ରାଜ୍ୟସଭା ନିର୍ବାଚନ, ଆଜି ଘୋଷଣା ହେବ ଚୂଡାନ୍ତ ପ୍ରାର୍ଥୀ ତାଲିକା
18/03/2020 at 11:04 AM

ଭୁବନେଶ୍ବର ୧୮।୩: ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ତାରିଖ ରହିଛି । ଅପରାହ୍ନ ୩ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବେ ରିଟର୍ଣ୍ଣିଂ ଅଫିସର ।
ଓଡ଼ିଶାର ଖାଲି ପଡିଥିବା ୪ ରାଜ୍ୟସଭା ଆସନ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ୪ ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏମାନେ ୪ କୁ ୪ ସିଟ୍ ଜିତିବା ରାସ୍ତା ପରିଷ୍କାର ରହିଛି । କାରଣ ବିରୋଧୀ କୌଣସି ପ୍ରାର୍ଥୀ ଦେଇନାହାନ୍ତି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ଭୋଟ୍ ଗ୍ରହଣ ହେବ । ଏପ୍ରିଲରେ ରଞ୍ଜୀବ ବିଶ୍ବାଳ, ସରୋଜିନୀ ହେମ୍ବ୍ରମ ଓ ନରେନ୍ଦ୍ର ସ୍ବାଇଁଙ୍କ କାର୍ଯ୍ୟକାଳ ସରୁଛି । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି ।