012,"sizeSlug":"large"}

୪ଟି ସିଟ୍‌ ପାଇଁ ଲବି ଜୋରଦାର ହେବାରେ ଲାଗିଛି । ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବି ବେଶ ଲମ୍ବା । ଏପ୍ରିଲରେ ରଞ୍ଜିବ ବିଶ୍ବାଳ ସରୋଜିନୀ ହେମ୍ବ୍ରମ ଓ ନରେନ୍ଦ୍ର ସ୍ବାଇଁଙ୍କ କାର୍ଯ୍ୟକାଳ ସରୁଛି। ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି ।

{"id":234011,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.