ରାଜ୍ୟସଭା ହୁଲସ୍ତୁଲ

Published By : Prameya-News7 Bureau | August 03, 2018 IST

ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣକୁ ନେଇ ରାଜ୍ୟସଭାରେ ଟିଏମସି ସାଂସଦ ହୁଲସ୍ତୁଲ କରିଛନ୍ତି। ତେବେ ଏନଆରସିକୁ ନେଇ ଅନେକ ବିଭ୍ରାନ୍ତିକର ଖବରକୁ ବିଶ୍ବାସ ନ କରିବାକୁ ରାଜ୍ୟସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ କହିଛନ୍ତି। ଦେଶର ପ୍ରକୃତ ନାଗରିକମାନଙ୍କୁ ଏନଆଇରସି ମାଧ୍ୟମରେ ଜବରଦସ୍ତି ଦେଶାନ୍ତର କରାଯିବ ବୋଲି ଖବରକୁ ଖଣ୍ଡନ କରିଛନ୍ତି। ଏନଆରସିକୁ ନେଇ ଅନେକ ରାଜନେତା ବେପରୁଆ ବୟାନ ଦେଇ ସାମାଜିକ ସଂହତିକୁ ବିଗାଡିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ରାଜନାଥ ସିଂହ। ଦେଶର ନାଗରିକମାନଙ୍କ ବିରୋଧରେ କୌଣସି ପରିସ୍ଥିତିରେ କୌଣସି ପ୍ରକାର ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ସ୍ପଷ୍ଚ କରିଛନ୍ତି ରାଜନାଥ। ଏନଆରସିକୁ ନେଇ ଏକ ଭୟର ବାତାବରଣ ସୃଷ୍ଚି କରାଯିବାକୁ ନେଇ ନିନ୍ଦା କରିଛନ୍ତି ରାଜନାଥ। ଆସାମାରେ ଅନୁପ୍ରବେଶ କରିଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ ଓ ଦେଶାନ୍ତର ପାଇଁ ଏନଆରସି ଉଦ୍ଧିଷ୍ଟ ବୋଲି କହିଛନ୍ତି ରାଜନାଥ। ଏନଆରସିରେ ଆସାମରେ ପ୍ରାୟ ୪୦ ଲକ୍ଷ ନାଗରିକ ବାଦ୍ ପଡିଥିବାନେଇ ରିପୋର୍ଟ ଖୁଲାସା ପରେ ୟାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଆସାମରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ କରାଯାଉଛି। ଏବେ ଆସିଥିବା ରିପୋର୍ଟ ଚୂଡାନ୍ତ ନୁହଁ। ଯେଉଁମାନେ ତାଲିକାରୁ ବାଦ୍ ପଡିଛନ୍ତି ସେମାନେ ପୁଣି ଥରେ ଆବେଦନ କରିବାପାଇଁ ସୁଯୋଗ ପାଇବେ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.