Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରାଜ୍ୟସଭା ନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ଦାଖଲ, ଏପଟେ ହୁଇପ୍ ଜାରି କଲେ ନବୀନ, ତେଜିଲା ରାଜନୀତି

11/09/2020 at 6:48 PM

ଭୁବନେଶ୍ଵର ୧୧।୦୯:  ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ। ଏପଟେ  ନବୀନଙ୍କ ହୁଇପ ଜାରି ନେଇ ତେଜିଲା ରାଜନୀତି। ବିଜେଡି କାହାକୁ ସମର୍ଥନ ଦେବେ  ନବୀନ କିଛି ଖୁଲାସା କରିନଥିବା ବେଳେ ଏହାକୁ ନେଇ କଂଗ୍ରେସ ବିଜେଡି ବିଜେପି ଭିତିରି ବୁଝାମଣା ଥିବା କହିଛି । ବିଜେପି କହିଛି କଂଗ୍ରେସର ଚଷମା ଖରାପ ହୋଇଗଲାଣି।

ନାମାଙ୍କନ ପତ୍ର ଦାଖଲ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହ୍ଵିପ୍ ଜାରି କରିଛନ୍ତି। ଆସନ୍ତା ୧୪ ତାରିଖ ଦିନ ସସସ୍ତ ସାଂସଦ ରାଜ୍ୟସଭାରେ  ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।  ହେଲେ କାହାକୁ ସମର୍ଥନ ଦେବେ ସେ ନେଇ କିନ୍ତୁ ନବୀନ ତାଙ୍କ କାର୍ଡ ଖୋଲି ନାହାନ୍ତି । ଗତ ନିର୍ବାଚନରେ ଏନଡିଏକୁ ସମର୍ଥନ ଦେଇଥିଲେ ନବୀନ।  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ସହ କଥା ହେବା ପରେ ବି  ରଣନୀତିକୁ ଗୁପ୍ତ ରଖିଛନ୍ତି ନବୀନ।

ବିଜେଡି କାର୍ଡ ନଖୋଲି ହୁଇପ ଜାରି କରିଥିବାରୁ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ ।  ବିଜେଡି ବିଜେପି ଭିତିରିଆ ସମ୍ପର୍କ ରହିଛି ବୋଲି ଦଳ କହିଛି । ସିବିଆଇ ପଞ୍ଝାରୁ ଦଳର ନେତାମାନଙ୍କୁ ବଞ୍ଚାଇବା ପାଇଁ ବିଜେଡି ବିଜେପିକୁ ସହଯୋଗ କରିବେ ବୋଲି କହିଛନ୍ତି ଏଆଇସିସି ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ। ଏଭଳି ଶୁଣିବା ପରେ ବିଜେପି କହିଛି କଂଗ୍ରେସର ଚଷମା ଖରାପ ହୋଇଗଲାଣି।

ଆଜି ରାଜ୍ୟସଭା ଉପାଧ୍ୟକ୍ଷ  ନିର୍ବାଚନ ପାଇଁ ଜେଡୁୟୁ ପ୍ରାର୍ଥୀ  ହରିବଂଶ ନାରାୟଣ ସିଂହ ଏନଡିଏ ସମର୍ଥିତ ପ୍ରାର୍ଥୀ ଭାବେ ପ୍ରାର୍ଥପତ୍ର ଦାଖଲ କରିଥିବା ବେଳେ ଆରଜେଡିର ମନୋଜ ଝା ୟୁପିଏ ସମର୍ଥିତ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

   Related Posts