Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖିଲେ ହରିବଂଶ: କହିଲେ, ‘ଦିନେ ଉପବାସରେ ରହିବି, ତାପରେ ବୋଧହୁଏ ସାଂସଦଙ୍କୁ ସଦବୁଦ୍ଧି ଆସିବ’

22/09/2020 at 10:35 AM

ନୂଆଦିଲ୍ଲୀ ୨୨/୦୯ : ସଂସଦ ମୌସୁମୀ ଅଧିବେଶନରେ ରବିବାର ଦିନ ରାଜ୍ୟସଭାରେ କୃଷି ବିଧେୟକକୁ ନେଇ ବହୁତ ହଙ୍ଗାମା ହୋଇଥିଲା । କିଛି ସାଂସଦ ଉପ ସଭାପତି ହରିବଂଶଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଏହାପରେ ୮ଜଣ ସାଂସଦଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ହରିବଂଶ ଏହି ପୁରା ମାମଲାକୁ ନେଇ ଉପ ରାଷ୍ଟ୍ରପତି ତଥା ସଭାପତି ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ସେ କହିଛନ୍ତି ସେପ୍ଟେମ୍ବର ୨୦ ତାରିଖରେ ରାଜ୍ୟସଭାରେ ଯାହା ଘଟିଲା ସେଥିପାଇଁ ଗତ ଦୁଇ ଦିନ ହେଲା ସେ ଆତ୍ମପୀଡ଼ା ଓ ମାନସିକ ବେଦନାରେ ଅଛନ୍ତି । ସେ ସାରା ରାତି ଶୋଇପାରିନଥିଲେ ।

ହରିବଂଶ ପତ୍ରରେ ଆଗକୁ ଲେଖିଛନ୍ତି, “ଭଗବାନ ବୁଦ୍ଧ ମୋ ଜୀବନର ପ୍ରେରଣା ସ୍ରୋତ । ବିହାର ମାଟିରେ ଆତ୍ମଜ୍ଞାନ ପାଇଥିବା ବୁଦ୍ଧ କହିଥିଲେ ଯେ, ଆତ୍ମୋଦୀପ ଭବ: ମୋତେ ଲାଗିଲା ଉଚ୍ଚ ସଦନର ମର୍ଯ୍ୟାଦା ପୀଠରେ ମୋ ସହିତ ଯେଉଁ ଅପମାନଜନକ ବ୍ୟବହାର ହୋଇଛି ସେଥିପାଇଁ ମୋତେ ଦିନେ ଉପବାସ କରିବା ଉଚିତ । ବୋଧହୁଏ ମୋ ଉପବାସ ପରେ ସଂସଦରେ ଏହିଭଳି ଆଚରଣ କରୁଥିବା ସାଂସଦଙ୍କ ମଧ୍ୟରେ ଆତ୍ମଶୁଦ୍ଧି ଭାବ ଜାଗୃତ ହେବ । ମୋର ଏହି ଉପବାସ ଏହି ଭାବନାରୁ ପ୍ରେରିତ । ବିହାର ମାଟିରେ ଜନ୍ମ ନେଇଥିବା ରାଷ୍ଟ୍ରକବି ଦିନକର ଦୁଇଥର ରାଜ୍ୟସଭା ସଦସ୍ୟ ଥିଲେ । ଆସନ୍ତାକାଲି ସେପ୍ଟେମ୍ବର ୨୩ ତାରିଖରେ ତାଙ୍କର ଜନ୍ମତିଥି ଅଛି । ସେଥିପାଇଁ ଏହି ଅବସରରେ ଆଜି ଅର୍ଥାତ ସେପ୍ଟେମ୍ବର ୨୨ ତାରିଖ ସକାଳୁ ୨୩ ତାରିଖ ସକାଳ ଯାଏଁ ୨୪ ଘଣ୍ଟା ପାଇଁ ଉପବାସ କରୁଛି । କାମ ଯେମିତି ପ୍ରଭାବିତ ନ ହୁଏ ସେଥିପାଇଁ ମୁଁ ଉପବାସ ସମୟରେ ମଧ୍ୟ ମୁଁ ରାଜ୍ୟସଭାରେ ଯୋଗ ଦେବି ।”

   Related Posts