କରୋନା ମାଡ଼: ରାଜ୍ୟସଭା କର୍ମଚାରୀଙ୍କୁ ମିଳିବନି ମହଙ୍ଗାଭତ୍ତା, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିନି ଦେଢ ବର୍ଷର ବକେୟା

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୬:  କୋଭିଡ-୧୯ ମହାମାରୀ ଲାଗି କେନ୍ଦ୍ର ସରକାର ଖର୍ଚ୍ଚକାଟ ନୀତି ଆପଣେଇଛନ୍ତି। ଏଥିରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ଅତିରିକ୍ତ କିସ୍ତି ମଧ୍ୟ ସରକାର ଅଟକାଇ ଦେଇଛନ୍ତି । ଏବେ ରାଜ୍ୟ ସଭା କର୍ମଚାରୀଙ୍କ ଲାଗି ଏହି ନିୟମ ଲାଗୁ ହୋଇଛି।  ଫଳରେ ୧ ଜାନୁୟାରୀ ୨୦୨୦ରେ ସରକାର କର୍ମଚାରୀଙ୍କ ଲାଗି  ଘୋଷଣା କରାଯାଇଥିବା ମହଙ୍ଗା ଭତ୍ତାରୁ ରାଜ୍ୟସଭା କର୍ମଚାରୀ ମଧ୍ୟ ବଞ୍ଚିତ ହେବେ।

ଏ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଥିବା ବେଳେ ଏଥିରେ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସୂଚିତ କରାଯାଇଛି।   ସୂଚନା ଯୋଗ୍ୟଯେ କେନ୍ଦ୍ର ସରକାର କର୍ମଚାରୀଙ୍କ ଲାଗି ୧ ଜାନୁୟାରୀ ୨୦୨୦ରେ ଘୋଷଣା କରିଥିବା ମହଙ୍ଗା ଭତ୍ତାକୁ ଗତ ଏପ୍ରିଲ ମାସରେ ରୋକି ଦେଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ବ୍ୟୟ ବିଭାଗ ପକ୍ଷରୁ ଏ ନେଇ ଜାରି ଆଦେଶରେ ପେନଶନଧାରୀଙ୍କୁ ମଧ୍ୟ ମହଙ୍ଗାଭତ୍ତା ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।

ବ୍ୟୟ ବିଭାଗଙ୍କ ପତ୍ରରେ ୧ ଜୁଲାଇ ୨୦୨୦ ଓ ୧ ଜାନୁୟାରୀ ୨୦୨୧ରେ ଦେୟ ମହଙ୍ଗା ଭତ୍ତା ଓ ଅତିରିକ୍ତ ମହଙ୍ଗା କିସ୍ତି ମଧ୍ୟ ପୈଠ କରାଯିବନାହିଁ ବୋଲି ସୂଚିତ କରାଯାଇଥିଲା। ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୨୦୨୧ରୁ କର୍ମଚାରୀଙ୍କ ବେତନରେ ମିସାଇ ପ୍ରଦାନ କରାଯିବ ବୋଲି କୁହାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.