ରାଜ୍ୟସଭା ସାଂସଦ ଅଭୟ ଭରଦ୍ବାଜଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : ଗୁଜରାଟରୁ ରାଜ୍ୟସଭା ସାଂସଦ ଥିବା ଅଭୟ ଭରଦ୍ବାଜଙ୍କ ମଙ୍ଗଳବାର ପରଲୋକ ଘଟିଛି । ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଅଭୟ ଭରଦ୍ୱାଜଙ୍କୁ କୋଭିଡ ପରବର୍ତ୍ତୀ ନିମୋନିଆ ପାଇଁ MGM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

wp:core-embed/twitter {"url":"https://twitter.com/narendramodi/status/1333737398992216064?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1333737398992216064%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fzeenews.india.com%2Findia%2Fgujarat-rajya-sabha-mp-abhay-bharadwaj-dies-of-covid-19-pm-narendra-modi-expresses-grief-2327885.html","type":"rich","providerNameSlug":"twitter","className":""}
https://twitter.com/narendramodi/status/1333737398992216064?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1333737398992216064%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Findia%2Fgujarat-rajya-sabha-mp-abhay-bharadwaj-dies-of-covid-19-pm-narendra-modi-expresses-grief-2327885.html
/wp:core-embed/twitter

ଅଭୟ ଭରଦ୍ୱାଜଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ରେ କହିଛନ୍ତି, "ଗୁଜରାଟର ରାଜ୍ୟସଭା ସାଂସଦ ଶ୍ରୀ ଅଭୟ ଭରଦ୍ୱାଜ ଜୀ ଜଣେ ବିଶିଷ୍ଟ ଆଇନଜୀବୀ ଥିଲେ ଏବଂ ସମାଜ ସେବା କରିବାରେ ସର୍ବଦା ଆଗରେ ରହିଥିଲେ । ଦୁଃଖର ବିଷୟ ଯେ ଆମେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ହରାଇଲୁ । ତାଙ୍କ ପରିବାର ଏବଂ ପରିଜନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି। "

ଅଭୟ ଭରଦ୍ୱାଜ ଜଣେ ବିଶିଷ୍ଟ ଓକିଲ ଥିଲେ ଏବଂ ଚଳିତ ବର୍ଷ ଜୁନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଗତ ଅଗଷ୍ଟ ମାସରେ ସେ ରାଜକୋଟରେ ଏକ ରୋଡ୍ ସୋରେ ଯୋଗଦେବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତାଙ୍କୁ ପ୍ରଥମେ ରାଜକୋଟରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କୃତ୍ରିମ ଫୁସଫୁସ ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା । ପରେ ଡାକ୍ତରଙ୍କ ଏକ ଟିମ୍ ରାଜକୋଟ ଯାଇଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.