ରାଜ୍ୟସଭାରେ ଏବର୍ଷ ୭୩ଟି ଆସନ ହେବ ଖାଲି : ତଥାପି ବହୁମତଠୁ ଦୂରରେ ରହିବ ବିଜେପି

Published By : Prameya-News7 Bureau | January 05, 2020 IST

ନୂଆଦିଲ୍ଲୀ ୫/୧: ରାଜ୍ୟସଭାରେ ଏବର୍ଷ ଶେଷ ଯାଏଁ ୬୯ ସଦସ୍ୟଙ୍କ କାର୍ଯ୍ୟକାଳ ସରିଯିବ। ଯେଉଁମାନଙ୍କ ସଦସ୍ୟତା ସରିବ, ଏମାନଙ୍କ ମଧ୍ୟରୁ ୧୮ଜଣ ସଦସ୍ୟ ବିଜେପିର ଏବଂ ୧୭ଜଣ କଂଗ୍ରେସର। ୪ଟି ଆସନ ଆଗରୁ ଖାଲି ପଡ଼ିଛି। ଏବର୍ଷ ରାଜ୍ୟସଭାର ୭୩ଆସନରେ ନିର୍ବାଚନ ହେବ। ଏପରି ପରିସ୍ଥିତିରେ ଏହା ଜାଣିବାକୁ ଆଗ୍ରହ ରହିଛି ଯେ ରାଜ୍ୟସଭାରେ ବିଜେପିର ସ୍ଥିତି କିପରି ରହିବ।

ସମାଚାର ଏଜେନ୍ସି ଆଇଏଏନଏସ ମୁତାବକ ୨୦୨୦ମସିହାରେ ଏକୁଟିଆ ୟୁପିର ୧୦ଟି ଆସନ ଖାଲି ହେବ। ରାଜ୍ୟରେ ବିଜେପି ସରକାର ରହିଛି,ଏଥିପାଇଁ ଅଧିକାଂଶ ଆସନ ବିଜେପି ସରକାରଙ୍କ ଖାତାରେ ଯିବ। ଏଠାରେ ସବୁଠୁ ବେଶୀ କ୍ଷତି ସମାଜବାଦୀ ପାର୍ଟିକୁ ହେବ।

ବିଜେପି ପାଇଁ ମଧ୍ୟ ସ୍ଥିତି ଭଲ ହେବାର ସମ୍ଭାବନା ନାହିଁ। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳର ସିଧାସଳଖ ପ୍ରଭାବ ରାଜ୍ୟସଭା ନିର୍ବାଚନ ଉପରେ ହେବ। କାରଣ ରାଜ୍ୟର ସଂଖ୍ୟାଗଣତି ଏଥର ବିଜେପି ବିରୋଧରେ ହେବାକୁ ଯାଉଛି। ଆକଳନରୁ ଜଣା ପଡ଼ିଛି ଯେ ବିଜେପି ନିଜର ସଦସ୍ୟ ସଂଖ୍ୟା ବୃଦ୍ଧି କରି ପାରିବ ନାହିଁ ଯାହା ଫଳରେ ରାଜ୍ୟସଭାରେବିଜେପି ବହୁମତଠୁ ଦୂରେଇ ରହିବ।

କଂଗ୍ରେସ୍ ପାଇଁ ରାଜ୍ୟସଭାରେ ସ୍ଥିତି ଭଲ ରହିବ କାରଣ କଂଗ୍ରେସ୍ ଏବଂ ଏହାର ସହଯୋଗୀ ଦଳର ସଦସ୍ୟଙ୍କ ସଂଖ୍ୟା ଏଥର ବୃଦ୍ଧି ପାଇବ। ୨୦୧୮ ଏବଂ ୨୦୧୯ରେ ବିଜେପିକୁ କିଛି ରାଜ୍ୟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି ପରିସ୍ଥିତିରେ ଏହାର ସିଧାସଳଖ ପ୍ରଭାବ ରାଜ୍ୟସଭାର ଦ୍ବିବାର୍ଷିକ ନିର୍ବାଚନ ଫଳାଫଳ ଉପରେ ପଡ଼ିବ।

କଂଗ୍ରେସ୍ ଏବଂ ଏହାର ସହଯୋଗୀ ଦଳର ସ୍ଥିତି ୨୪୫ ସଦସ୍ୟବିଶିଷ୍ଟ ରାଜ୍ୟସଭାରେ ସୁଧୁରିବ। ବର୍ତ୍ତମାନ ବିଜେପିର ରାଜ୍ୟସଭାରେ ୮୩ ଏବଂ କଂଗ୍ରେସର ୪୬ସଦସ୍ୟ ଅଛନ୍ତି। ସମୀକରଣ ହିସାବରେ ରାଜ୍ୟସଭାରେ ବିଜେପିର ସଂଖ୍ୟା ୮୩ ପାଖାପାଖି ରହିବ ଏବଂ ସଦନରେ ବହୁମତ ଇଚ୍ଛା ପୂରଣ ହୋଇ ପାରିବ ନାହିଁ।

ଏବର୍ଷ ରାଜ୍ୟସଭାରୁ ଅନେକ ଦିଗ୍ଗଜଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ,ରାମଦାସ ଆଠବଲେ,ଦିଲ୍ଲୀ ବିଜେପି ନେତା ବିଜୟ ଗୋୟଲ ସାମିଲ ଅଛନ୍ତି। କଂଗ୍ରେସର ଦିଗବିଜୟ ସିଂହ ଏବଂ ରାକାମ୍ପା ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ମଧ୍ୟ ଏବର୍ଷ ସରିଯିବ।

 ରାଜ୍ୟସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୫୦ହୋଇଥାଏ,ଯେଉଁମାନଙ୍କ ମଧ୍ୟରୁ ୧୨ଜଣ ସଦସ୍ୟଙ୍କୁ ଭାରତର ରାଷ୍ଟ୍ରପତି ମନୋନୀତ କରିଥାଆନ୍ତି। ୨୩୮ରାଜ୍ୟ ଏବଂ ସଙ୍ଘ-ରାଜ୍ୟ ଦ୍ବାରା ବଛାଯାଇଥିବା ସଦସ୍ୟ।

ରାଜ୍ୟସଭା ସଦସ୍ୟଙ୍କ ନିର୍ବାଚନ ବିଧାନସଭାରେ ନିର୍ବାଚିତ ହୋଇଥିବା ବିଧାୟକ କରିଥାଆନ୍ତି। ସଦନରେ ପ୍ରତ୍ୟେକ ରାଜ୍ୟର ପ୍ରତିନିଧିଙ୍କ ସଂଖ୍ୟା କେତେ ହେବ,ଏହା ସେଠାକାର ଜନସଂଖ୍ୟା ଉପରେ ନିର୍ଭର କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.